Odisha News

ବୈାଦ୍ଧ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସ୍ ହାର ୭୮.୪୮ ପ୍ରତିଶତ

ଦିବ୍ୟଦୀପ୍ତି ନାଏକ ବୌଦ୍ଧ ଜିଲ୍ଲା ଟପର


କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯ ।୭ । :ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିବ୍ୟଦୀପ୍ତି ନାଏକ ୫୪୫ ନମ୍ବର ପାଇ ଜିଲ୍ଲା ଟପର ହୋଇଥିବା ବେଳେ ଲୁଣିବାହାଲ୍ ପଲ୍ଲୀ ବିକାଶ ହାଇସ୍କୁଲର ଛାତ୍ରୀ ଶ୍ୱେତାପଦ୍ମା ସାମଲ ୫୪୦ ନମ୍ବର୍ ପାଇ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜିଲ୍ଲାରେ ମୋଟ୍ ୫୫୫୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩୬୮ ଜଣ ବିଭିନ୍ନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧-୨ ଜଣ, ଏ୨-୪୬ ଜଣ, ବି୧-୧୨୩ ଜଣ, ବି୨-୨୪୧ ଜଣ, ସି ଗ୍ରେଡରେ ୪୩୪ ଜଣ, ଡି ଗ୍ରେଡରେ ୯୦୬ ଜଣ, ଇ ଗ୍ରେଡରେ ୨୬୧୬ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପାସ୍ କରିଥିବା ଜଣାପଡିଛି । ଜିଲ୍ଲାରେ ପାସ୍ ହାର ୭୮. ୪୮ ପ୍ରତିଶତ ରହିଥିବା ବେଳେ କୌଣସି ହାଇସ୍କୁଲର ଫଳ ଶୂନ ହୋଇନଥିବା ଜଣାପଡିଛି ।


ଜିଲ୍ଲାରେ ସଟଡାଉନ , ସମସ୍ତ ଦୋକାନ ବଜାର ବନ୍ଦ
ବୈାଦ୍ଧ,୨୯/୭-ବୈାଦ୍ଧଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନିୟ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବ୍ୟତିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୋଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ସମସ୍ତ କାର୍ଯ୍ୟଳୟ ମଧ୍ୟ ବନ୍ଦ ରଖିବା ନିର୍ଦ୍ଦେଶ ଜାରିକରାଯାଇଥିଲା । ଯାହାଫଳରେ ଆଜି ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଗାଡି ମଟର ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା । ପୋଲିସ ସହରର ବିଭିନ୍ନ ସ୍ଥାନରେ ରହି ଗାଡି ମଟର ଜାଞ୍ଚ କରିବା ସହିତ ଜିଲ୍ଲା ମଧ୍ୟକୁ ଆସୁଥିବା ଲୋକଙ୍କୁ ଛାଡୁ ନ ଥିବା ଦେଖିବାକୁ ମିଳିଥିଲା । କେବଳ ଅତି ଆବଶ୍ୟକ ଥିବା ଲୋକଙ୍କୁ ଅନୁମତି ଦିଆଯାଉଥିଲା ।


ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟରେ ଯାଞ୍ଚ କଡାକଡି
ବୈାଦ୍ଧ,୨୯/୭-ବୈାଦ୍ଧଜିଲ୍ଲାରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସ୍ଥାନିୟ ସଂକ୍ରମଣ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହି କରୋନା ସଂକ୍ରମଣରେ ବୈାଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରାୟ ୧୨ ଜଣ କର୍ମଚାରୀ ଆକ୍ରାନ୍ତ ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକରେ ସିକ୍ରୁଟିଗାର୍ଡ ଜଗିରହି ଯାଞ୍ଚକୁ କଡାକଡି କରିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧି ଭିତରକୁ ଯିବାକୁ କହିବା ସହିତ ରୋଗୀଙ୍କ ସହିତ ଜଣେ ମାତ୍ର ପରିବାର ଲୋକଙ୍କୁ ଛାଡୁଛନ୍ତି । ଏପରିକି ବାଇକରେ ଯାଉଥିବା ଲୋକଙ୍କୁ କାରଣ ପଚାରି ଭିତରକୁ ଛାଡୁଛନ୍ତି ।

————–
ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ କଣ୍ଟାମାଳ ବିଧାୟକଙ୍କ ପୁଅ ସାମିଲ ଅଭିଯୋଗ କଲା ବିଜେପିି


କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୨୯/୭-ବୈାଦ୍ଧଜିଲ୍ଲା କଣ୍ଟାମାଳ ଥାନା ସିଆଲଝୁଲି ଗ୍ରାମର ବିଜେପି ଯୁବମୋର୍ଚ୍ଚା ସଂପାଦକ ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ କଣ୍ଟାମାଳ ପୋଲିସ ଗତ କାଲି ୩ ଜଣଙ୍କୁ ଗିରଫ କରିଛି । ସେପଟେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ବିଜେପି ଦାବି କରିବା ସହିତ ଏହି ହତ୍ୟାକାଣ୍ଡରେ ସ୍ଥାନିୟ ବିଧାୟକଙ୍କ ପୁଅ ଏଥିରେ ସାମିଲ ଥିବା ନେଇ ବିଜେପି ଅଭିଯୋଗ କରିଛି । ତାହା ସହିତ ଏହି ଘଟଣାରେ ପୋଲିସ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କରିଛନ୍ତି । ଗତକାଲି ବିଜେପିର ରାଜ୍ୟ ପ୍ରତିନିଧି ମଣ୍ଡଳି ଏକ ଦଳ ବୈାଦ୍ଧଜିଲ୍ଲା ଗସ୍ତରେ ଆସି ଶୋକସନ୍ତପ୍ତତ ପରିବାରକୁ ଭେଟିଥିଲେ ଓ ପରିବାର ବର୍ଗଙ୍କ ସହିତ ଏସଂପର୍କରେ ଆଲୋଚନା କରିଥିଲେ । ତାପରେ ସେଠାରୁ ଆସି ସନ୍ଧ୍ୟାରେ ଏସପିଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ,ସଂପାଦକ ଟଙ୍କଧର ତ୍ରିପାଠୀ,ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟକ ରବି ନାଏକ,ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ, ଓମ ପ୍ରକାଶ ମିଶ୍ର ପ୍ରମୁଖ ସାମିଲଥିଲେ । ଏସପି ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ୩ ଜଣକୁ ଗିରଫ କରାଯାଇଥିବା କଥା କହିଥିଲେ ।

————-
ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ ତାଙ୍କ ପରିବାରରେ କେହି ସଦସ୍ୟ ସାମିଲ ନାହାନ୍ତି
ପ୍ରମାଣ ହେଲେ ବିଧାୟକ ପଦରୁ ଇସ୍ତଫା ଦେବି: କଣ୍ଟାମାଳ ବିଧାୟକ ଶ୍ରୀ ରଣା


କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୨୯/୭-କଣ୍ଟାମାଳ ଥାନା ସିଆଲଝୁଲି ଗ୍ରାମର ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣାରେ କଣ୍ଟାମଳ ବିଧାୟକ ମହିଧର ରଣାଙ୍କ ପୁଅ ସାମିଲଥିବା ନେଇ ବିଜେପି ଅଭିଯୋଗ କରିବା ପରେ ଆଜି ସନ୍ଧ୍ୟାରେ ସ୍ଥାନିୟ ସର୍କିଟ ହାଉସ ଠାରେ କଣ୍ଟାମାଳ ବିଧାୟକ ଶ୍ରୀ ରଣା ଏକ ସାମ୍ବାଦିକ ସମ୍ମିଳନିରେ ଯୋଗଦେଇ କହିଲେ ଯେ, ବିଜେପି ଏହି ଘଟଣାରେ ରାଜନିତି କରୁଛି । ଏହି ହତ୍ୟା ଘଟଣାକୁ ଶ୍ରୀ ରଣା ନିନ୍ଦା କରିବା ସହିତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରାଛନ୍ତି । ଏହି ଘଟଣାରେ ମୋର ପରିବାରର କୈାଣସି ସଦସ୍ୟ ଯଦି ସାମିଲଥିବାର ପ୍ରମାଣ ଦିଆଯାଏ । ତାହାହେଲେ ମୁ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଶ୍ରୀ ରଣା ପ୍ରକାଶ କରିଛନ୍ତି । ଏହି ଘଟଣାରେ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଆସି ହୀନ ରାଜନିତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ବିଜେପି ନେତାମାନେ ଫାଇଦା ନେବା ପାଇଁ ତାଙ୍କ ପରିବାରକୁ ଟାଣୁଛନ୍ତି । ସେ ଏହାର ନିନ୍ଦା କରିବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା କରିବି ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଏହି ହତ୍ୟା ଘଟଣାକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିବା କଥା । ଏହି ଘଟଣାରେ ତାଙ୍କ ଦଳର କେହି ସଂପୃକ୍ତ ନ ଥିବା ସେ କହିଛନ୍ତି । ଘଟଣା ପର ଦିନ ସେ ଏହି ଘଟନାରେ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଏସପିଙ୍କ ସହିତ ଆଲୋଚନା କରିଥିବା ଶ୍ରୀ ରଣା କହିଥିଲେ ।

————-
ବୈାଦ୍ଧଜିଲ୍ଲାର ୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ


କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୨୯/୭-ବୈାଦ୍ଧଜିଲ୍ଲାରେ ଗତ ୧୯ ତାରିଖରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଆଜି ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ବୈାଦ୍ଧ କୋଭିଡ ହେଲଥ ସେଣ୍ଟରେ ଚିକିତ୍ସିତ ହେଉଥିଲେ । ଗତ ୧୯ ତାରିଖରେ ସହରରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକର ଚାରିଛକ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ଥିଲେ । ସେହିପରି ଜଣେ ହୋମଗାର୍ଡ, ଜଣେ ଯନ୍ତ୍ରୀ, ଜଣେ ଡିଆରଡିଏ କର୍ମଚାରୀ ରହିଥିଲେ ।

Related Posts

Seo wordpress plugin by www.seowizard.org.