Odisha News

ବଡ଼ ଦୁର୍ଘଟଣା ଟଳିଗଲା: ଅଳ୍ପକେ ବର୍ତ୍ତିରେ ୩୦ ଯାତ୍ରୀ

କେନ୍ଦୁଝର,୧୧/୬: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଚଳନ୍ତା ଅବସ୍ଥାରେ ଏକ ବସ୍‌ରେ ନିଆଁ ଲିଗିଜାଇଥିଲା । ପାଢ଼ୀ ନାମକ ଏକ ଘରୋଇ ବସ୍ ଘାଟି ଚଢ଼ୁଥିଲା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଯାତ୍ରୀ ବାହି ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଯାଉଥିଲାବେଳେ ଘଟିଥିଲା ଏହି ଘଟଣା ।
ଏହା ପ୍ରାୟ ରାତି ୩ ଟା ବେଳର ଘଟଣା । ସାଙ୍ଗେ ସାଙ୍ଗେ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ତେଣୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି । ଧିରେ ଧିରେ ବସ୍ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ବସ୍ । ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା । ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନଙ୍କୁ ବସ୍ରୁ ଓହ୍ଲାଇବାକୁ କୁହାଯାଇଥିଲା । ତେବେ ଏହି ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି ।
ସେପଟେ ନୟାଗଡ଼ରେ ଜଳିଯାଇଛି ତେଲ ଟ୍ୟାଙ୍କର । ଏକ ତେଲ ଟ୍ୟାଙ୍କର ନୟାଗଡର ବଡପଣ୍ଡୁସର ବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା । ଏହି ଘଟଣାରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୪ଜଣ ସ୍ଥାନୀୟ ଲୋକ ଥିବା କୁହାଯାଉଛି । ସେମାନେ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଓ ଚନ୍ଦନ ଖଟୁଆ ।
ସେମାନେ ଉଦ୍ଧାର ପାଇଁ ଯାଇଥିବା ବେଳେ ଟ୍ୟାଙ୍କରଟି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତି ପ୍ରାୟ ଗୋଟାଏ ୪୫ରେ ଘଟିଥିଲା ଏହି ଦୁର୍ଘଟଣା । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର‌୍ୟ୍ୟ କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି ।

Related Posts

Seo wordpress plugin by www.seowizard.org.