ବୌଦ୍ଧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ,ଷଷ୍ଠ ଦିନରେ ଅଷ୍ଟମଲ୍ଲ ସହ କୃଷ୍ଣ ବଳରାମଙ୍କ ସହିତ ଯୁଦ୍ଧ ଓ ମୃତ୍ୟୁ, ଗୋପପୁରରେ ଗୋପଲୀଳା ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ଷଷ୍ଠ ଦିବସରେ କଂସର ଆଦେଶରେ ଗୋପପୁରରେ ଷଡ଼ମଲ୍ଲ ପ୍ରେରଣ, ଶ୍ରୀକୃଷ୍ଣ ବଳରାମ ସାଙ୍ଗେ ଯୁଦ୍ଧ ଓ ମୃତ୍ୟୁ, ଗୋପରେ ଗୋପଳିଲା ମଞ୍ଚସ୍ଥ ହୋଇଛି ।
ମହାମନ୍ତ୍ରୀ ଚକ୍ରାଜିତଙ୍କ ବାର୍ତ୍ତା ଶୁଣି କଂସ ମର୍ମାହତ ହେଲେ । ଏଥିରେ କଂସ ଭୂମିକାରେ ଶୁଶିଲ କୁମାର ମେହେର, କୃଷ୍ଣ -ଶିଶୁ କଳାକାର -ଗଣେଶ ମେହେର, ବଳରାମ -ରାଜେନ୍ଦ୍ର ମେହେର, ମନ୍ତ୍ରୀ ଭାଗିରଥି ହୋତା, ସେନାପତି ଦାଶରଥି ଦଶରଥ ଦନ୍ତା, ଚାରୁଣ – ରାମ ଗୋପାଳ ପୁରୋହିତ, ବୀର ମୁଷ୍ଟିକ – ସର୍ଥୀକ ମୁଗ୍ରୀ, ପ୍ରହରୀ – ରାଜୁ ମେହେର, ବାସୁଦେବ – ବୁଦ୍ଧରାମ ,ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲର ଛାତ୍ରଛାତ୍ରୀ ଗୋପୀ ଓ ଗୋପାଳ ଭୂମିକାରେ ଅଭିନୟ କରିଥିଲେ ।
ସନ୍ଧ୍ୟା ୭ ଟାରେ ଗୋପୀଗଣ ନାରାୟଣନଗର ଗ୍ରାମ ମଧ୍ୟରେ ଦଧି ବିକିଥିବା ଦୃଶ୍ୟ ଅତି ମୁଗ୍ଧକର ହୋଇଥିଲା । ଏହାପରେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର, ଶିଶୁ ମନ୍ଦିର, ଜଗତି ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାର ମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା ।
ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ହୋଇଥିବା ନାମ ମଣ୍ଡପରେ ହରିନାମ ଚାଲିଛି । ସେହିପରି ସନ୍ଧ୍ୟାରେ ଅନ୍ଧ ପ୍ରବଚକ ପରକ୍ଷିତ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି ଯାତ୍ରାକୁ ଉପଭୋଗ କରିବାକୁ ମଧ୍ୟ୍ୟ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା ।
ଆଜିର କଂସ ଦରବାରରେ ନିମଂତ୍ରିତ ମୁଖ୍ୟ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ ମଂଚାସୀନ ଥିଲେ । ମନ୍ଦିର ନିର୍ମାଣ କମିଟି ଉପଦେଷ୍ଟା ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରବୀନ୍ଦ୍ର ମେହେର ଓ ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ ।.