Odisha News

ବିଶ୍ୱକପ୍ ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଗଲା ଶ୍ରମିକଙ୍କ ଜୀବନ

ରାଉରକେଲା, ୧୦/୧: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଘଟଣ। ବିଦ୍ୟୁତ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ। ମୃତକ ହେଲେ ଲାଠିକଟା ବ୍ଲକ ଟାଇଁସାର ଭାଙ୍ଗରାଟୋଲାର ଗୋପାଳ ତୀର୍କୀ ।
ସେ ଦୀପଶିକ୍ଷା ଏଣ୍ଟରପ୍ରାଇଜେସ ଠିକା ସଂସ୍ଥାରେ କାମ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ଦେଢ଼ଟାରେ ହକି ଷ୍ଟାଡିୟମ ଚାରି ନମ୍ବର ଗେଟରେ ବିଦ୍ୟୁତ କାମ କରୁଥିଲା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ତଳକୁ ଖସି ପଶିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛେଣ୍ଡ ପୁଲିସ ଶବ ଜବତ କରି ଆରଜିଏଚ ମର୍ଗରେ ରଖିବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ମୃତ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ପରିବାର ଓ ବିଜେପି ପକ୍ଷରୁ ଦାବୀ କରାଯାଇଛି ।

Related Posts

Seo wordpress plugin by www.seowizard.org.