Odisha News

ଭାରତର ଚୀନ୍‌କୁ ମୁହଁ ତୋଡ ଜବାବ୍‌: ଲାଦାଖରେ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ,୬/୭: ଚୀନ୍‌କୁ ମୁହଁ ତୋଡ ଜବାବ ଦେଲା ଭାରତ । ପ୍ରଥମ ଥର ପାଇଁ ୨୦୨୩ ମସିହାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ ଭାରତ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ବେଳକୁ ଇଣ୍ଡୋନେସିଆ ପରେ ଭାରତ ଜି-୨୦ ଅଧ୍ୟକ୍ଷତା କରିବ ।
ଜାମ୍ମୁ କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଏବଂ ପାକିସ୍ତାନ ବିରୋଧ କରୁଥିବା ବେଳେ ଏବେ ଲଦଖରେ ମଧ୍ୟ ଏହାର ଆୟୋଜନ କରିବାକୁ ଭାରତ ଯୋଜନା କରୁଛି । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଶାସିତ ପ୍ରଦେଶରେ ଆୟୋଜନ ହେବାକୁ ଏହା ହେଉଛି ସବୁଠୁ ବଡ଼ ଅନ୍ତର୍ଜାତୀୟ ସମ୍ମଳନୀ । ଲ୍ଲେଖଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ରୁ ଭାରତ ଜି-୨୦ର ଅଧ୍ୟକ୍ଷତା କରିବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ଲଦାଖ ଉପରାଜ୍ୟପାଳ ଆର କେ ମାଥୁରଙ୍କୁ ଏକ ଚିଠି ଲେଖିଛି । ଏଥିରେ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବା ପାଇଁ ବରିଷ୍ଠ ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କୁ ଚୟନ କରିବା ପାଇଁ କୁହାଯାଇଛି । ଏମଇଏର ନିର୍ଦ୍ଦେଶ ପରେ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ଏକ ଟିମ ମଧ୍ୟ ଗଠନ କରାଯାଇଛି ।
ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ପାଇଁ ଉଚ୍ଚସ୍ତରୀୟ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା । ଜୁନ ୨୩ରେ କେନ୍ଦ୍ର ଶାସିତ ପ୍ରଦେଶର ପକ୍ଷରୁ ଏହି କମିଟି ଗଠନ କରାଯାଇଥିଲା । ଜୁନ ୪ରେ ବୈଦିଶିକ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିର ଜାବବରେ ଏହି କମିଟି ଗଠନ କରାଯାଇଥିଲା ।
ଜି-୨୦ ଗ୍ରୁପରେ ୟୁରୋପୀୟନ ୟୁନିୟନ ସହ ୧୯ ରାଷ୍ଟ୍ର ସାମିଲ ଅଛନ୍ତି । ଜି-୨୦ ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡିପିର ୮୦ ପ୍ରତିଶତ ଯୋଗଦାନ କରନ୍ତି । ସେହିପରି ବାଣିଜ୍ୟରେ ୭୫ ପ୍ରତିଶତ ଏବଂ ବିଶ୍ୱ ଜନସଂଖ୍ୟାରେ ୬୦ ଯୋଗଦାନ ରହିଛି । ୧୯୯୯ ମସିହାରୁ ଭାରତ ଏହାର ସଦସ୍ୟ ରହିଛି।

Related Posts

Seo wordpress plugin by www.seowizard.org.