Odisha News

ବୌଦ୍ଧଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦: ବୈାଦ୍ଧଜିଲ୍ଲା ପ୍ରଶାସନ ତରଫରୁ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିô ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଏକ ସଂଚୟ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଅନାବଶ୍ୟକ ଖର୍ଚ୍ଚକୁ ଯଥାସମ୍ଭବ କମାଇ ସଞ୍ଚୟ କରି ରଖିଲେ ବ୍ୟକ୍ତିର ଆର୍ଥିକ ବିକାଶ ସହିତ ଦେଶର ଅଭିବୃଦ୍ଧି ଘଟିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧଜିଲାର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୩୦/୧୦: ବୌଦ୍ଧଜିଲାର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାେରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭିଜିଲାନସ ଇନିସପେକ୍ଟର ପୁଲସ୍ତି ଛତ୍ରିଆ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀ ୟ ସରପଞ୍ଚ ରାଜେନ୍ଦ୍ର କୁମାର ମେହେର ଯୋଗଦେଇ ଦୁର୍ନୀତିର ମୂଳଉତ୍ପାଟନ ପାଇଁ ଗୋଷ୍ଠୀ ଏକତାର ସହିତ ସ୍ୱର ଉତ୍ତୋଳନ କରିବା ସହିତ ବ୍ୟକ୍ତିଗତ ସ୍ୱାର୍ଥକୁ ବଳିଦେଇ ସାମୁହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱାରୋପ କରବାକୁ ପ୍ରକାଶ କରିଥିଲେ ।
ସେହିପରି କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବରେ ସରପଞ୍ଚ ମିନାକ୍ଷୀ ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର କର୍ଣ୍ଣ,ଗ୍ରାମ ରୋଜଗାର ସେବକ ଆଦିତ୍ୟ ମେହେର,ସ୍ୱଛ ମିଶନର ସ୍ୱେଛାଗ୍ରାହୀ ବିଭୁତି ଭୂଷଣ ମହଲା ପ୍ରମୁଖ ଯୋଗଦେଇଥିଲେ ।
ସମସ୍ତ ଅତିଥି ନିଜର ଅଧିକାରକୁ ସାବ୍ୟସ୍ତ କରିବା,ଗୋଷ୍ଠୀ ସଚେତନତା ସହିତ ସହଯୋଗ,ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଲୋଭ ପରିହାର କରି ଧୈର୍ଯ୍ୟର ସହ ସୁସ୍ଥ ତଥା ସ୍ୱଛ ସମାଜ ଗଠନ ପାଇଁ ଅତିଥିମାନେ ଆହ୍ୱାନ ଜଣାଇଥିଲେ । ନାରାୟଣନଗର,ବାଉଁଶୁଣୀ ଓ ମନମୁଣ୍ଡାରେ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା ।
ସେହିପରି କଣ୍ଟାମାଳ ବ୍ଲକ ଅନ୍ତର୍ଗତ କିନିକୂପା ଗ୍ରାମରେ ସଚେତନତା ସମ୍ପର୍କିତ ଶପଥ ପାଠ କରାଯାଇଥିଲା । ଏଥିରେ ସାମ୍ବାଦିକ ମୁକେଶ ପାଢୀ ସ୍ୱାଗତ ଭାଷଣ ଦେଇଥିବାବେଳେ ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀ ଧରଣୀଧର ବେହେରା,ଯାଜ୍ଞସେନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ପାଢୀ,ତରଣୀସେନ ଦଳବେହେରା,ମହାଦେବ ପାଢୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଦୁର୍ନୀତି ନିବାରଣ ଶପଥପାଠ କରିଥିଲେ ।
ପରେ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ପଡିଆରେ ମାଁ ମେଟାକାନୀ କ୍ରିକେଟ ପ୍ରତିଯୋଗିତାରେ ଉପସ୍ଥିତ ସମସ୍ତ ଜନସାଧାରଣ,ଖେଳାଳୀ,ସଭାପତି ବିଶ୍ୱନାଥ ଖଟୁଆ,ଦେବାଶିଷ ସାହୁ,ମଦନ କୁମ୍ଭାର,ଅଶୋକ ସାହୁ,ହିମାଂଶୁ ରଣା,ବିକାଶ ସାହୁ,ସୁଜିତ ମିଶ୍ର,ମଣ୍ଟୁ ପାଣ୍ଡେ ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ଧରଣୀଧର ବେହେରା,ଯାଜ୍ଞସେନୀ ରଣା ପ୍ରମୁଖ ଉପସ୍ଥିତ ରହି ସଚେତନତାର ଶପଥପାଠ ସହ ଉପସ୍ଥିତ ଜନତାଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ବଳିୟାରସିଂହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.