Odisha News

ବିଶ୍ଵରୁ ଶେଷ ହେଲା କୋଭିଡ୍ ପ୍ରକୋପ, ମହାମାରୀ ତାଲିକାରୁ ହଟିଲା କରୋନା

ଜେନିଭା,୫/୫: ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ କୋଭିଡ୍ ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ଘୋଷଣା କରିଥିଲା ଓ ତାହାର କିଛି ଦିନ ପରେ ଏହାକୁ ମହାମାରୀ ଘୋଷଣା କରିଥିଲା ।
ହୁ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧୋନମ ଗେବ୍ରେସସ କହିଛନ୍ତି, ‘‘ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ୧୫ତମ ଥର ପାଇଁ ବୈଠକ କରିଥିଲା । ଏଥିରେ କୋଭିଡ୍-୧୯କୁ ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଁ କମିଟିର ପରାମର୍ଶକୁ ଗ୍ରହଣ କରିଛି।’’
ସଂଗଠନ କହିଛି ଯେ ୩୦ ଜାନୁଆରୀ ୨୦୨୦ରେ କୋଭିଡକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ତେବେ କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି । ସଂଗଠନ ଅନୁଯାୟୀ, ଯେତେବେଳେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା, ସେତେବେଳେ ଚୀନରେ ୧୦୦ରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ କାହାର ମୃତ୍ୟୁ ହୋଇ ନଥିଲା । କିନ୍ତୁ ତିନି ବର୍ଷ ପରେ ଏହି ସଂଖ୍ୟା ୭ ନିୟୁତକୁ ବୃଦ୍ଧି ପାଇଛି ।

Related Posts

Seo wordpress plugin by www.seowizard.org.