Odisha News

ବୌଦ୍ଧ ଜିଲ୍ଲାରେ କୋଭିଡ ସମୀକ୍ଷା କଲେ ବିଷ୍ଣୁ ପ୍ରସାଦ ମିଶ୍ର

କମ୍ଭୁ ଧର ଖେତୀ
ବୈାଦ୍ଧ,୨୫/୭: ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ରବିବାର ଦିନ ବୌଦ୍ଧ ଜିଲ୍ଲାରେ ଥିବା ସ୍ଥାନିୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ କରୋନାକୁ କିପରୁ ମାତ୍ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଗ୍ରାମ ପଞ୍ଚାୟତସ୍ତରରେ ପ୍ରତିଷ୍ଠା ହୋଇଥିବା କୋଭିଡ କେୟାର ହୋମର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେଠାରେ ନିୟୋକିତ ୱାର୍ଡ ପରିଚାଳନା କମିଟି ଯେପରି ଉପଯୁକ୍ତ ପ୍ରଶିକ୍ଷଣ ପାଇ କୋଭିଡ କେୟାର ହୋମର ଉତ୍ତମ ପରିଚାଳନା କରି ପାରିବ ତା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା ।
ବିଶେଷ କରି କୈାଣସି ବ୍ୟକ୍ତିର ଜ୍ୱର. ଥଣ୍ଡା, କାଶ କିମ୍ବା ନିଶ୍ୱାଷ ପ୍ରଶାସ ନେବାରେ କଷ୍ଟ ହୁଏ ସଂପୃକ୍ତ ବ୍ୟକ୍ତିଙ୍କୁ ସିଧାସଳଖ ଡାକ୍ତରଖାନା ନ ନିଆଯାଇ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚସ୍ତରରେ ଖୋଲାଯାଇଥିବା କୋଭିଡ କେୟାର ହୋମରେ ରଖାଯିବା ଉପରେ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ସମ୍ପ୍ରତି ପରିସ୍ଥିତିରେ କରୋନା ସଂକ୍ରମିତ ସୁସ୍ଥ ହାର ଯେପରି ବୃଦ୍ଧି ପାଇବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ସରକାରଙ୍କର କୋଭିଡ ସଂପର୍କିତ ସମସ୍ତ କଲ୍ୟାଣ ଯୋଜନା ଯେପରି ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରିବ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସମୀକ୍ଷା ପରେ ପର୍ଯ୍ୟବେକ୍ଷକ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ସନ୍ତୋଷ ପ୍ରକାଶ କରିଥିଲେ ।
ଏହ ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରମୁଖ ଅଧିକାରୀ ଉପସ୍ଥିତଥିଲେ ।

Related Posts

Seo wordpress plugin by www.seowizard.org.