Odisha News

ବୌଦ୍ଧରେ ପୁଣି ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ , ମୋଟ ପଜିଟିଭ୍ ସଂଖା ୧୨୩ କୁ ବୃଦ୍ଧି

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ
ବୌଦ୍ଧ, ୨୪/୭ : ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାରେ ଆଉ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଶୁକବାର ଦିନ ଚିହ୍ନଟ ହୋଇଥିବା ଆକାନ୍ତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ଥିବାରୁ ସେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି । ଲୋକଙ୍କ ଆଶଙ୍କା ଯଦି ସତ ପ୍ରମାଣିତ ହୁଏ ତେବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତାଲିକା ବହୁତ ଲମ୍ବା ହେବ ଓ ଜିଲ୍ଲାର ସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲିଯିବା ସୁନିଶ୍ଚିତ ବୋଲି ଆଲୋଚନା ହେଉଛି ।
ଲକ୍ଷଣ ନଥିବା ପଜିଟିଭମାନେ କୋଭିଡ୍ ଡାକ୍ତରଖାନା ନଯାଇ ହୋମ୍ ଆଇସୋଲେସନରେ ରହିବେ ବୋଲି ସରକାର ଦେଇଥିବା ନିର୍ଦ୍ଦେଶ ଯୋଗୁଁ ଲୋକେ ଆହୁରି ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି ।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ କଲେକ୍ଟର ଅଫିସରୁ ୩, ଡି. ଆର.ଡି.ଏ. ଅଫିସରୁ ୧୨, ବୌଦ୍ଧ ଡାକ୍ତରଖାନାରୁ ୭, ଅବକାରୀ ବିଭାଗରୁ ୬ କର୍ମଚାରୀଙ୍କ ସମେତ କୋର୍ଟ ଛକରୁ ୫, ଖୁଣ୍ଟବନ୍ଧରୁ ୨, ବଘିଆପଡା, ଦହ୍ୟା, ସରସରା, ବଲାସିଙ୍ଗା, ପୋଡାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ରୋଗୀମାନେ ଆଇସୋଲେସନ ନିୟମ କେତେ ମାନିବେ ନା ଖୋଲାଖୋଲିରେ ବିଚରଣ କରି ରୋଗ ବଢାଇବା ପାଇଁ ସହାୟକ ହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୁର୍ବରୁ ବୌଦ୍ଧ ଜିଲ୍ଲାରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.