Odisha News

ବୌଦ୍ଧ ଜିଲ୍ଲା ପରିଷଦ ପାଇଁ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ; ୮ ବିଜେଡି ୧ ସ୍ୱାଧିନ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧:ବୌଦ୍ଧଜିଲ୍ଲା ପରିଷଦରେ ୯ ଗୋଟି ଜୋନ ରହିଥିବା ବେଳେ ଆଜି ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୮ ଜଣ ପ୍ରାର୍ଥୀ ବିଜୁ ଜନତା ଦଳର ହୋଇଥିବା ବେଳେ ଜଣେ ପ୍ରାର୍ଥୀନୀ ସ୍ୱାଧିନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହରଭଙ୍ଗା ବ୍ଲକରେ ଥିବା ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ଆଜି ମଧ୍ୟ କେହିନ।।ମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି ।
୧- ନମ୍ବର ଜୋନ ପାଇଁ- ସୁମିତ୍ରା ସାହୁ(( ବିଜେଡି)
୨- ନମ୍ବର ଜୋନ ପାଇଁ- ମମତା ପ୍ରଧାନ(ବିଜେଡି)
୩- ନମ୍ବର ଜୋନ ପାଇଁ ଶଙ୍କର୍ଷଣ ପ୍ରଧାନ(ବିଜେଡି)
୪- ନମ୍ବର ଜୋନ ପାଇଁ ବୟନ୍ତି ପ୍ରଧାନ(ବିଜେଡି)
୫- ନମ୍ବର ଜୋନ ପାଇଁ ଉର୍ମୀଳା ଝାଙ୍କର(ବିଜେଡି)
୬- ନମ୍ବର ଜୋନ ପାଇଁ କଳ୍ପନା ରାଣୀ ସାହୁ(ବିଜେଡି)
ଯଶ୍ମୀନ ପ୍ରଧାନ( ସ୍ୱାଧିନ)
୭- ନମ୍ବର ଜୋନ ପାଇଁ ବିଶ୍ୱଜିତ ମିଶ୍ର ((ବିଜେଡି)
୯-ନମ୍ବର ଜୋନ ପାଇଁ ପ୍ରଭାସିନୀ ଦାସ(ବିଜେଡି)
ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ଜୋନରେ ଦଳ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ବିଜୁ ଜନତା ଦଳର ନାମାଙ୍କନ ପତ୍ର ଦାଖଲ ସମୟରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, କଣ୍ଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପର୍ଯ୍ୟବେକ୍ଷକ ସୈାଭାଗ୍ୟ ରଂଜନ ନାଏକ, ବରିଷ୍ଠ ଆଇନଜିବୀ ତାରେଣୀ ମହାପାତ୍ର, ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ,ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଜଂୟ ମିଶ୍ର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ସୁଧିର ମହାକୁଡ, ସ୍ୱାଧିନ ବିଶ୍ୱାଳ,ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ ପ୍ରମୁଖ ବହୁ ଦଳିୟ ନେତା ଉପସ୍ଥିତଥିଲେ ।
ବୌଦ୍ଧଜିଲ୍ଲାରେ ୬୫୦ ନାମାଙ୍କନ ପତ୍ର ଦାଖଲ
ବୌଦ୍ଧ,୨୧/୧: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଥିôବା ବେଳେ ବୌଦ୍ଧଜିଲ୍ଲାରେ ଗୁରୁବାର ୬୫୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ହରଭଙ୍ଗା ବ୍ଲକରେ ୱାର୍ଡମେମ୍ବର ପାଇଁ ୧୩୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପଦବି ପାଇଁ ୩୮ ଜଣ ଓ ସମିତି ସଭ୍ୟ ପାଇଁ ୩୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ହରଭଙ୍ଗା ବ୍ଲକରେ ଥିବା ୭,୮,୯ ନମ୍ବର ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୭ ଓ ୯ ନମ୍ବର ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ବେଳେ ୮ ଜୋନରେ ଆଜି ମଧ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ସେହିପରି ବୌଦ୍ଧ ବ୍ଲକରେ ୱାର୍ଡ ମେମ୍ବର ପାଇଁ ୧୫୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପଦବି ପାଇଁ ୩୯ ଓ ସମିତି ସଭ୍ୟ ପଦବି ପାଇଁ ୨୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନନ୍ତି । ବୌଦ୍ଧ ବ୍ଲକରେ ଥିବା ୪,୫,୬ ଜିଲ୍ଲା ପରିଷଦ ଜୋନ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୬ ନମ୍ବର ଜୋନରେ ୨ ଜଣ ପ୍ରାର୍ଥୀନାମ।।ଙ୍କନ ପତ୍ର ଦାଖଲ କରିଛନ୍ତି । କଣ୍ଟାମାଳ ବ୍ଲକରେ ୧୫୦ ୱାର୍ଡ ମେମ୍ବର ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପଦବି ପାଇଁ ୩୫ ଓ ସମିତି ସଭ୍ୟ ପାଇଁ ୨୭ ଜଣ ପ୍ରାର୍ଥୀନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କଣ୍ଟାମାଳ ବ୍ଲକରେ ଥିବା ୧,୨,୩ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ୩ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ୩ ନମ୍ବର ଜୋନର ପ୍ରାର୍ଥୀ ୩ ସେଟ ନାମାଙ୍କନ ପତ୍ର ଦାଖଲଲ କରିଛନ୍ତି ।
ରେଫରୀ ତପନ ଦଳେଇଙ୍କ ବିୟୋଗରେ ଜିଲ୍ଲା ରେଫରୀ ଆସୋସିଏସନ ପକ୍ଷରୁ ଶୋକସଭା
ବୌଦ୍ଧ,୨୧/୧:ବୌଦ୍ଧଜିଲ୍ଲା ଜଣାଶୁଣା ରେଫରୀ ତପନ ଦଳେଇଙ୍କ ବିୟୋଗରେ ବୌଦ୍ଧଜିଲ୍ଲା ରେଫରୀ ଆସୋସିଏସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଜିଲ୍ଲା ଷ୍ଟାଡିୟମ ପରିସରରେ ଥିବା ଜିଲ୍ଲ କ୍ରୀଡା ସଂସଦ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ରେଫରୀ ରବିନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଜାତୀୟ ରେଫରୀ ଶ୍ରୀକାନ୍ତ ବହିଦାର, ସୁବ୍ରତ ପୁରୋହିତ,ସୁଶୀଲ ପରିଡା, ସଂଜୟ ଜେନା,ବଦ୍ରିନାରାୟଣ ମିଶ୍ର, ଶଶାଙ୍କ ଶେଖର ଶାଶିନୀ, ସଲିଲ ବେହେରା, ସାଗର ବେହେରା, ଭିକି ନାଏକ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ମୃତି ଚାରଣ କରିଥିଲେ ।

Related Posts

Seo wordpress plugin by www.seowizard.org.