Odisha News

ଭଲ ଖବର: ଚାକିରିରୁ ଅବସର ନେଇ ରକ୍ତଦାନ କଲେ ଶିକ୍ଷକ, ଅଙ୍ଗ ସହ ଶରୀର କରିବେ ଦାନ

ମାଲକାନଗିରି,୩୧/୧: ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଏହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ପିଲାଟି ଦିନରୁ ସେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରିଥିଲେ। ମାଲକାନଗିରି ଜିଲାରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପର‌୍ୟ୍ୟନ୍ତ ଶିକ୍ଷକତା ପରେ ମଙ୍ଗଳବାର ଶିଖାପାଲି ପଞ୍ଚାୟତ ଅଧୀନ ଫୁଲଗୁଡ଼ା ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ନେଇଛନ୍ତି। ସେ ହେଲେ ଅବସରପ୍ରାପ୍ତ ଶିକ୍ଷକ ସୁଶାନ୍ତ କୁମାର ସାହୁ।
ଅବସର ଗ୍ରହଣ କରିବା ଦୁଇଦିନ ପୂର୍ବରୁ ସାହୁ ବୋର୍ଡ ଅଫ ମେଡିକାଲ୍ ଏକ୍ସପର୍ଟକୁ ନିଜ ଶରୀର ଦାନ କରିଛନ୍ତି। ଏହା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ ସହାୟକ ହୋଇପାରିବ ବୋଲି ସାହୁ ପ୍ରକାଶ କରିଛନ୍ତି। ଏପରିକି ଶିକ୍ଷକ ସାହୁ ରକ୍ତ ଦାନ କରି ବିଦ୍ୟାଳୟକୁ ଯାଇ ଥିଲେ।
ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଇ ନିୟମିତ ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପିତା ଗୋଲକ ଚନ୍ଦ୍ର ସାହୁ କଟକ ଜିଲା ବାସୁଦେବପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ଛାତ୍ରବସ୍ଥାରେ ସେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରି ଅବିବାହିତ ରହିଥିଲେ। ଅବସର ପରେ ବାକି ସମୟ ପୂରୀର ଏକ ଆଶ୍ରମରେ ରହି ଲୋକଙ୍କ ସେବା କରିବା ସହ ଶେଷ ଜୀବନ ବିତାଇବେ ବୋଲି ସେ କହିଛନ୍ତି।

Related Posts

Seo wordpress plugin by www.seowizard.org.