Odisha News

ବୈତରଣୀ ନଦୀ କୂଳରେ ବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ଶ୍ରଦ୍ଧାଳୁଙ୍କ ପିଣ୍ଡଦାନ

ଯାଜପୁର, ୬/୪ : ଆଜି ବାରୁଣି ସ୍ନାନ। ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ରହିଛି। ସକାଳ ୬.୦୯ ଠାରୁ ଦିନ ୧୨.୫୭ ମିନିଟ ଯାଏ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ପହଞ୍ଚି ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି।
ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈତରଣୀ ନଦୀରେ ବୁଡ ପକାଇବା ସହ ପିଣ୍ଡ ଦାନ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ମୃତୟନ କରାଯାଇଛି।

Related Posts

Seo wordpress plugin by www.seowizard.org.