Odisha News

ଭରା ମହାନଦୀରେ ଡୁବି ଗଲା ମାଲବାହୀ ନୌକା : ରକ୍ଷାପାଇ ଗଲେ ଦୁଇ ନାବିକ

କମ୍ଭୁ ଧର ଖେତୀ

ବୈାଦ୍ଧ,୧୭/୭: ଶୁକ୍ରବାର ଦିନ ଭରା ମହାନଦୀ ମଧ୍ୟରେ ମର୍ଜାକୁଦର ୨ ଜଣ ନାବିକ ଏକ ଡଙ୍ଗାରେ ସାର ବୋଝେଇ କରି ବୈାଦ୍ଧରୁ ନେଇ ଯାଉଥିବା ବେଳେ ହଠାତ ଡଙ୍ଗାଟି ମଝି ନଦୀରେ ବୁଡି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ୨ ନାବିକ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାଇ, ବୈାଦ୍ଧ ଜିଲ୍ଲା ଏନଏସିର ଦୁଇଟି ୱାର୍ଡ ମର୍ଜାକୁଦ ମହାନଦୀ ମଧ୍ୟରେ ରହିଥିବାରୁ ଏହି ଅଞ୍ଚଳଟି ବର୍ଷ ସାରା ପାଣିଘେରାରେ ରହିଥାଏ । ବର୍ଷାଦିନରେ ମର୍ଜାକୁଦ ବାସୀ ଦେଶୀ ଡଙ୍ଗାରେ ପ୍ରଖର ଜଳତ୍ସତରେ ନୀଜ ଜୀବନକୁ ବାଜିଲଗାଇ ଯିବାଆସିବା କରିଥାନ୍ତି ।
ନେକ ସମୟରେ ଏଭଳି ବପଦ୍‌ଜନକ ବସ୍ଥାରେ ଯାତାୟତ କରୁଥିବା ବେଳେ ଡଙ୍ଗା ବୁଡି ହେବାର ନଜିର ରହିଛି । ଆଜି ମର୍ଜାକୁଦର ଦେବେନ୍ଦ୍ର ଦେହୁରୀ ଓ ରାଜେଶ ଭୂକ୍ତା ଏକ ଡଙ୍ଗାରେ ବୈାଦ୍ଧ ସହରକୁ ଆସି ବୈାଦ୍ଧ ସେବା ସମବାୟ ସମିତିରୁ ଖରିଫ ଧାନ ଚାଷ ପାଇଁ ସାର ନେଇ ଡଙ୍ଗାରେ ଯାଉଥିବା ସମୟରେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଫଳରେ ସେମାନେ ଏକ ପଥରକୁ ଧରି ଲାଖି ରହିଥିବା ବେଳେ ନଦୀ ଆରପଟେ ମର୍ଜାକୁଦ ନଦୀ କୂଳରେ ଠିଆ ହୋଇଥିବା କିଛି ଲୋକମାନେ ଡଙ୍ଗା ଓଲଟି ପଡିବା ଦେଖି ଉଦ୍ଧାର ପାଇଁ ଅନ୍ୟ ଏକ ଡଙ୍ଗା ସାହାର୍ଯ୍ୟ ଆସି ନାବିକଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଉଦ୍ଧାର ପାଇଁ ଅଗ୍ନିଶମ ବାହୀନି ସେଠାରେ ପହଞ୍ଚିଥିଲା ।
ସୂଚନା ଯୋଗ୍ୟ ଯେ, ମହାନଦୀ ଉପରେ ବୈାଦ୍ଧ- ମର୍ଜାକୁଦକୁ ଏକ ପୋଲ ନିର୍ମାଣ ପାଇଁ ମର୍ଜାକୁଦବାସୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ମର୍ଜାକୁଦବାସୀଙ୍କ ଆବଶ୍ୟକତାକୁ ଦେଖି ସରକାର ଏଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଲକଡାଉନ ଓ ମହାନଦୀରେ ବିଭିନ୍ନ ସମୟରେ ପାଣି ଆସିବା ଫଳରେ କାର୍ଯ୍ୟରେ ବିଳମ୍ବ ହେଉଛି । ଯଦି ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେଲେ ମର୍ଜାକୁଦବାସୀଙ୍କ ଏକ ବଡ ସମସ୍ୟାର ସମାଧାନ ହୋଇପାରନ୍ତା ।

Related Posts

Seo wordpress plugin by www.seowizard.org.