Odisha News

ବୃକ୍ଷ ରୋପଣ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲା ,୯/୭: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁ କୁମ୍ପା ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ୭୧ ତମ ବନ ମହୋତ୍ସବ ର ଉଦଯାପନୀ ଦିବସରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ବୃକ୍ଷ ରୋପଣ କରିବା ଦ୍ଵାରା କିପରି ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ତାହା ବର୍ଣ୍ଣନା କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧକ୍ଷା ସୁନନ୍ଦା ସାହୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ଏହି କାର‌୍ୟ୍ୟ କ୍ରମ ରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.