Odisha News

ବ୍ରଜରାଜନଗର ଉପନିର୍ବାଚନ: ୨.୧୪ ଲକ୍ଷ ଭୋଟରଙ୍କ ପାଇଁ ୨୭୯ଟି ବୁଥ୍ , ଘରେ ରହି ଭୋଟ୍ ଦେବେ ଦିବ୍ୟାଙ୍ଗ ଓ ବୟସ୍କ

ଭୁବନେଶ୍ୱର, ୪/୫: ବ୍ରଜରାଜନଗର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ବର୍ତ୍ତମାନ ପର‌୍ୟ୍ୟନ୍ତ ବ୍ରଜରାଜନଗରରେ ମୋଟ ୨,୧୪,୭୪୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୧୯ ଭିନ୍ନକ୍ଷମ ଓ ୩୧୨୭ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି ।
ଭୋଟ ଗ୍ରହଣ ପାଇଁ ମୋଟ ୨୭୯ଟି ବୁଥ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିବା ସିଇଓ ସୁଶିଲ୍ ଲୋହାନୀ ସୂଚନା ଦେଇଛନ୍ତି ।
ମେ’ ୧୧ ପର‌୍ୟ୍ୟନ୍ତ ଭୋଟର୍ ତାଲିକା ସଂଶୋଧନ ହୋଇପାରିବ । ଋଠଗରେ ହେବ ଭୋଟ୍ ଗ୍ରହଣ, ଠଠଚଇଞ ବ୍ୟବସ୍ଥା’ ରହିବ । ନିର୍ବାଚନରେ କୋଭିଡ୍ ନିୟମ ପାଳନ ହେବ ବୋଲି ସେ କହିଛନ୍ତି ।
ଭିନ୍ନକ୍ଷମ ଏବଂ ବୟସ୍କ ବ୍ୟକ୍ତି ଘରେ ଥାଇ ମଧ୍ୟ ଭୋଟ ଦେଇପାରିବେ । ସେମାନଙ୍କ ପାଇଁ ପୋଷ୍ଟାଲ ବାଲାଟ୍ର ବ୍ୟବସ୍ଥା କରାଯିବ । ଯେଉଁ ବ୍ୟକ୍ତିଙ୍କର କୋଭିଡ୍ ଲକ୍ଷଣ ଥିବା ସେମାନ ଟୋକନ୍ ନେଇ ଶେଷ ଘଣ୍ଟାକ ମଧ୍ୟରେ ଭୋଟ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Related Posts

Seo wordpress plugin by www.seowizard.org.