Odisha News

ବିଲରେ ପାଣି ମଡାଉଥିଲେ, ଦନ୍ତା ଆକ୍ରମଣରେ ଦୁଇ ଜଣ ଆହତ ଓ ଜଣେ ଗୁରୁତର

କେନ୍ଦୁଝର,୨୧/୨: ଗତ ରାତି ପ୍ରାୟ ଗୋଟାଏ ସମୟରେ କାଟୁଳିକେନା ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣ ଆହତ ଓ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି। ଗୁରୁତର ବ୍ୟକ୍ତି ଜଣକ ହେଲେ ରୋହିତ ମୁଣ୍ଡା(୨୫)।
ଅପରପକ୍ଷରେ ନବୀନ ମୁଣ୍ଡା(୩୦), ଗୋବିନ୍ଦ ମୁଣ୍ଡା(୨୫) ଆହତ ହୋଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସ।ଳୟରେ ଭର୍ତି ହୋଇଥିବା ଜଣାପଡିଛି। ସେମାନେ ତିନି ଜଣ ଖରାଟିଆ ଧାନଚାଷକୁ ପାଣି ଚପାଇବାକୁ ବିଲ ମଧ୍ୟରେ ଶୋଇଥିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଏହାପରେ ସେମାନେ ଆହତ ହୋଇଥିଲେ।

Related Posts

Seo wordpress plugin by www.seowizard.org.