Odisha News

ବୌଦ୍ଧ ଇନଟାକ ଚାପ୍ଟର ଉଦଘାଟିତ: ଐତିହ ସଂପନ୍ନ ବୌଦ୍ଧଜିଲ୍ଲାକୁ ଗୁରୁତ୍ୱ ଦିଆଯାଉନାହିଁ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭ା୫: ବୌଦ୍ଧ ଅଞ୍ଚଳର ସଭ୍ୟତା,ଇତିହାସ ଅତ୍ୟନ୍ତ ଗୌରବମୟ । ଐତିହ ସଂପନ୍ନ ବୌଦ୍ଧଜିଲ୍ଲା କୁ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ଗୁରୁତ୍ୱ ମିଳିପାରିନାହିଁ ।
ଭଗବାନ ବୁଦ୍ଧଙ୍କ ଅନେକ କିର୍ତ୍ତିରାଜୀକୁ ନିଜ ଗର୍ଭରେ ସାଇତି ରଖିଥିବା ଏହି ଅଞ୍ଚଳ ପାଇଁ ଯଦି ନିଷ୍ଠାର ସହିତ ଉଦ୍ୟମ କରାଯାଏ ଏହା ଯେକୌଣସି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀଠାରୁ ମଧ୍ୟ କୌଣସି ଗୁଣରେ କମ ହେବନାହିଁ ବୋଲି ବୌଦ୍ଧରେ ଇନଟାକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇନଟାକ୍ ଓଡ଼ିଶା ଚାପ୍ଟର ର ରାଜ୍ୟ ସହସଂଯୋଜକ ଅନୀଲ ଧିର ପ୍ରକାଶ କରିଛନ୍ତି ।
ବୌଦ୍ଧରେ ଐତିହ୍ୟ କିର୍ତ୍ତିରାଜୀର ସଂରକ୍ଷଣ ପାଇଁ ଏକ ସଂଗ୍ରହାଳୟ ନିର୍ମାଣ କରାଯିବାକୁ ୨୦୨୦ ମସିହାରେ ଇନଟାକ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।
ପରବର୍ତ୍ତି ସମୟରେ ପୂର୍ବତନ ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ରାଜାଙ୍କ ଶହେବର୍ଷର କଚେରୀ କୋଠାକୁ ଜିଲ୍ଲା ସଂଗ୍ରହାଳୟର ରୂପ ଦିଆଯାଇଛି । ଏହି ସଂଗ୍ରହାଳୟ ମଧ୍ୟରେ ଅନେକ ପୂରାତନ ସାମଗ୍ରୀ ସଂଗୃହୀତ ହୋଇ ସଂରକ୍ଷିତ କରାଯାଇଛି । ଏହି ଉଦ୍ୟମକୁ ଶ୍ରୀଧୀର ପ୍ରଶଂସା କରିବା ସହିତ ବୁଦ୍ଧଙ୍କ ନାମରେ ବୌଦ୍ଧଜିଲ୍ଲାର ପରିଚୟ ସୃଷ୍ଟି ହୋଇଥିବାରୁ ଏଠାରେ ବୁଦ୍ଧଙ୍କ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ମଧ୍ୟ ସ୍ଥାପନ କରାଯିବାକୁ ମତପ୍ରକାଶ କରିଛନ୍ତି । ବୌଦ୍ଧ କଳିଙ୍ଗ ହୋଟେଲ ସମ୍ମିଳନୀ କକ୍ଷଠାରେ ଆଜି ସନ୍ଧ୍ୟାରେ ଗବେଷକ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବୌଦ୍ଧ ଇନଟାକ୍ ର ସମସ୍ତ ସଦସ୍ୟଙ୍କୁ ସଦସ୍ୟତା ପ୍ରମାଣପତ୍ର ରାଜ୍ୟ ସହସଂଯୋଜକ ଶ୍ରୀଧର ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଇତିହାସ ଅଧ୍ୟାପିକା ସୁବର୍ଣ୍ଣାସୁନ୍ଦରୀ ମିଶ୍ର ଯୋଗଦେଇ ବୌଦ୍ଧ ଇନଟାକ ଚାପ୍ଟର ଗଠନକୁ ସ୍ୱାଗତ କରିବା ସହିତ ଏହାଦ୍ୱାରା ବୌଦ୍ଧର ଲୁକାୟିିତ ଓ ହଜି ଯାଉଥିବା ଐତିହ୍ୟର ପୁନରୁଦ୍ଧାର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଇନଟାକ ଓଡ଼ିଶା ଚାପ୍ଟର ର ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧର ଜଣାଶୁଣା ଗବେଷକ ବିଶେଶ୍ୱର ପୃଷ୍ଟି ଓ ସହଯୋଗୀଙ୍କ ଦ୍ୱାରା ବୌଦ୍ଧଜିଲ୍ଲା ଦେଇ ପ୍ରବାହିତ ମହାନଦୀର ଉଭୟ ପାଶ୍ୱର୍ରେ ଅବସ୍ଥିତ,ଲୁପ୍ତପ୍ରାୟ, ଓ ଲୋପ ପାଇଯାଇଥିବା କିର୍ତ୍ତିରାଜୀ,ସଭ୍ୟତା,ଭାଷା,ସଂସ୍କୃତି ଓ ପରମ୍ପରା ଆଦି ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ସଂକଳିତ କରାଯାଇପାରିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଖୁବଶୀଘ୍ର ଏହି ସଂପର୍କିତ ତଥ୍ୟ େଓବ୍ସାଇଟରେ ଉପଲବ୍ଧ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା ।
ଏହି ଅବସରରେ ଇନଟାକର ବୌଦ୍ଧ ଚାପ୍ଟର ଗଠିତ କରାଯିବା ସହିତ ଏହାକୁ ଆନୁଷ୍ଠାନିକ ଭାବରେ ଓଡ଼ିଶା ଇନଟାକ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଥିଲା । ବୌଦ୍ଧକୁ ମିଶାଇ ରାଜ୍ୟରେ ଇନଟାକର ୧୪ ଗୋଟି ଶାଖା ବର୍ତମାନ ଗଠିତ କରାଯାଇଥିବାବେଳେ ରାଜ୍ୟର ପ୍ରତି ଜିଲ୍ଲାରେ ଏହା ଗଠନ କରାଯିବ ବୋଲି ସହସଂଯୋଜକ ଶ୍ରୀଧୀର ପ୍ରକାଶ କରିଥିଲେ ।
ଇନଟାକ ବୌଦ୍ଧ ଚାପ୍ଟର ର ଆବାହକ ଭାବରେ ଗବେଷକ ବିଶ୍ୱେଶ୍ୱର ପୃଷ୍ଟିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସମୁଦାୟ ୧୫ ଜଣ ଏହାର ସଦସ୍ୟ ରହିଛନ୍ତି ।
ବୌଦ୍ଧରେ ଚାପ୍ଟର ଗଠନ ସମୟରେ ବଲାଙ୍ଗିିର ଚାପ୍ଟରର ଆବାହାକ ଶିବ ନନ୍ଦ, ସୋନପୁରର ପ୍ରଦ୍ୟୁମ୍ନ ସାହୁ, ସମ୍ବଲପୁରର ଦିପକ ପଣ୍ଠା, ପରିବେଶ ବିତ ବିଶ୍ୱଜିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଦିବ୍ୟ ରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନକରିଥିଲେ । ରଘୁନାଥ ଷଡଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ : ଏଥର ବୌଦ୍ଧରେ ତ୍ରିମୁଖି ଲଢେଇ
ବୌଦ୍ଧ,୧୭/୫ : ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳିରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବ । ମତଦାନ ଦିନକୁ ରହିଲା ଆଉ ମାତ୍ର ୬ ଦିନ ବାକି । ଏବେ ଜୋରଦାର ଚାଲିଛି ପ୍ରଚାର ପର୍ବ । ମାଳ ମାଳ ପ୍ରସଙ୍ଗର ଗ୍ୟାରେଣ୍ଟି ସହ ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି ସବୁ ପ୍ରାର୍ଥୀ ।
ଦଳିୟ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଏହା ସହ ଅସନ୍ତୁଷ୍ଟଙ୍କ ମାନ ଭଂଜନ ଏବଂ ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ନିଜ ସପକ୍ଷରେ ଆଣିବାକୁ ଚାଲିଛି ପ୍ରୟାସ । ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳିରେ ଏଥର ୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ହେଲେ ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖ ଲଢେଇ ହେବାର ସମ୍ଭାବନା ଥିବା ନେଇ ଆଲୋଚନା ହେଉଛି ।
ଏହି ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦିପ କୁମାର ଅମାତ ୨୦୦୦ ମସିହାରୁ ଲଗାତାର ଭାବରେ ଜିତି ଆସୁଛନ୍ତି ଓ ରାଜନିତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଷଷ୍ଟ ଥର ପାଇଁ ଜିତିବାକୁ ଶ୍ରୀ ଅମାତ ଆଶାବାଦୀ ଅଛନ୍ତି । ତାଙ୍କ ପାଇଁ ପତ୍ନୀ ଓ ପୁଅ ଘର ଘର ଯାଇ ପ୍ରଚାର କରୁଛନ୍ତି । ବିଜେଡି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏଥର ବିଜେପି ଓ କଂଗ୍ରେସ ଏହି ଆସନ ବିଜେଡି ଠାରୁ ଛଡାଇ ନେବାକୁ ଯୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ।
ସେହିପରି ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସରୋଜ ପ୍ରଧାନ ପ୍ରାର୍ଥୀ ଭାବରେ ନୂଆଁ ମୁହଁ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳିରେ ସେ ନୂଆଁ ନୁହନ୍ତି । ତାଙ୍କର ବଡ ଭାଇ ସୁଶାନ୍ତ ପ୍ରଧାନ ଏହି ନିର୍ବାଚନ ମଣ୍ଡଳିରୁ ତିନି ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ ସଫଳତା ପାଇ ପାରିନଥିଲେ । ଏହି ନିର୍ବାଚନ ସମୟରେ ସରୋଜ ପ୍ରଧାନ ତାଙ୍କ ବଡ ଭାଇଙ୍କୁ ନିର୍ବାଚନରେ ସହଯୋଗ କରିଥିଲେ । ଯାହାଫଳରେ ତାଙ୍କର ନିର୍ବାଚନ ପରିଚାଳନାରେ ବିଶେଷ ଅଭିଜ୍ଞତା ରହିଛି । ସରୋଜ ବର୍ତ୍ତମାନ ହରଭଙ୍ଗା ବ୍ଲକର ଉପାଧ୍ୟକ୍ଷ ଅଛନ୍ତି ଏବଂ ତୃଣମୂଳସ୍ତରରୁ ସଂଗଠନ କରୁଛନ୍ତି । ତାଙ୍କ ପତ୍ନୀ ବ୍ଲକର ଅଧ୍ୟକ୍ଷା ଅଛନ୍ତି । ସେ ମଧ୍ୟ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବଡ ଭାଇ ସୁଶାନ୍ତ ପ୍ରଧାନ ମଧ୍ୟ ସାନ ଭାଇ ସରୋଜଙ୍କୁ ଜିତାଇବା ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ୨୦୧୯ରେ କଂଗ୍ରେସ ଏଠାରେ ପ୍ରାର୍ଥୀ ନ ଦେଇ ସିପିଆଇ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ନିର୍ବାଚନ ପରେ ଜିଲ୍ଲା ସଭାପତି ଭାବରେ ନବ କୁମାର ମିଶ୍ର ଦାୟୀତ୍ୱ ତୁଲାଇ ଥିଲେ ।
କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ୨୦୧୯ ପରଠାରୁ ଜିଲ୍ଲାରେ ସଂଗଠନ କରିଆସୁଛନ୍ତି । ସେ ମଧ୍ୟ ୧୯୯୫ ମସିହାରେ କଂଗ୍ରେସ ଦଳରୁ ନିର୍ବାଚନ ଲଢି ୪୧୯୩୨ ଭୋଟ ପାଇଥିଲେ ଏବଂ ମାତ୍ର ୨୪୯୧ ଭୋଟରେ ପରାସ୍ତ ହୋଇଥିଲେ । ପରବର୍ତ୍ତି ସମୟରେ ଦଳ ତାଙ୍କୁ ଟିକଟ ନ ଦେବାରୁ ୨୦୦୪ରେ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ୩୦ ବର୍ଷ ପରେ ଦଳ ତାଙ୍କୁ ପୁଣି ଥରେ ଟିକଟ ଦେଇଛି । ନବ ମିଶ୍ରଙ୍କ ପାଇଁ ତାଙ୍କ ପତ୍ନୀ ଓ ପୁଅ ପ୍ରଚାର ସାମିଲ ହୋଇଛନ୍ତି ।
ସେହିପରି ଇଣ୍ଡିଆନ ସିଟିଜିନ ପାର୍ଟିରୁ ଷଷ୍ଠ କୁମାର ପୁରୋହିତ, ସ୍ୱାଧିନ ପ୍ରାର୍ଥଭାବରେ ସୋମନାଥ ପୁରୋହିତ ଓ ପ୍ରଦିପ ସାହୁ ନିର୍ବାଚନ ଲଢୁଛନ୍ତି । ଏହା ଏକ ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନ କ୍ଷେତ୍ର ହୋଇଥିବା ବେଳେ ସମସ୍ତ ପ୍ରାର୍ଥୀ ଜିତିବା ନେଇ ଆଶାବାଦୀ ରହିଥିବା ବେଳେ କିଏ ମାରିବ ବାଜି ତାହା ଫଳାଫଳ ଘୋଷଣା ପରେ ଜଣାପଡିବ ।
ବୌଦ୍ଧ: ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ
ବୌଦ୍ଧ,୧୭/୫: ବୌଦ୍ଧଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି ।
ମିଳିଥିôବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢଉ ଜାରି ରହିଥିବାବେଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ସୂଚନା ପାଇଁ ଚଢଉ କରାଯାଇଥିଲା । ଆଙ୍କୁନ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫୧୫ କିଲୋ ଓ ସାନବବଡା ନକଟସ୍ଥ ଜଙ୍ଗଲରୁ ୫୬୦ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇଟି ବାଇକ୍ ( ଓଡି ୩୧- ୯୫୭୨/ ଓଡି ୨୭ ବି ୬୨୪୫)କୁ ଅବକାରୀ ବିଭାଗ ଜବତ କରିଥିବା ଜଣାଯାଇଛି ।
ଚାଲାଣକାରୀମାନେ ଫେରାର ହୋଇଯାଇଥିବାବେଳେ ଏ ସଂପର୍କରେ ତଦନ୍ତ ଚାଲିଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତିଲତା ମାରାଣ୍ଡି ସୂଚନା ଦେଇଛନ୍ତି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନିସପେକ୍ଟର(ମୋବାଇଲ) ପ୍ରମୋଦ କୁମାର ବଣୁଆ,ସବଇନିସପେକ୍ଟର ସତ୍ୟନାରାୟଣ ପ୍ରଧାନ,ଏଏସଆଇ ଅସିତ କୁମାର ପ୍ରଧାନ,ପ୍ରିୟରଂଜନ କହଁର, ରେଣୁପ୍ରିୟା ଦେହୁରୀଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧ : ଟ୍ରାକ୍ଟର ଦୁର୍ଘଟଣା, ନାବାଳକର ମୃତ୍ୟୁ
ବୌଦ୍ଧ,୧୭/୫ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଡମ୍ବରଗାଡ ନିକଟରେ ମଙ୍ଗଳବାର ଦିନ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ମଙ୍ଗଳବାର ଅପରାହ୍ନରେ କବିର ସେଠି(୧୬) ସାଙ୍ଗ ମାନଙ୍କ ସହ ମହାନଦୀକୁ ଗାଧୋଇବା ପାଇଁ ଯାଇ ଫେରୁଥିବା ବେଳେ ଏକ ଟ୍ରାକ୍ଟରେ ମହାନଦୀରୁ ବାଲି ଆଣୁଥିବା ବେଳେ ଟ୍ରାକ୍ଟରେ ଅଧା ବାଟରୁ ବସିଥିଲେ । ସେ ଟ୍ରାକ୍ଟରେ ଆସୁଥିବା ବେଳେ ଖସିପଡିଥିଲେ ଓ ତାଙ୍କ ଉପରେ ଟ୍ରାକ୍ଟର ଚଢି ଯାଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ୧୦୮ ଆମ୍ବୁଲାନସ ଯୋଗେ ବାଉଁଶୁଣୀ ମେଡିକାଲକୁ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବାଉଁଶୁଣୀ ପୁଲିସ ପହଞ୍ଚବ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇ ବୌଦ୍ଧ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ବୌଦ୍ଧ : ପୋଲିସ ପକ୍ଷରୁ ବିପୁଳ ପରିମାଣର ଚୋରୀ ଲୁହା ସମାଗ୍ରୀ ଜବତ
ବୌଦ୍ଧ,୧୭/୫ : ବୌଦ୍ଧ ପୁଲିସ ପକ୍ଷରୁ ବିପୁଳ ପରିମାଣର ଚୋରୀ ଲୁହା ସାମଗ୍ରୀ ଜବ୍‌ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥ୍‌ôବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ବୌଦ୍ଧ ଥାନା ଦାମୋଦରପୁର ଗ୍ରାମର ସୁଧିର କୁମାର ସାହୁ ଓରଫ ଟିକୁ ରେଲୱ କାମରୁ ଓ ବିଦ୍ୟୁତ ବିଭାଗ ବିଭନ୍ନ ସ୍ଥାନରୁ ଲୁହା ସାମଗ୍ରୀ ଚୋରି କରି ନିଜ ଘରେ ବିକ୍ରୟ କରିବାକୁ ଗଛିତ ରଖିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ବୌଦ୍ଧ ପୁଲିସ ମଙ୍ଗଳବାର ଦିନ ସୁଧିର ର ଘର ଉପରେ ଚଢଉ କରିଥିଲା ।
ଚଢଉରେ ୧୭ ଗୋଟି ଇଲେକ୍ରିଟ ଲାଇନ ବକ୍ସ, ଗୋଟି ସେଟିରିଙ୍ଗ ପ୍ଳେଟ,୮ ଗୋଟି ଭି କ୍ରସ ଏଙ୍ଗେଲ, ୧୬ ଗୋଟି ଲୁହା ଚାନେଲ, ୫୮ ଗୋଟି ଆଲୁମିନିୟମ ତାର ସହ ୩ ଗୋଟି ବସ୍ତାରେ ନଟ ଓ ବୋଲଟ ଆଦି ଜବତ କରାଯାଇଛି । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Related Posts

Seo wordpress plugin by www.seowizard.org.