Odisha News

ଭାରତର ସମ୍ୱିଧାନ ଅମୂଲ୍ୟ ସମ୍ପଦ, ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଅଧିକାର ଓ କର୍ତ୍ତବ୍ୟ : ଜିଲ୍ଲାପାଳ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୬/୧ : ଭାରତ ବିଶ୍ୱର ଏକ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ନେଇ ଏହାର ସମ୍ୱିଧାନ ସର୍ବ ଜାତି, ଧର୍ମ, ବର୍ଣ୍ଣ ଭାଷା ଓ ବିବିଧତାରେ ଏକତା ମନ୍ତ୍ର ନେଇ ସମସ୍ତଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥ ନୈତିକ ବିକାଶ ଦିଗରେ ସମ୍ୱିଧାନର ମୁଖପତ୍ର ବାର୍ତ୍ତା ବହନ କରେ ।
ଏଣୁ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ସୁରକ୍ଷା ଓ ସାମ୍ୱିଧାନିକ ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ରାଷ୍ଟ୍ରର ଏକତା ଓ ସଂହତିକୁ ଅକ୍ଷୁର୍ଣ ରଖିବାକୁ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ଏବଂ ୭୪ ତମ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚକ୍ରୱର୍ତ୍ତୀ ସିଂହ ରାଠୋର ଉପରୋକ୍ତ ବିଷୟ ପ୍ରକାଶ କରି ଜିଲ୍ଳାବାସୀଙ୍କୁ ଆହ୍ୱାନ ଦେଇଚ୍ଥନ୍ତି ।
ସମାଜର ପ୍ରତ୍ୟେକ ନାଗରିକ ସାମ୍ୱିଧାନିକ ରୀତିନୀତି ଅନୁଯାୟୀ ନିଜର ଅଧିକାର ଓ କର୍ତ୍ତବ୍ୟ ପାଳନ କଲେ ରାଷ୍ଟ୍ରର ଦ୍ରୁତ ବିକାଶ ହୋଇପାରିବ ବୋଲି ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।
ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ସାମ୍ୱାଦିକ ଭାବେ ଦେବଦତ୍ତ ମିଶ୍ର, ଶ୍ରେଷ୍ଠ ପରିବେଶବିତ୍(ଗଚ୍ଥ ମଣିଷ) ଭାବେ ଗୁଣ୍ଠିରାମ ଜେନା, ଶ୍ରେଷ୍ଠ କ୍ରୀଡାବିତ୍ ଅମିନ୍ ଇକ୍ବାଲା ଖାଁ, ଶ୍ରେଷ୍ଠ ସେବିକା ଭାବେ ହେମଲତା ବେହେରା, ସର୍ବାଧିକ ରକ୍ତ ସଂଗ୍ରହକାରୀ ଅନୁଷ୍ଠାନ ଭାବେ ଅଶୋକ ଦାସ ପାଂଉଣ୍ଡେସନ, ଶ୍ରେଷ୍ଠ ଉଦ୍ୟାନ କୃଷି ଭାବେ ଶ୍ରୀମତୀ ମେନକା ବେହେରା, ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀମତୀ ତିଳୋତ୍ତମା ପୃଷ୍ଟି ଓ ସ୍ୱଚ୍ଚ୍ଥତା ସର୍ବେକ୍ଷଣ ପୁରସ୍କାର ୨୦୨୩ ଭାବେ ଶ୍ୟାମା ପୂଜା କମିଟି, ପୁରୁଷୋତ୍ତମପୁରଙ୍କୁ ଟ୍ରପିଂ ଓ ମାନପତ୍ର ପୁରସ୍କୃାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ । ସମ୍ମିଳିତ ପ୍ୟାରେଡ୍ରେ୍ ଶସସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଊଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଅୟାନ ଦଳଙ୍କୁ ନେଇ ମୋଟ ୪୧ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ ପରିଚାଳନା ଆରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ କାହ୍ନୁ ଚରଣ ମାର୍ଣ୍ଡି ଓ ସର୍ଜେଣ୍ଟ ବୀର ସିଂହ ସବର ପ୍ୟାରେଡ୍ ପରିଚାଳନା କରିଥିଲେ ।
ଏଥିରେ ଏନ.ସି.ସି. ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯାଜପୁର ନଗରର ସିନିୟର ଗାଇଡ୍ ପ୍ରଥମ, ବି.ଡି. ହାଇସ୍କୁଲର ଜେ.ଆର୍.ସି.ବଏଜ୍ ଦି୍ୱତୀୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ୍ ତୃତୀୟ. ମହା ବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ ପ୍ରଥମ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ସିଭିଲ ଦ୍ୱିତୀୟ, କ୍ରାନିୟମ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ବାଳିକା ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଯାଜପୁର ଜିଲ୍ଳା ସ୍କୁଲର ସିନିୟର ବଏଜ୍ ପ୍ରଥମ, ମୁନିସିପାଲ ଊଚ୍ଚ ବିଦ୍ୟାଳୟର ବାଳକ ଗ୍ରୁପ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାଳିକା ଗ୍ରୁପ ତୃତୀୟ, ମାଧ୍ୟମିକ ସ୍ତରରେ ଡି.ଏ.ଭି. ପବ୍ଳିକ ସ୍କୁଲର ବାଳିକା ଗ୍ରୁପ ପ୍ରଥମ, ମହାବୀର ଗୁରୁକୁଳ ଶିକ୍ଷାଶ୍ରମର ବାଳକ ଓ ବାଳିକା ଗ୍ରୁପ୍ ଦ୍ୱିତୀୟ ଓ ଗରିଆପୁର ଯୁ.ଜି.ଏମ୍.ଇ. ସ୍କୁଲ ବାଳିକା ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶ୍ରେଷ୍ଠ କମାଣ୍ଡର ଭାବେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ସିନିୟର ବାଳକ ଗ୍ରୁପକୁ ପୁରସ୍କୃତ କରାଯାଇଥିଲା ।
ପରେ ଡି.ଏ.ଭି. ପବ୍ଳିକ ସ୍କୁଲ, ଯାଜପୁର ଜିଲ୍ଳା ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ନଗର, ଜବାହର ନବୋଦୟ ବିଦ୍ୟାଳୟ ଓ ଊଦୟଗିରି ଶୋଭନୀୟ ଶିକ୍ଷାଶ୍ରମର ଚ୍ଥାତ୍ର ଚ୍ଥାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ପରେ ପରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ, ବସ୍ତ୍ର ଇତ୍ୟାଦି ବଣ୍ଟନ କରିବା ସହ ମୁଖ୍ୟ ଚିକିସ୍ଥାଳୟର ରୋଗୀ ମାନଙ୍କୁ ପଂଳ ବଣ୍ଟନ କରିଥିଲେ ।
ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧି ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନେ ପ୍ରଭାତପେଂରୀ କରିଥିଲେ । ଏହି ସମସ୍ତ କାର‌୍ୟ୍ୟକ୍ରମରେ ଜିଲ୍ଳ୍ାପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ଜିଲ୍ଳାପରିଷଦ ଉପସଭାପତି ଶ୍ରୀ ଗଣେଶ୍ୱର ବରାଳ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ, ଯାଜପୁର ଅତିରିକ୍ତ ଜିଲ୍ଳାପାଳ, ଶ୍ରୀ ଦୁଖବନ୍ଧୁ ନାୟକ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଊରିଆ, ଉପଜିଲ୍ଳାପାଳ ଶ୍ରୀ ଗୋପିନାଥ କୁଅଁର, ଜିଲ୍ଳାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି, ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯାଜପୁର ଥାନା ଆଇ.ଆଇ.ସି. ଅଜୟ କୁମାର ଜେନା ଉପସ୍ଥିତ ଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଂଯୋଜନା କରିଥିବା ବେଳେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚା ଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.