Odisha News

ବୌଦ୍ଧ ରେ ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହ -୨୦୨୪ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୪: ଅଦ୍ୟ ତା.୧.୪.୨୦୨୪ ରିଖ ଦିନ ବୌଦ୍ଧ ଠାରେ ଓଡିଶା ପ୍ରଦେଶ ଗଠନ ର ୮୯ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହ -୨୦୨୪ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ପ୍ରାତଃ ୫ ଘଟିକା ସମୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ବୌଦ୍ଧ ଶାଖା ପକ୍ଷ ରୁ ଡାକବାଜି ଯନ୍ତ୍ର ଯୋଗେ ବୌଦ୍ଧ ସହର ସାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।
ପରେ ପରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା । ସକାଳ ଘ.୮.୩୦ ମି ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,, ସ୍ଵଭାଵ କବି ଗଙ୍ଗାଧର ମେହେର, ମଧୁସୂଦନ ଦାସ, ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ସହବୌଦ୍ଧ ସହର ସ୍ଥିତ ଓଡିଶା ର ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇଥିଲା । ଏହି ସାମୁହିକ ମାଲ୍ୟାର୍ପଣ ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅନିରୁଦ୍ଧ ପ୍ରଧାନ, ଉପ ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବରିଷ୍ଠ ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ, ବୌଦ୍ଧଗଡ଼ ଏନ. ଏ. ସି ର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ଓଡିଶା ର ବରପୁତ୍ର ଙ୍କୁ ମାଲ୍ୟାର୍ପଣ ସମୟରେ ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଙ୍କ ଦ୍ୱାରା ନିର୍ଧାରିତ ୧୨ ଟି ଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ଅପରାହ୍ନ ୫ ଘଟିକା ସମୟରେ ଦେଶାତ୍ମବୋଧକ ସଂଗୀତ ରେ ନୃତ୍ୟ ଏବଂ ଓଡିଶୀ ନୃତ୍ୟ (ଏକକ ) ପ୍ରତିଯୋଗିତା ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା ।
ପରେ ପରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ୮୯ ତମ ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହ -୨୦୨୪ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର, ସମ୍ମାନିତ ଅତିଥି ଭାବେ ଡ଼. ଇଂ ସଞ୍ଜୟ କୁମାର ପଣ୍ଡା, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ଜ଼ିଲ୍ଲା ମସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସଂସ୍କୃତ ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପ୍ରତାପ କୁମାର ରଥ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଓଡିଶା ର ବରପୁତ୍ର ମାନଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ନିଜ ନିଜ ବକ୍ତବ୍ୟ ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ଓଡିଶା ର ବରପୁତ୍ର ମାନଙ୍କ ଅବଦାନ ଏବଂ ତାର ପୃଷ୍ଠଭୂମି ବିଷୟରେ ବକ୍ତବ୍ୟ ରଖିଥିଲେ ।
ତତ ସହିତ ଓଡ଼ିଆ ଭାଷାର ସମୃଦ୍ଧି, ପୂର୍ବ ସୁରୀ ତଥା ଓଡିଶା ର ବରପୁତ୍ର ମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟ ରେ ବକ୍ତବ୍ୟ ରଖିଥିଲେ ।
ସଭା ଆରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ବାଦନ କରାଯାଇଥିଲା । ପରେ ପରେ ଓଡିଶା ଦିବସ ଉପଲକ୍ଷେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ଦେଶାତ୍ମବୋଧକ ସଂଗୀତ ରେ ନୃତ୍ୟ, ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଏବଂ ଅଂଶଗ୍ରହଣ କରିଥିବା ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ସହଯୋଗ କରିଥିବା କର୍ମଚାରୀ, ସଂଯୋଜକ, ବିଚାରକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବେ ଭୁବନେଶ୍ୱର ମିଶ୍ର, ଦେବାଙ୍ଗନ ମେହେର, ସ୍ୱରୂପ ପଟ୍ଟନାୟକ ଯୋଗ ଦେଇଥିଲେ ।
ସନ୍ଧ୍ୟା ରେ ଅନୁଷ୍ଠିତ ସଭାକୁ ସଂସ୍କୃତ ଶିକ୍ଷକ, ମେଂଢ଼ୀମାଲ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ନୃତ୍ୟ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରୁଦ୍ର ଭୈରବୀ କ୍ଳବ ପ୍ରେମଜିତ ଝାଙ୍କର ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରି କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ମିକୁନ ଘିବେଳା, ଅମରେଶ ମିଶ୍ର, ବୌଦ୍ଧଗଡ଼ ଏନ. ଏ. ସି ର ସ୍ୱଚ୍ଛ ସାଥି ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସହକାରୀ ନିବନ୍ଧକ ହାଡ଼ିବନ୍ଧୁ ମହାକୁଡ଼, ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ସାହିତ୍ୟିକ, ବିଭିନ୍ନ ଶିକ୍ଷା ନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି (ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ପ୍ରତିନିଧି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.