Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୨ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲାପାଳ ଜେ. ସୋନାଲ ଯୋଗଦେଇଥିଲେ ।
କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ନେଇ ରହିଥିବା ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ମୁଖ୍ୟ ଅତିଥି ସଚେତନ କରାଇଥିଲେ । ଏହା ସହ କର୍ମକ୍ଷେତ୍ରରେ ଯେପରି ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ନହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ କର୍ମଶାଳାରେ କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଇନ ୨୦୧୩ ସମ୍ପର୍କରେ ସଚେତନ କରାଯାଇଥିଲା ।
DSWO ଲୋଚନ ପୃଷ୍ଟି, DSP ସଂଯୁକ୍ତ ବାରଲା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ବୌଦ୍ଧ ସିଡିପିଓ ମିନତୀ ଦେଓ , , କଣ୍ଟାମାଳ ସିଡିପିଓ ଜ୍ୟୋସ୍ନାରାଣୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମତେ ଅନ୍ୟମାନେ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.