Odisha News

ବ୍ରିଜ୍‌ରେ ଝୁଲିଲା ଯାତ୍ରିବାହୀ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଡ୍ରାଇଭର ଫେରାର୍‌

ବାଙ୍କୀ,୩/୧୦ : କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଆଜି ଘଟିଛି ଏକ ଭୟଙ୍କର ଦୁର୍ଘଟଣା।
ଏକ ଯାତ୍ରୀବାହୀ ବସ୍ ବ୍ରିଜ୍ର ସାଇଡ୍ ୱାଲ୍କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍ଟି ମହାନଦୀରେ ପଡ଼ି ନଥିଲା। ବସ୍ଟି ବ୍ରିଜ୍ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ।
ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.