Odisha News

ବୋଲେରୋରେ ଫେରୁଥିଲେ ୧୦ ବରଯାତ୍ରୀ, ପିଟି ଦେଲା ଟ୍ରକ୍

ସୋନପୁର, ୨୨/୧: ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ଝିଅ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି।
ଶୁକ୍ରବାର ବିଳମ୍ବିତ ରାତିରେ ସୋନପୁର ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପଞ୍ଚମହଲା ଗ୍ରାମର ବାପ ଆଶିଷ ପଣ୍ଡିଆ, ଝିଅ ସିଦ୍ଧି ପଣ୍ଡିଆ, ପ୍ରମୋଦ ପଣ୍ଡିଆ, ନିମନା ଗ୍ରାମର ତ୍ରୟମ୍ବକ ମେହେର, ଶୁଭମ ପଣ୍ଡିଆ ପ୍ରମୁଖ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି।
ମୃତାହତମାନଙ୍କୁ ଗ୍ୟାସ୍ କଟରରେ କଟାଯାଇ ବାହାରକୁ କଢାଯାଇଛି। ଆହତମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ଏକ ବାହାଘରରେ ବରଯାତ୍ରୀ ଭାବେ ଯୋଗ ଦେଇ ନିଜ ଗାଁକୁ ଫେରୁଥିବାର ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.