Odisha News

ବୌଦ୍ଧଜିଲ୍ଲାରେ ମହାନଦୀ ଜଳସ୍ତର ବିପଦ ସଂଙ୍କେତ ତଳେ ପ୍ରବାହିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୭: ବୌଦ୍ଧଜିଲ୍ଲାରେ ମହାନଦୀ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ବିପଦ ସଂଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ରବିବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଆଜି ବୌଦ୍ଧ ଜିଲ୍ଲାରେ ଉକ୍ତ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବର୍ତମାନ ବୌଦ୍ଧଜିଲ୍ଲାରେ ମହାନଦୀ(ସନ୍ଧ୍ୟା୫ଟାରେ) ୮୫.୬୯ ମିଟର ପ୍ରବାହିତ ହେଉଛି । ଯାହାକି ବିପଦ ସଂଙ୍କେତ ତଳେ ବୋଲି ଜଣାପଡିଛି । ବୌଦ୍ଧଜିଲ୍ଲାରେ ୮୬.୮୦ ମିଟର ସତର୍କ ସଂଙ୍କେତ ରହିଥିବା ବେଳେ ୮୭.୮୦ ବିପଦ ସଂକେତ ରହିଛି । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଅଗ୍ନିଶମ ଓ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି ।
ବନ୍ୟା ପରିସ୍ଥିତି ଦେଖାଗଲେ କେଉଁ କେଉଁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ କେଉଁ ଠାରେ ରଖାଯିବ ତାହା ମଧ୍ୟ ଆଗୁଆ ପ୍ରସ୍ତୁତ କରାଯାଇଛି । ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ନଦୀକୂଳିଆ ଲୋକଙ୍କୁ ବାରମ୍ବାର ସତର୍କ କରାଯାଇଥିବାର ଦେଖିବାକୁ ମିଳୁଛି । ଜଳସ୍ତର ଧିରେଧିରେ କମୁଥିବା ଜଣାପଡିଛି ।
ବୌଦ୍ଧ : ବହିରା-ବସ୍ତମପୁର ରାସ୍ତା ଶୋଚନୀୟ ହୋଇପଡିଛି
ବୌଦ୍ଧ,୩୧/୭: ବୌଦ୍ଧବ୍ଲକ ଅନ୍ତର୍ଗତ ବହିରା ଗ୍ରାମରୁ ଜାତୀୟ ରାଜପଥ ଠାରୁ ବସ୍ତମପୁର ଗ୍ରାମକୁ ଲମ୍ବି ଯାଇଥିବା ରାସ୍ତାଟି ଅତି ଶୋଚନିୟ ହୋଇପଡିଛି । ଫଳରେ ଲୋକମାନେ ଚଳ ପ୍ରଚଳ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟରାଜପଥ ଠାରୁ ବସ୍ତମପୁର ଗ୍ରାମକୁ ପ୍ରାୟ ତିନି କିଲୋମିଟର ଦୂରତା ହୋଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ଭରି ରହିଛି ।
ଯାହାଫଳରେ ଲୋକମାନେ ସାଇକଲ କିମ୍ବା ବାଇକରେ ଗଲା ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଥିବାର ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ ଗ୍ରାମର ପିଲାମାନେ ସ୍କୁଲ, କଲେଜ ଯାଉଥିବା ବେଳେ ଅନେକ ଗ୍ରାମବାସୀ ସେମାନଙ୍କର ଦୈନ୍ୟଦିନ କାର୍ଯ୍ୟ ପାଇଁ ଆସିଥାନ୍ତି ।
ଏପରିକି କାହାର ଦେହ ଖରାପ ହେଲେ ବାଉଁଶୁଣୀ କିମ୍ବା ବୌଦ୍ଧକୁ ଆସିଥାନ୍ତି । ସେହିପରି ଏହି ରାସ୍ତାଟି ଝାରମୁଣ୍ଡା ରେଳ ଷ୍ଟେସନକୁ ମଧ୍ୟ ଯାଇଛି । ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ରାସ୍ତାରୁ ପିଚୁ ଉଠି ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ତେଣୁ ତୁରନ୍ତ ଏହି ରାସ୍ତାକୁ ମରାମତି କରାଯିବାକୁ ଦାବି ହେଉଛି ।

Related Posts

Seo wordpress plugin by www.seowizard.org.