Odisha News

ବୈାଦ୍ଧ:୬ଟି କଣ୍ଟେନମେଣ୍ଟ ଅଂଚଳର ଅବଧି ବଢ଼ିଲା

କମ୍ଭୁ ଧର ଖେତୀ

ବୈାଦ୍ଧ,୧୭/୭: ବୈାଦ୍ଧ ଜିଲ୍ଲାରେ ୬ଟି ଅଂଚଳର କଣ୍ଟେନମେଣ୍ଟ ଅବଧି ବଢ଼ିଲା । ପୁର୍ବରୁ ବିଭିନ୍ନ ସ୍ଥାନକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ଶୁକ୍ରବାର ଦିନ ଅବଧି ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣିଥରେ କଣ୍ଟେନମେଣ୍ଟ ଜୋନର ଅବଧିକୁ ବୃଦ୍ଧି କରାଯାଇଛି ।
ସହରର ବୁଟୁପାଲି ଅଞ୍ଚଳ,କଚେରୀଛକ ଅଞ୍ଚଳର କଣ୍ଟେନମେଣ୍ଟ ଜୋନକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରାଯାଇଛି ।
ସେହିପରି ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତର କୁଡାସାହି ଅଞ୍ଚଳ, ପୁରୁଣାକଟକର ବଜାର ଅଞ୍ଚଳ ଓ ବାଣୀଭୂଷଣପୁର ପଞ୍ଚାୟତର ଝାଡରାଜିଙ୍ଗ ଓ ଠିଡିକାଯୋର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇ ଥିବା ବେଳେ ତାହାର ଅବଧିକୁ ବୃଦ୍ଧି କରାଯାଇଛି ।
ସେହିପରି ବୈାଦ୍ଧବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର ମଧୁପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହା ଆସନ୍ତା ୨୦ ତାରିଖ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଏହି ଅବଧି ବଳତ୍ତର ରହିବ । କେବଳ ଔଷଧ ଦୋକାନ, କିରାନା ,ପନିପରିବା,ଫଳ, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ବ୍ୟାଙ୍କ, କିଶକୋ ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି ଗୁଡିକ ଖୋଲା ରହିବ ଓ ବାକି ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଗାଡିମଟର ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

Related Posts

Seo wordpress plugin by www.seowizard.org.