Odisha News

ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ

ଭୁବନେଶ୍ୱର,୧/୯: ବଦଳିବ ଷ୍ଟେସନର ନାମ । ବୋଲଗଡ଼ ରୋଡ଼ ଷ୍ଟେସନ ବଦଳରେ ହେବ ମାଣିକଗୋଡ଼ା ଷ୍ଟେସନ । ଜନସାଧାରଣଙ୍କ ଆଗ୍ରହ କ୍ରମେ ଏଭଳି ଷ୍ଟେସନର ନାମ ପରିବର୍ତ୍ତନ କରିବା ପାଇଁ ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ ଚିଠି ଖେଲିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ । ଖୁବ୍ ଶିଘ୍ର ଏହାର ନାମ ପରିବର୍ତ୍ତନ ହେବ ବୋଲି ରେଳ ମନ୍‌ତ୍ରୀ ସୂଚନା ଦେଇଛନ୍ତି । ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି।

Related Posts

Seo wordpress plugin by www.seowizard.org.