Odisha News

ବିଶୋଇ ଥାନା ଏଏସ୍ଆଇ ନିଲମ୍ବନ , ମୟୁରଭଞ୍ଜ ଏସ୍‌ପି କଲେ ନିଲମ୍ବନ

ମୟୂରଭଞ୍ଜ,୧୪/୯ : ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଶୋଇ ଥାନା ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ।
କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍ଆଇ ଅବଦୁଲ ମତଲବୀ ଖାନ।
ଆଉ ସେହି ସମୟରେ କେହି ମୋବାଇଲ ଫୋନ୍ରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ। ପରେ ସେହି ଭିଡିଓଟି ଭାଇରାଲ ହୋଇଥିଲା।
ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି।

Related Posts

Seo wordpress plugin by www.seowizard.org.