Odisha News

ବୌଦ୍ଧ : ରାଜ୍ୟ ବୟନିକା ସଭାପତିଙ୍କୁ ନାଗରିକ ସମ୍ବର୍ଦ୍ଧନା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୩: ରାଜ୍ୟ ବୟନିକା ସଭାପତି ଭାବରେ ବୌଦ୍ଧଜିଲା ମନମୁଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ମେହେର ନିର୍ବାଚିତ ହେବାପରେ ବୌଦ୍ଧରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନଏସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ବୈଠକରେ ପୁଷ୍ପଗୁଛ ଓ ଉପଢୌକନ ଦେଇ ଶ୍ରୀମେହେରଙ୍କୁ ବୌଦ୍ଧବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୂର୍ବରୁ ବୌଦ୍ଧଜିଲାର ଶେଷ କୁମାର ମେହେର ଦୁଇଥର ରାଜ୍ୟ ବୟନିକା ସଭାପତି ଭାବରେ ନିର୍ବାଚିତ ହୋଇଥିବାବେଳେ ପ୍ରକାଶ ଚନ୍ଦ୍ର ମେହେର ବୌଦ୍ଧରୁ ଦ୍ୱିତିୟ ବ୍ୟକ୍ତି ଭାବରେ ଏହି ସମ୍ମାନଜନକ ପଦବୀ ହାସଲ କରିବାରେ ସଫଳ ହୋଇଛନ୍ତି ।
ସମ୍ବର୍ଦ୍ଧନା ସଭାରେ ଶ୍ରୀମେହେର ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ବୟନିକା ସଭାପତି ଭାବରେ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ସହଯୋଗ ଓ ମାର୍ଗଦର୍ଶନରେ ଏହା ସମ୍ଭବ ହୋଇପାରିଥିବା ପ୍ରକାଶ କରିଥିଲେ ।
ଏହି ପଦବି ପାଇଁ ଅନ୍ୟଜିଲା ଗୁଡିକରୁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀଅମାତଙ୍କ ସଫଳ ନେତୃତ୍ୱ ଯୋଗୁଁ ବୌଦ୍ଧରୁ ତାଙ୍କୁ ସଭାପତି ଭାବରେ ଦଳୀୟ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଥିଲା ଏବଂ ସମସ୍ତଙ୍କ ସମର୍ଥନରେ ସେ ନିର୍ବାଚିତ ହୋଇଥିଲେ ।
ତେଣୁ ଶ୍ରୀଅମାତଙ୍କ ପ୍ରତି ଶ୍ରୀମେହେର ଗଭୀର କୃତଜ୍ଞତା ପ୍ରକାଶ କରିବା ସହିତ ଜିଲାରେ ବୁଣାକାରମାନଙ୍କ ଉନ୍ନତି ଏବଂ ବୟନିକା ପକ୍ଷରୁ ସବୁ କ୍ଷେତ୍ରରେ ବୌଦ୍ଧଜିଲାକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଥିଲେ ।
ଶ୍ରୀମେହେର ସଭାପତି ଭାବରେ ନିର୍ବାଚିତ ହେବାପରେ ଖୁବଶୀଘ୍ର ବୌଦ୍ଧରେ ବୟନିକା ପକ୍ଷରୁ ଷ୍ଟଲ ଖୋଲାଯାଇ ଲୋକଙ୍କୁ ଉନ୍ନତମାନର ସାମଗ୍ରୀ ସୁଲ୍ଲଭ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି ।
ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ସୁଭାଷିନୀ ସେଠୀ,ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର,ଅଶୋକ କୁମାର ସାହୁ,ଯୋଗେଶ ପ୍ରସାଦ ନାୟକଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମର୍କାମାନେ ଉପସ୍ଥିତ ଥିଲେ ।
ସମ୍ବର୍ଦ୍ଧନା ସଭାପରେ ଶ୍ରୀମେହେର ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ସହିତ ସାକ୍ଷାତ କରି ବୌଦ୍ଧରେ ବୁଣାକାରମାନଙ୍କ ଉନ୍ନତି ନେଇ ଆଲୋଚନା କରିଥିବା ଜଣାଯାଇଛି ।
ସେହିପରି ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଆଜି ରାଜ୍ୟ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ସମ୍ବର୍ଦ୍ଧିତ ହୋଇଛନ୍ତି । ଶ୍ରୀ ମେହେର ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜର୍ଣ୍ଣାଲିଷ୍ଟ ଫୋରମର କର୍ମକର୍ତ୍ତା ଓ ସଦସ୍ୟ ମାନେ ସର୍କିଟ ହାଉସଠାରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ ବେଳେ ଦେବାନନ୍ଦ ସାହୁ, ସତ୍ୟଜିତ କୁମାର ପଣ୍ଡା, ସତ୍ୟ ନାରୟଣ ପାଣି, ସଞ୍ଜିବ ମହାକୁଳ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧରେ ଗାଁ କଲ୍ୟାଣ, ଅଶା ସମ୍ମିଳନୀ
ବୌଦ୍ଧ,୨୪/୩: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ଟାଉନ ହଲ ଠାରେ ବୁଧବାର ଦିନ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗ ଦେଇ ଅଶାମାନଙ୍କ କାର୍ଯ୍ୟ ପ୍ରଶଂସା କରିବା ସହିତ ଆଶ ମାନଙ୍କୁ ଆଶ କର୍ମୀ ନକହି ଆଶ ମା ବୋଲି ସମ୍ବଧନ କରିଥିଲେ ।
ଯେହୁତୁ ଏମାନେ ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ପଯ୍ୟନ୍ତ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସେମାନଙ୍କର ଅବଦାନ ରହିଛି । ତେଣୁ ସେମାନଙ୍କୁ ଜିଲ୍ଲାରେ ଆଶା ମା ବୋଲି ଡାକିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଗ୍ରାମ ପ୍ରଶାସନ ସହିତ ଜିଲ୍ଲାପ୍ରଶାସନ ମଧ୍ୟରେ ଅଶା ମାନେ ସେତୁ ବନ୍ଧ ଭଳି କାର୍ଯ୍ୟ କରିଥାନ୍ତି । ସମ୍ମିଳନୀରେ ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ସମ୍ମାନୀତ କରିଥିଲେ । ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ଆଶାଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷିରେ ଚଳିତ ବର୍ଷର ଶ୍ରେଷ୍ଠ ଅଶା ଭାବରେ ବୌଦ୍ଧ ବ୍ଳକର ସ୍ୱର୍ଣ୍ଣପ୍ରଭା ମିଶ୍ର, ହରଭଙ୍ଗା ବ୍ଳକର ଶଙ୍କୁନ୍ତଳା ଭୋକ୍ତା, କଂଟମାଳ ବ୍ଳକର କଳ୍ପନା ସେଠୀ ଓ ବୌଦ୍ଧଗଡ ଏନଏସିର ରୀତା ରାଜକୁ ସମ୍ମାନୀତ କରାଯାଇଥିଲା । ସେହିପରି ସୁସ୍ଥ ଗ୍ରାମ ଭାବରେ ବୌଦ୍ଧ ବ୍ଳକର ଗୌତମ ପାଲି, ହରଭଙ୍ଗା ବ୍ଳକର ପିତାମ୍ବରପୁର, ଓ କଂଟାମାଳ ବ୍ଳକର ନୃର୍ପା ଗାଁକୁ ଅର୍ଥ ରାଶି ସହ ସମ୍ମାନୀତ କରାଯାଇଥିଲା ।
ରାଜ୍ୟରେ ବୌଦ୍ଧ ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ପ୍ରଂଶସା କରିଥିଲେ । ଜିଲ୍ଲା ମୁ୍‌୍ୟଖ୍ୟ ଚିକିତ୍ସାଅଧିକାରୀ ଡ.ଜୟକୃଷ୍ଣ ମିଶ୍ର ଅଧକ୍ଷତାକରି ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ, ମଦନମୋହଦ ପ୍ରଧାନ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡ.ବିକେଆରସିଦେଓ ହେମ୍ରମ, ଅତିରିକ୍ତ ଜିଲ୍ଲା ମୁ୍‌ଖ୍ୟ ଚିକିତ୍ସା ଅଧିକରୀ ଡ.ସଂଘମିତ୍ରା ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ ମଞ୍ଚାସିନ ଥିଲେ ।
ଭାରପ୍ରାପ୍ତ ଡିପିଏମ ପ୍ରଫୁଲ୍ଲ ସାହୁ,କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉତ୍ପଳ ପଟ୍ଟନାୟକ,ଜ୍ୟୋତି ପ୍ରକାଶ ଦାସ,ରଘୁନାଥ ସାହୁ,କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ । ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମହେନ୍ଦ୍ର ସଏ ଧନ୍ୟବାଦ ପ୍ରଦାନ କରିଥିଲେ । ସମ୍ମିଳନୀରେ ଜିଲ୍ଲାର ସମସ୍ତ ଅଶା କର୍ମୀ , ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତ ରାଜ ପ୍ରତିନିଧି ଯୋଗ ଦେଇଥିଲେ ।
ବୌଦ୍ଧ:ଉତ୍କଳ ଦିବସ ପାଳନ ନେଇ ବୈଠକ
ବୌଦ୍ଧ,୨୪/୩: ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଛି । । ବୌଦ୍ଧ ଜିଲ୍ଲାରେ ଆଡମ୍ବର ସହକାରେ ଉତ୍କଳ ଦିବସ ପାଳନ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉତ୍କଳ ଦିବସ ପାଇଁ ଛାତ୍ରଛତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯିବା , ସହରରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ଉତ୍କଳ ଦିବସରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଆଲୋକିକରଣ ଓ ସାଜସଜ୍ୟା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, , ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ , ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ: ବିରନରସିଂହପୁର ନର୍ସରୀ ଠାରେ ବିଶ୍ୱବନ ଦିବସ ପାଳିତ
ବୌଦ୍ଧ,୨୪/୩ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ସ୍ଥିତ ନର୍ସରୀ ଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେଏଲ ଡିଏଫଓ ଅରବିନ୍ଦ ମହାନ୍ତି ଓ ଏସିଏଫ ଆଶିଷ କହଁର, ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଯୋଗଦେଇ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ତିନିଜଣ ବନକର୍ମଚାରୀ ଫରେଷ୍ଟର ଦେବକାନ୍ତ ବେହେରା, ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ,ଅର୍ଚ୍ଚନା ଦ୍ୱିବେଦୀ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଜଙ୍ଗଲ ସୁରକ୍ଷା ନେଇ ସମୂହ ଶପଥ ଗ୍ରହଣ କରାଯାଥିଲା । କାର୍ଯ୍ୟକ୍ରମରେ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ମେଗା ଯୁବ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୁତି ଶିବିର ଉଦଯାପିତ
ବୌଦ୍ଧ,୨୪/୩: ବୌଦ୍ଧଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ନେଇ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ୧୦ ଗୋଟି ସ୍ଥାନରେ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମ୍ୟୁଜିୟମ ଠାରେ ଜିଲ୍ଲାସ୍ତରୀୟ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା,ଆର୍ଟ ଅଫ ଲିଭଙ୍ଗର ବରିଷ୍ଠ ଶିକ୍ଷକ ରଂଜନ ସାହୁ, ଶିକ୍ଷୟତ୍ରୀ ପ୍ରମିଳା ନାଥ, ଅନୁସୟା ସାହୁ ଯୋଗଦେଇଥିଲେ ।
ଜିଲ୍ଲ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ,ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ,ଅଧ୍ୟାପକ ଶିବ ନାରାୟଣ ମେହେର,କେବି ହିଷ୍ଟି କଲେଜର ଅଧ୍ୟାପକ ସୁରେନ୍ଦ୍ର ମହାକୁଡ ଉପସ୍ଥିତଥିଲେ । ଅଧ୍ୟାପକ ପ୍ରବିର ଦାସ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବହୁ ମହାବିଦ୍ୟାଳୟର ଛାତ୍ରଛତ୍ରୀ ମାନେ ଯୋଗଦେଇଥିଲେ ।
ବୌଦ୍ଧ :ଜାତୀୟ ରାଜପଥ କଡରୁ ମହିଳାଙ୍କ ଶବ ଉଦ୍ଧାର
ବୌଦ୍ଧ,୨୩/୩: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ରଇଠାଣୀ ଛକ ନିକଟରୁ ବୁଧବାର ଦିନ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କଲା ବୌଦ୍ଧ ପୁଲିସ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ରଇଠାଣୀ ଛକ ନିକଟରେ ଏକ ମହିଳାଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀମାନେ ପୁଲିସ କୁ ଖବର ଦେଇଥିଲେ ।
ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କ ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତ ମହିଳାଙ୍କ ଶରିରରେ ଅନେକ ଆଘାତ ଚିହ୍ନ ରହିଥିବାରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । କୌଣସି ଏକ ଅଜଣା ଗାଡି ଧକ୍‌କାରେ ମହିଳାଙ୍କ ମୃତ୍ୟୁ ହୋଇଯିବା ସନ୍ଦେହ କରାଯାଉଛି ।
ବୌଦ୍ଧ ଜିଲ୍ଲା ରୁ ଏସଟିଏଫ ଦ୍ଵାରା ୨ ବଜ୍ରକାପ୍ତା ଉଦ୍ଧାର ୨ ଅଟକ
ବୌଦ୍ଧ,୨୪/୩:ବୌଦ୍ଧଜିଲ୍ଲାରେ ବଜ୍ରକାପ୍ତା ଚାଲାଣ ପାଇଁ ଉଦ୍ୟମ କରାଯାଉ ଥିବା ବେଳେ ଏସଟିଏଫ୍ ଟିମ ଚଢାଉ କରି ଦୁଇଟି ବଜ୍ରକାପ୍ତା ଉଦ୍ଧାର କରିଥିବା ବେଳେ ଦୁଇ ଜଣକୁ ଅଟକ ରଖିଥିବା ଜଣା ପଡ଼ିଛି। ସୂଚନା ମତେ, ବୌଦ୍ଧ ଜିଲ୍ଲା ବଘିଆପଡା ଫରେଷ୍ଟ ସେକସନ ଟିକରପଡା ପଂଚାୟତ ଜମୁଖୋଲ ଅଂଚଳର ଦୁଇ ଜଣ ବ୍ୟକ୍ତି ଦୁଇଟି ବଜ୍ରକାପ୍ତାକୁ ବିକ୍ର କରିବା ପାଇଁ ବୌଦ୍ଧ ବାଇପାସ ରେ ଥିବା ସମୟ ରେ ଏସଟିଏଫ ଟିମ ଚଢାଉ କରି ୨ ବଜ୍ରକାପ୍ତା ଉଦ୍ଧାର କରିଥିବା ବେଳେ ୨ ଜଣକୁ ଉଠାଇ ନେଇଥିବା ସୂଚନା ମିଳିଛି ।
ଏନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ତେବେ ବଜ୍ରକାପ୍ତା ବୌଦ୍ଧ ଜିଲ୍ଲାର ନା ବାହାରୁ ଆଣି ଏଠାରେ ବିକ୍ରି କରା ଯାଉଥିଲା ତାହା ଜଣା ପଡିନାହିଁ ।

ବୌଦ୍ଧ : ଇକୋ କ୍ଲବ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ
ବୌଦ୍ଧ,୨୪/୩: ବୌଦ୍ଧ ଜିଲ୍ଲା ଫରେଷ୍ଟ ନର୍ସରୀ ବୀରନରସିଂପୁର ଠାରେ ଓଡିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଅନ୍ତର୍ଗତ ପରିବେଶ ଶିକ୍ଷା କେନ୍ଦ୍ର ସହଯୋଗରେ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇକୋ କ୍ଲବ ଆନୁକୂଲ୍ୟରେ ଜିଲ୍ଲାର ୫୦ ଗୋଟି ଇକୋ କ୍ଲବ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ଜିଲ୍ଲାର ନୋଡାଲ ଅଫିସର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ତାଲିମ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ପରିବେଶ ପ୍ରତି ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ନିଜ ସ୍କ୍ଲୁଲ କୁ ସ୍ୱଚ୍ଛ ରଖିବକ୍ଷକୁ ପରାମର୍ଶ ଦେବା ସହ ସମସ୍ତ ବିଦ୍ୟାଳୟରେ ଗଚ୍ଛ ଚାରା ଉତ୍ପାଦନ କେନ୍ଦ୍ର ସ୍ରୁଷ୍ଟି କରି ଜୁଲାଇ ମାସରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କାରିବାକୁ ଉପଦେଶ ଦେଇଥିଲେ ।
ସମ୍ମାନିତ ଅତିଥି ଓ ସାଧନ କର୍ମୀ ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଯୋଗ ଦେଇ ବିଭିନ୍ନ ଚାରା ଉତ୍ପାଦନ , ମଞ୍ଜି ସଂଗ୍ରହ, ଚାରା ଚୟନ ବିଷୟରେ ତାଲିମ ଦେବାସହ ଜଙ୍ଗଲ ବିଭାଗ ତରଫରୁ ସମସ୍ତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସହକାରୀ ବନ ସଂରକ୍ଷକ ଆଶିଷ କୁମାର କଂହର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଇକୋ କ୍ଲବ ଜିଲ୍ଲା ସଂଯୋଜକ ସ୍ବରାଜ କୁମାର କଂହର ସମ୍ମାନିତ ଅତିଥି ଭାବେ ତାଙ୍କ ବକ୍ତବ୍ୟରେ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ ।
ସାଧନ କର୍ମୀ ଭାବେ ମାଷ୍ଟର ଟ୍ରେନର ଅଧ୍ୟାପକ ଡ଼ ପ୍ରବୀର କୁମାର ଦାସ , ପଦ୍ମଜା ପତି ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ପଲିଥିନ ମୁକ୍ତ ବିଦ୍ୟାଳୟ,ନିଶା ନିବାରଣ, ପରିବେଶ ପ୍ରକଳ୍ପ ତିଆରି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଚାରା ପ୍ରସ୍ତୁତି କିପରି କରିବେ ତାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଫରେଷ୍ଟର ସ୍ଵାଧୀନ କୁମାର ସାମଲ, ସିଡ ବଲ ପ୍ରସ୍ତୁତି ଉପରେ ସାମାଜିକ କର୍ମୀ କୃତିବାସ ପଲିଆ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ତାଲିମ ପରେ ସମସ୍ତ ଶିକ୍ଷକ ମାନେ ପ୍ରତ୍ୟକ୍ଷ ଭାବେ ନିଜେ ସେଠାରେ ଜରିରେ ମାଟି ଭର୍ତି କରି ନର୍ସରୀ ବେଡ୍ ପ୍ରସ୍ତୁତ କରିବାସହ ସିଡ୍ ବଲ୍ ତିଆରି କରିଥିଲେ ।
ସମସ୍ତ ଶିକ୍ଷକ ମାନଙ୍କୁ ପ୍ରମାଣ ପତ୍ର ସହ ଟୋପି ଓ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ଶେଷ ରେ ମାଷ୍ଟର ଟ୍ରେନର ସାଧୁ ଚାରଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ର ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ବର ସହଯୋଗ ରେ ଏହି କାର‌୍ୟ୍ୟକ୍ରମ କୁ ଆୟୋଜିତ କରିଥିଲେ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇକୋ କ୍ଲବ ବିଭାଗ ।

ବୌଦ୍ଧ : ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୪/୩: ବୌଦ୍ଧ ବ୍ଲକ୍ ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରା ଯାଇଛି, ମଞ୍ଚର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ଆସି ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
ପ୍ରମୁଖ ଦାବି ମଧ୍ୟରେ ବୌଦ୍ଧ ବ୍ଲକ୍ ରେ ଅଚଳ ଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଗୁଡିକର ମରାମତି, ଜଳ ଅଭାବ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ଗ୍ରାମର ସମସ୍ତ ରାସ୍ତାକୁ କାଂକ୍ରିଟ ରାସ୍ତା ନିର୍ମାଣ, କିଶୋରୀ ବାଳିକା ଓ ଗର୍ଭବତୀ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ, ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ଗୃହ ନିର୍ମାଣ ଆଦି ପ୍ରମୁଖ ଦାବି ରହିଛି ।
ମଞ୍ଚର ସଭାପତି ଅକ୍ଷୟ କୁମାର ଗାଈଗୌରୀଆ, ଜିଲ୍ଲା ପ୍ରଭାରୀ ଦ୍ବାଦଶ କୁମାର୍ ଜାନୀ, ବ୍ଲକ୍ ସଂଯୋଜକ ନିରଂଜନ ବିଶି, ଜନସାଥୀ ରାଜେଶ ମଲ୍ଲିକ, ଉପାଧ୍ୟକ୍ଷକ୍ଷ ରଂଜିତା ବାରିକ ଏବଂ ସଂଗଠନର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ।

ବୌଦ୍ଧ ଜିଲ୍ଲା ଚଷା ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ

ବୌଦ୍ଧ,୨୪/୩: ବୌଦ୍ଧ ଜିଲ୍ଲା ଚଷା ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମରେ ଆଜି ଅନୁଷ୍ଠିତ ହୋଇ ଯାଇଛି,ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରର ମୁଖିଆ ମାନେ ଯୋଗ ଦେଇଥିଲେ ।
ସମାଜକୁ ଅଧିକ ଶୃଙ୍ଖଳିତ ଓ ସଂଗଠିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲ । ସମାଜର ନୂତନ କର୍ମକର୍ତ୍ତା ମନୋନୟନ କରା ଯାଇଥିଲା ।
ନୂତନ ସଭାପତି ଭାବେ ଗୌତମ କୁମାର ପ୍ରଧାନ, ସମ୍ପାଦକ ଭାବେ ବାବୁଲାଲ ସାହୁ, କୋଷାଧ୍ୟକ୍ଷ ଭାବେ ସଦାନନ୍ଦ ଦେହୁରୀଙ୍କୁ ମନୋନୀତ କରା ଯାଇଥିଲା । ବୈଠକର ପ୍ରାରମ୍ଭରେ ଇଷ୍ଟ ଦେବୀ ରଣେଶ୍ବର ରାମଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ନୂତନ କର୍ମକର୍ତ୍ତା ମାନଂକୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ପଥ ସଞ୍ଚଳନ ଓ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ

ବୌଦ୍ଧ: ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସ୍ଥାନୀୟ କଚେରୀ ପଡିଆଠାରେ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ ପଡ଼ିଆରେ ଜିଲ୍ଲାର ବିଭିନ୍ନ ଶାଖାରୁ ଶତାଧିକ ସ୍ଵୟଂ ସେବକ ଉପସ୍ଥିତ ରହି ଯୋଗ ଆସନ,ସାମୁହିକ ଦଣ୍ଡ, ସମତା, ଦଣ୍ଡ ବ୍ୟାୟାମ ଯୋଗ, ପ୍ରଦର୍ଶନ କରିବା ସହ ସମସ୍ତ ସ୍ୱୟଂସେବକ ଘୋଷ ବାଦ୍ୟ ସହ ଏକ ଭବ୍ୟ ପଥସଂଚଳନ ନଗର ପରିକ୍ରମା କରିଥିଲା ଯାହାକୁ ନଗରବାସି କଳସ ବସାଇ ପୁଷ୍ପ ଦ୍ବାରା ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ ।
ଦ୍ଵିତୀୟ ଦିବସ ଅପରାହ୍ନ ରେ ପଡ଼ିଆରେ ଅନୁଷ୍ଠିତ ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗ ଦେଇ ରାଷ୍ଟ୍ରୀୟ ନବ ବର୍ଷକୁ ସ୍ଵାଗତ କରିବାସହ ସଂଘର କାର୍ଯ୍ୟ ଧାରାକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପଶ୍ଚିମ ର ସହ ପ୍ରାନ୍ତ ପ୍ରଚାରକ ମାନନୀୟ ଶଙ୍କର କୁମାର ପଣ୍ଡା ଯୋଗ ଦେଇ ରାଷ୍ଟ୍ରୀୟ ନବ ବର୍ଷ ର ବୈଜ୍ଞାନିକତା ଆଲୋଚନା କରିବା ସହ ସଂଘର କାର୍ଯ୍ୟ ଧାରା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ ।
ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼ ଅତିଥି ପରିଚୟ କରିଥିଲାବେଳେ ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଖ୍ୟ ଶିକ୍ଷକ ଭାବେ ଜୟଦେବ ରଣା, ପ୍ରାର୍ଥନା ପ୍ରମୁଖ ଭାବେ ଶିଣ୍ଟୁ ମହାକୁଡ଼, ବ୍ୟକ୍ତିଗତ ଗୀତ ଲକ୍ଷ୍ମୀକାନ୍ତ ଜାନୀ ସହଯୋଗ କରିଥିଲେ ।
ବିଭାଗ ପ୍ରଚାରକ ପ୍ରଣବ କୁମାର ନାୟକ,ସହ ବିଭାଗ ପ୍ରଚାରକ ସନ୍ତୋଷ କୁମାର ବେହେରା, ଲକ୍ଷ୍ମଣ କୁମାର ନାୟକ,ନଗର ବ୍ୟବସ୍ଥା ପ୍ରମୁଖ ପ୍ରଦୀପ କୁମାର ସାଥୁଆ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.