Odisha News

ବ୍ରଜରାଜନଗରରେ ବିଜେଡି ପାର୍ଥି ଅଳକା ମହାନ୍ତିଙ୍କ ବାଜିମାତ

ଭୁବନେଶ୍ୱର,୩/୬: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ । ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁ ବ୍ରଜରାଜନଗରବାସୀଙ୍କୁ ବିପୁଳ ଭୋଟ ପାଇ ବିଜୟୀ ହୋଇଥିବା କହିଛନ୍ତି ଅଳକା । ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର‌୍ୟ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା।

Related Posts

Seo wordpress plugin by www.seowizard.org.