Odisha News

ବୌଦ୍ଧ: ଜିଲ୍ଲାସ୍ତରୀୟ ତୃତୀୟ ବାର୍ଷିକୀ ସଂକିର୍ତ୍ତନ ମହୋତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୨ : ବୌଦ୍ଧବ୍ଲକ ଗୋଛାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଡାପଡା ଗ୍ରାମରେ ଶ୍ରୀଶ୍ରୀ ଚୈତନ୍ୟ ସଂର୍କିର୍ତ୍ତନ ମହାସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସକିର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବିଧାୟକ ମହୀର ରଣା ଯୋଗଦେଇ ସଂକିର୍ତ୍ତିନ ମଣ୍ଡଳୀଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ନାଟ୍ୟକାର ତଥା ଅବସରପ୍ରାପ୍ତ ଶିକ୍ଷକ କରୁଣାକର ଘଟୁଆଳ, ସଂର୍କିତନ ମହୋତ୍ସବ କମିଟିର ସଭାପତି ରାଜକିଶୋର ମଲ୍ଲିକ, ଶ୍ରୀଶ୍ରୀ ଚୈତନ୍ୟ ସଂର୍କିର୍ତ୍ତନ ମହାସଂଘ ର ସଭାପତି କପିଳାସ ମଲ୍ଲିକ, ସମାଜସେବୀ ବିଜୟ ବାରିକ,ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ,ବାଳମୁକୁନ୍ଦ ମେହେର,ଶମ୍ଭୁ ସାହୁ,ବିପିନ ପ୍ରଧାନ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଯୋଗଦେଇ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସଂର୍କିତନ ମଣ୍ଡଳୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ସରପଞ୍ଚ ଶଗଡା ସୁରଥ ମିଶ୍ର ଯୋଗଦେଇଥିଲେ ।
ପ୍ରଥମ ଦିବସରେ ୮୨ଟି ସଂର୍କିତନ ଦଳ ନାମ ପଂଜିକରଣ କରିଥିବାବେଳେ ୭୦ ଟି ଦଳ ଯୋଗଦେଇ ସଂକିର୍ତ୍ତନ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ କଳା ସାଂସ୍କୃତିିକ ସଂଘ ଉପସଭାପତି ସ୍ୱାଧିନ କୁମାର ପରିଡା ପରିଚାଳନା କରିଥିବାବେଳେ ସଂପାଦକ ଶ୍ରୀଶ୍ରୀ ଚୈତନ୍ୟ ମହାସଂଘର ଅଖଣ୍ଡ ମହାକୁଡ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସ୍ମାରକୀ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ସ୍ୱେଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ପୂରୁଣା ପେନସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୮୧୨:ନୂତନ ପେନସନଧାରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବୌଦ୍ଧର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ପୁରୁଣା ପେନସନ ଦାବି କରି ଏକ ଶୋଭାଯାତ୍ରାରେ ଆସି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଶିକ୍ଷକମାନଙ୍କ ପକ୍ଷରୁ ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ପୁରୁଣା ପେନସନ ପ୍ରଦାନ,ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବାତିଲ କରି ଶିକ୍ଷା ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ,ସପ୍ତମ ବେତନ କମିଶନର ସୁପାରିଶକୁ ଆଧାର କରି ୪୨୦୦ ଟଙ୍କା ଗ୍ରେଡ ପେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଦାନ,ଶିକ୍ଷା ସହାୟକ ଚାକିରୀର ଛଅବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତିର ପ୍ରଥମ ଦିବସକୁ ଚାକିରୀର ସମୟ ରୂପେ ଗଣନା କରାଯିବା ଆଦି ଦାବିକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ଜିଲ୍ଲାପାଳଙ୍କ ସୂଚନାକ୍ରମେ ଏକ ୪ ଜଣିଆଁ ପ୍ରତିନିଧି ଦଳ ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି, ଜିଲ୍ଲା ସଂପାଦକ ମହେଶ ସେଠୀ,କଣ୍ଟାମାଳ ବ୍ଲକ ସଭାପତି ସୁଦାମ ଚରଣ ମିଶ୍ର,ବୌଦ୍ଧ ବ୍ଲକ ସଂପାଦକ ପ୍ରତାପ କୁମାର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ ସଭାପତି ହୃଦାନନ୍ଦ ପ୍ରଧାନ, ଜିଲ୍ଲା ସଂଘ ଉପସଭାପତି ବସନ୍ତ କୁମାର ବିଶ୍ୱାଳ,ରଞ୍ଜିତା ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ରେଣୁପ୍ରଭା ବେହେରା,ବିଷ୍ଣୁ ଚରଣ ମିଶ୍ର,ପୁସ୍ତମ ମହଲା,ଭାନୁଶଙ୍କର ଭୋଇ,ସୁରେଶ ଦେହୁରୀ,ପରମେଶ୍ୱର ମହଲା,ଷଣ୍ଢେଶ୍ୱର ଖମାରୀ,ଗିରିଶ ଦେହୁରୀ,ଅଶୋକ କୁମାର ଘିବେଲା,ରାଜକୁମାର ପ୍ରଧାନ,ସନ୍ତୋଷ କୁମାର ଶତପଥୀ,ବୃନ୍ଦାବନ ଶତପଥୀ,ପ୍ରଦୀପ କୁମାର ସାହୁ,ମନୋଜ କୁମାର ଝାଙ୍କର,ଟୁଲେଶ୍ୱର ମେହେର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ବୌଦ୍ଧ: ବ୍ଳକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୨୯/୧୨: ବୌଦ୍ଧବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସଭାଗୃହଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ପାସ କରିଥିବା ପିଲା ଯେପରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନରେ ପାରଦର୍ଶିତା ଲାଭ କରିବେ,ବୁଝିବା ସହିତ ପଢିବା,ଲେଖିବା ଓ କହିବାରେ ସ୍ପଷ୍ଟତା ରହିବ,ଶିକ୍ଷକମାନେ ଲେସନ ଡାଏରୀ ବର୍ଣ୍ଣନାତ୍ମକ ଲେଖିବେ,ପାଠ ପଢାକୁ ଅଧିକ ଗରୁତ୍ୱ ଦେବେ,ଜମି ପଟ୍ଟା ପାଇଁ ଫର୍ମ ୧(ଇ) ଆବେଦନ ପତ୍ର,ସ୍କୁଲ ଜମିର ନକ୍ସା,ଲେଣ୍ଡ ସିଡୁଲ ଓ ସେହି ମୌଜାର ପଟ୍ଟା କପି ଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଘିବେଲା ବୈଠକରେ ସୂଚନା ଦେଇଥିଲେ ।
ଶିକ୍ଷକ ପ୍ରଶିକ୍ଷିକା ଡଃ ନିହାରିକା ସାମନ୍ତରାୟ ବେସଲାଇନ ପରୀକ୍ଷଣକୁ ତର୍ଜମା କରବା,ପିଲା କେଉଁ ପ୍ରଶ୍ନରେ ଖରାପ କରିଛନ୍ତି ତାହା କେଉଁ ଶିକ୍ଷଣ ଫଳାଫଳକୁ ବୁଝାଉଛି, ସେଥିପ୍ରତି କିଭଳି ଅଧିକ ସଚେତନ ହୋଇ ଶିକ୍ଷଣ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଶିକ୍ଷଣ ଅଗ୍ରଗତି ପାଇଁ ପ୍ରତ୍ୟେକ ଶିକ୍ଷକ ୧୦ ଜଣ ଲେଖାଏଁ ପିଲାଙ୍କ ଦାୟିତ୍ୱ ନିଅନ୍ତୁ ବୋଲି କହିଥିଲେ । ସହ ଗୋଷ୍ଠୀଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଆସନ୍ତା ୪ ତାରିଖରେ ସବୁ କ୍ଲଷ୍ଟରରେ ପ୍ରଧାନଶିକ୍ଷକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ବେସଲାଇନ ପରୀକ୍ଷଣ ଫଳାଫଳ ଉପରେ ଆଲୋଚନା କରିବାକୁ ସୂଚନା ଦେବାସହ କାଉନସିଲର ଶିକ୍ଷକ,ମନିଟରିଙ୍ଗ ଆପ,ମୋ ସ୍କୁଲ ଅଭିଯାନର ବିନିଯୋଗ ପତ୍ର,କେଉଁ କ୍ଲଷ୍ଟରରେ ବଳକା ବହି ଅଛି ଜଣାଇବାକୁ ସୂଚନା ପ୍ରଦାନ କରିଥିଲେ ।
ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ,ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣିଙ୍କ ସହିତ ସିଆରସିସି ରାଜ କୁମାର ପ୍ରଧାନ,ରିରଞ୍ଜନ ମେହେର,ରବିନ୍ଦ୍ର କୁମାର ଦେହୁରୀ,ଅରବିନ୍ଦ ମହାଲିକ,ସଂଜୟ କୁମାର ଦେହୁରୀ,ପୁର୍ଣ୍ଣଚନ୍ଦ୍ର କରଡିଆ,ସନ୍ତୋଷ କୁମାର ଶତପଥୀ,ସନତ କୁମାର ବାରିକ୍‌, ସନ୍ତୋଷ କୁମାର କର୍ଣ୍ଣ,କାହ୍ନୁ ଚରଣ ସେଠୀ,ଲବ କିଶୋର ପ୍ରଧାନ ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ବୈଠକରେ ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ଥିବାବେଳେ ବିଜୟ କୁମାର ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ: ଶୀତରୁ ରକ୍ଷା ପାଇଁ ୨୫ ଜଣ ନିରାଶ୍ରୟଙ୍କୁ ଉଦ୍ଧାର କଲା ପ୍ରଶାସନ
ବୌଦ୍ଧ,୨୯/୧୨: ରାଜ୍ୟରେ ପ୍ରବଳ ଶୀତ ଲହରୀ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବାବେଳେ ରାସ୍ତା କଡରେ କିମ୍ବା ଯେକୌଣସି ସ୍ଥାନରେ କୌଣସି ନିରାଶ୍ରୟ ଲୋକ ଶୀତ କାକରରେ ପଡିଥିଲେ ତୁରନ୍ତ ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ପରାମର୍ଶକ୍ରମେ ବିଶ୍ୱ ଜୀବନ ସେବା ସଂଘ ପକ୍ଷରୁ ପରିଚାଳିତ ଆଶ୍ରୟ ଅନୁଷ୍ଠାନ ପକ୍ଷରୁ ଏକ ସପ୍ତାହ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଓ ରାସ୍ତାକଡରେ ପଡି ରହିଥିବା ୨୫ ଜଣ ନିରାଶ୍ରୟଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାଯାଇଛି ।
ଉଦ୍ଧାର ହୋଇଥିବା ନିରାଶ୍ରୟଙ୍କ ମଧ୍ୟରେ ମହିଳା,ପୁରୁଷ ଓ ଶିଶୁ ରହିଥିବାବେଳେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଆଶ୍ରୟ ସାଥୀ ସମୀର ଦିଗଲ ସହଯୋଗ କରିଥିଲେ ।
୩୩ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକ ମୃତ ,କ୍ଷତିପୁରଣ ଦାବୀରେ ଉତ୍ତେଜନା
ବୌଦ୍ଧ,୨୮/୧୨: ବୌଦ୍ଧ ଥାନା ହରଭଙ୍ଗା ବ୍ଳକର ନୁଆପଡା ଗ୍ରାମର ଟିକିରାସାହିଠାରେ ୩୩ କେଭି ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକର ମୃତ୍ୟୂ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଟିକିରାସାହି ସ୍ଥିତ ଏକ ମୁଢିମିଲର ଛାତ ପକାଇବା ପାଇଁ ସେଣ୍ଟ୍ରିଙ୍ଗ କାମ ଚାଲିଥିଲା । ସେହି କାମରେ ନିକଟସ୍ଥ ଚମ୍ପାମାଲ ଗ୍ରାମର ମାନସ ନାୟକ (୧୮) କାମ କରୁଥିବାବେଳେ ମିଲ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା ।
ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲକୁ ପଠାଯାଇଥିଲା । କିନ୍ତୁ ମେଡିକାଲକୁ ପହଞ୍ôଚବା ପୂର୍ବରୁ ତାର ମୃତ୍ୟୁ ହୋଇଯାଇଥିଲା । ଶ୍ରମିକର ମୃତ୍ୟୁ ନେଇ କ୍ଷତିପୁରଣ ଦାବୀରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ଆୟତ କରିଥିଲେ ଓ ଶବକୁ ଜବତ କରି ବୌଦ୍ଧ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଏନେଇ ଏକ ମାମଲା ହୋଇଥିବା ସହ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ବୌଦ୍ଧ : ଟ୍ରକ ଘଟାଇଲା ସିରଜ ଦୁର୍ଘଟଣା,କାର ସହ ଦୁଇ ବାଇକ ଚୁର୍‌ମାର୍
ବୌଦ୍ଧ,୨୯/୧୨: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ସହର ନିକଟସ୍ଥ ମହିଳା ମହାବିଦ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସିରିଜ ଦୁର୍ଘଟଣାରେ ଏକ କାର୍ ସହିତ ଦୁଇଟି ବାଇକ୍ ଚୁରମାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ ଏକ ମାଲବାହୀ ଟ୍ରକ ମହାନଦୀ ବ୍ରିଜଛକ ପଟୁ ବୌଦ୍ଧ ଆଡକୁ ଆସୁଥିବାବେଳେ ଟ୍ରକ ଚାଳକ ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ସିରିଜ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅଳ୍ପକେ ବହୁ ଲୋକଙ୍କ ଜୀବନ ବର୍ତ୍ତି ଯାଇଥିବା ଜଣାପଡିଛି । ମହିଳା ମହାବିଦ୍ୟାଳୟରେ ନିକଟରେ ପ୍ରଥମେ ଟ୍ରକଟି ରାସ୍ତା କଡରେ ଥିବା ଏକ ଲୁହା ବିଦ୍ୟୁତ ଖୁମ୍ବକୁ ଧକ୍କା ଦେଇସାରିବା ପରେ ରାଜପଥ କଡରେ ଥିବା ଏକ କାରକୁ ଧକ୍କା ଦେବା ସହିତ ଦୁଇଟି ବାଇକ କୁ ଧକ୍କା ଦେଇଥିଲା । ଫଳରେ କାର ଟି ୨୦ ମିଟର ରାସ୍ତା କଡକୁ ଖସି ପଡିବା ସହିତ ଉଭୟ ବାଇକ ଓ କାର ଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ଟ୍ରକ ଚାଳକ କୁ ଅଟକ ରଖିବା ସହିତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବୌଦ୍ଧ ସହରରେ ମାଲବାହୀ ଟ୍ରକ ଚାଳକ ଙ୍କ ଏଭଳି ବେପରୁଆ ଗାଡି ଚାଳନା କୁ ସମସ୍ତେ ଦାୟୀ କରିଥିବା ଜଣାପଡିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କୁ ପଚାରିବାରୁ ଟ୍ରକ ଚାଳକ ଜଣକ ନିଶାସେବନ କରି ଗାଡି ଚଳାଉଥିବା କାରଣରୁ ଦୁର୍ଘଟଣା ଘଟିଥିବା ନେଇ ସୁଚନା ଦେଇଛନ୍ତି ।

ବୌଦ୍ଧ:ବଲାକିରା ହତ୍ୟାକାଣ୍ଡ ଘଟଣା୧ ଅଭିଯୁକ୍ତ ଗିରଫ
ବୌଦ୍ଧ,୨୯/୧୨ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ କାକା ଶ୍ଵଶୁର ଓ ୨ ଶଳା ମଧ୍ୟରୁ ଜଣେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି, ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ହେଲେ ବିଷ୍ଣୁ ପ୍ରଧାନ , ଅନ୍ୟ ହତ୍ୟାକାରୀ କାକା ଶ୍ଵଶୁର ପ୍ରବିତ୍ର ପ୍ରଧାନ ଓ ଶଳା ବ୍ରହ୍ମା ପ୍ରଧାନ ଏ ପର‌୍ୟ୍ୟନ୍ତ ଫେରାର। ସୂଚନା ଅନୁଯାୟୀ ଗତ ୨୫ ତାରିଖ ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ମଦ୍ୟପାନ କରି ନିଜ ଶଶୁର ଘର ଆଗରେ ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟି ତୁଣ୍ଡ କରିଥିଲେ , ଶଶୁର ଘର ଲୋକ ଏବଂ ଗୋବର୍ଦ୍ଧନ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ,ତେବେ ଏଥିରେ ଶଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆରେ ଗାଁ ଦାଣ୍ଡରେ ଜ୍ବାଇଁ କୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ହତ୍ୟା କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଜ୍ବାଇଁ ର ମୃତ୍ୟୁ ହୋଇଥିଲା , ପୋଲିସ ଫେରାରଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.