Odisha News

ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ହିଂସା ଦେଖା ଯିବା ସହିତ ଗୋଟିଏ ବୁଥରେ ସାନି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ଜିଲ୍ଲାର ଗୋଟିଏମାତ୍ର ଏନଏସିରେ ହେବାକୁ ଥିବା ପୌର ନିର୍ବାଚନରେ ନିର୍ବାଚନ ଆଚରଣ ବିଧି କଡାକଡି ପାଳନ କରାଯିବାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ବୈଠକରେ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ମଲ୍ଲିକ ନିବେଦନ କରିଛନ୍ତି ।
ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବରେ ନିୟୋଜିତ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଆୟୋଜନ ପାଇଁ ହୋଇଥିବା ପ୍ରସ୍ତୁତି ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଏଥର ପୌର ନିର୍ବାଚନରେ ୧୫୭୧୦ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାକୁ ତାଲିକାଭୁକ୍ତ ହୋଇଥିବାବେଳେ ୧୭ ଗୋଟି ୱାର୍ଡ ପାଇଁ ୧୭ ଗୋଟି ବୁଥ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଦୁଇଟି ଆଦର୍ଶ ବୁଥ ଭାବରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳନା କରାଯିବ । ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ଦ୍ୱାରା ମତଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ମତଦାତା ପ୍ରଥମେ ଅଧ୍ୟକ୍ଷ ପଦବୀ ପାଇଁ ଏବଂ ତାପରେ ୱାର୍ଡସଭ୍ୟ ପାଇଁ ମତଦାନ କରିବେ । ପ୍ରତ୍ୟେକ ବୁଥରେ ସିସି ଟିଭି ଲଗାଯିବା ସହିତ ଭିଡିଓ ସୁଟିଂ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି ।
ପ୍ରତ୍ୟେକ ବୁଥରେ ପାନୀୟଜଳ ବ୍ୟବସ୍ଥା,ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା,ପଙ୍ଖା ଓ ଗ୍ରୀଷ୍ମ ରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି । ସହରରେ ୫ ଓ ୧୧ ଦୁଇଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେପି ପକ୍ଷରୁ ୧୧,୧୩ ଓ ୧୪ ନମ୍ବର ବୁଥକୁ ମଧ୍ୟ ସମ୍ବେଦନଶୀଳ ଘୋଷଣା କରାଯିବାକୁ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ବୌଦ୍ଧରେ ପୌର ନିର୍ବାଚନ ଶତପ୍ରତିଶତ ମୁକ୍ତ ଓ ସ୍ୱଛ ଭାବରେ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମିଶ୍ର ପ୍ରତିଶୃତି ଦେଇଥିଳେ । ନିର୍ବାଚନ ହେବାକୁଥିବା ୧୭ ଗୋଟି ୱାର୍ଡକୁ ୫ ଗୋଟି ସେକ୍ଟରରେ ବିଭକ୍ତ କରାଯାଇଥିବାବେଳେ ୩ ଗୋଟି ମୋବାଇଲ ଟିମ ନିୟୋଜନ କରାଯିବ ।
ତେବେ ରାଜନୈତିକ ଦଳମାନେ ନିର୍ବାଚନ ଆଚରଣବିଧି ପାଳନ କରିବା ସହିତ ସମସ୍ତ ନିର୍ଦ୍ଦେଶାବଳୀ ମାନିବାକୁ ବୈଠକରେ ଅନୁରୋଧ କରାଯାଇଥିଲା । ବିଶେଷ ଭାବରେ ପ୍ରଚାର ସମୟରେ କୌଣସି ସରକାରୀ କୋଠା କିମ୍ବା ସ୍ଥାନରେ ପ୍ରଚାର ହୁଡିଂ ନଲଗାଇବା,ବେସରକାରୀ ଲୋକଙ୍କ ଘର ସମ୍ମୁଖରେ ହୁଡିଂ ଲଗାଇଲେ ସେଥିପାଇଁ ଲିଖିତ ଭାବରେ ଅନୁମତିପତ୍ର ଆଣିବା,ପ୍ରତିଦିନ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଚାର କାର୍ଯ୍ୟ ସାରିବାକୁ ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ,ଡିଏସପି ସାଲେଷ୍ଟିନ ଟିଗା,ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି,ଜିଲ୍ଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ ଓ ଜିଲ୍ଲା କଂଗ୍ରେସର ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରଷଦ ନିର୍ବାଚନ ନେଇ ନାମାଙ୍କନ ପତ୍ର ଯାଞ୍ଚ: ଅଧକ୍ଷ୍ୟ ପଦବୀ ପାଇଁ ୯ ପ୍ରାର୍ଥୀପତ୍ର ଓ କାଉନସିଲ ପାଇଁ ୫୦ ପ୍ରାର୍ଥପତ୍ର କାଏମ
ବୌଦ୍ଧ,୧୦/୩: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବୁଧବାର ଦିନ ଥିଲା ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ପଦବୀ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଆଉ ୭ ଜଣ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ସମୁଦାୟ ୧୦ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୭ ଗୋଟି ୱାର୍ଡ ରୁ କାଉନସିଲର ପଦବୀ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୪ ଗୋଟି ୱାଡରେ କାଉନସିଲର ପ୍ରାର୍ଥୀ ଦେଇଛି ।
ସ୍ୱାଧନ ଭାବେ ଆଉ ୪ ଜଣ କାଉନସିଲର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ବେଳେ ,କଂଗ୍ରେସ ପକ୍ଷରୁ ଗଣେଷ ପ୍ରସାଦ ଅଗ୍ରୱାଲା .ବିଜେପି ପକ୍ଷରୁ ଯୁଗଳ କିଶୋର ସାମଲ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ।
ଏହା ସହ ଆଉ ୭ ଜଣ ସ୍ୱାଧିନ ଭାବେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ର୍ରିୟାରେ ସ୍ୱାଧିନ ଭାବେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସତ୍ୟବାନ ମହାକୁଡଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚରେ କଟି ଯାଇଥିବା ବେଳେ ବର୍ତ୍ତମାନ ୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ସେହିପରି କାଉନସିଲର ଭାବେ ୫୨ ଜଣଙ୍କ ପ୍ରାର୍ଥୀ ପତ୍ରରୁ ଯାଞ୍ଚ ସମୟରେ ବିଜେପି ଦଳର ୪ ନଂ ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରିତିମୟୀ ଦାନୀ ଓ କଂଗ୍ରେସ ପକ୍ଷରୁ ୧୨ ନଂ ୱାଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଅନୁ ବେହେରାଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହୋଇଯାଇଥିଲା ।
ଫଳରେ ବର୍ତ୍ତମାନ ୧୭ ୱାଡ ପାଇଁ ବିଜେଡିର ୧୭ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ହୋଇଥିବା ବେଳେ ବିଜେପିର ୧୬ ଜଣ ଓ କଂଗ୍ରେସର ୧୩ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । କାଉନସିଲ ଭାବେ ୪ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି । । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହର ଦିନ ଥିବାରୁ ଦଳ ଗୁଡିକ ପକ୍ଷରୁ ସ୍ୱାଧନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କୁ ମନାଇବାରେ ଦଳୀୟ ନେତା ଓ କର୍ମୀ ମାନେ ଜୋର ସୋର ଉଦ୍ୟମ ଆରମ୍ଭ ହୋଇଛି । ଦଳ ଗୁଡିକ ପକ୍ଷରୁ ବିଭିନ୍ନ ପ୍ରତିଶଅୃତି ମଧ୍ୟ ଅସନ୍ତୁଷ୍ଟ ସ୍ୱାଧନ ପ୍ରାର୍ଥୀିଙ୍କୁ ଦେଉଥିବା ଶୁଣିୀବାକୁ ମିଳୁଛି । ।
ଯଦି ଦଳ ଗୁଡିକ ପକ୍ଷରୁ ନିଜର ସମର୍ଥକ ଥିବା ସ୍ୱାଧିନ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହର କରିବାରେ ସଫଳ ନ ହୁଅନ୍ତେ ତେବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଡୁଆ ହେବ ବୋଲି ରାଜନୀତୀ ମହଲରେ ଚର୍ଚ୍ଚା ଧରିଛି ।
ଦେଖାଯାଉ ଆସନ୍ତା ୧୪ ତାରି୍‌ଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହର ପାଇଁ ଶେଷ ଦିନ ଥିବା ବେଳେ ଦେଖାଯାଉ ଆଉ କିଏ ନାମାଙ୍କନ ପତ୍ର ପ୍ରତ୍ୟାହର କରୁଛି ନା ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ଦେଖିବାକୁ ବାକି ରହିଲା । ନାମାଙ୍କନ ପତ୍ର ଯାଞ୍ଚ ପରେ ସହରରେ ରାଜନୀତି ଜୋର ଧରିଛି । ଦଳୀୟ ନେତା ମାନେ ନିଜ ନିଜ ରଣ କୌଶଳ ଆରମ୍ଭ କରି ନିର୍ବର୍ାଚନ ପ୍ରଚାର ଆରମ୍ଭ କରିଛନ୍ତି । ।
ବାଲି ଚାଲାଣ ବେଳେ ପ୍ରଶାସନର ଧରପଗଡକୁ ବିରୋଧ କଲେ ଟ୍ରାକ୍ଟର ମାଲିକ ସଂଘ
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲାରେ ମହାନଦୀରୁ ବାଲି ଉଠାଣ ନେଇ ପ୍ରଶାସନ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଉଛି । ଟେଣ୍ଡେର ଆ୍‌ହ୍ୱାନ ପରେ ଟେଣ୍ଡର ଗ୍ରହିତାଙ୍କୁ ବାଲିଘାଟ ନିଲାମ ଦିଆଯାଇଛି ।
କିନ୍ତୁ ଟେଣ୍ଡର ନେଇଥିବା ଠିକାଦାର ମାନେ ବାଲି ଦେବା ସମୟରେ କୌଣସି ରସିଦ ଦେଉନଥିବାରୁ ବାଲି ଆଣି ଥିବା ସମୟରେ ବହୁ ସମୟରେ ପ୍ରଶାସନର ଦ୍ୱାରା ଧରାପଡି ଅଯଥାରେ ଚୋରା ବାଲି ବୋଲି ପ୍ରଶାସନ ପକ୍ଷରୁ ମୁଟା ଅଙ୍କର ଅର୍ଥରେ ଗାଡି ମାଲିକଙ୍କୁ ଫାଇନ କରୁଅଛି ।
ଏନେଇ ବୁଧବାର ବୌଦ୍ଧ ଜିଲ୍ଲାର ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ବାଲି ନେଇଥିବା ଠିକାଦାରଙ୍କ ବିରୋଧରେ ବୌଦ୍ଧ ତହସିଲଦାରଙ୍କ ପାଖରେ ଫେରାଦ ହୋଇଥିବା ଜଣାପଡିଛି । ମାଲିକଙ୍କ ଅଭିଯୋଗ ଅନୁଯାୟୀ ମହାନଦୀରୁ ପଇସା ଦେଇ ବାଲି ଆଣୁଅଛୁ କିନ୍ତୁ ବାଲି ଦେବା ସମୟରେ ବାଲିଘାଟ ଠିକାଦାର କୌଣସି ରସିଦ ଦେଉନାହାନ୍ତି ।
ଫଳରେ ବାଲି ନେବା ସମୟରେ ପ୍ରଶାସନ ପକ୍ଷରୁ ଚୋରା ବାଲି କହି ମୋଟା ଅଙ୍କର ଫାଇନ କରାଯାଉଛି । ଏଣୁ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବୀ କରିବା ସହ ବାଲି ଉଠାଣ ସମୟରେ ରସିଦ ଦେବାକୁ ଦାବୀ କରିଥିଲେ ।
ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ହେବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ !:ସୋସିଆଲମିଡିଆରେ ଭାଇରାଲ ହେଲା ଫାଟ
ବୌଦ୍ଧ,୧୦/୩ : ବୌଦ୍ଧବ୍ଲକ ଅଧ୍ୟକ୍ଷ ପଦକୁ ନେଇ ସସପେନସ ଲାଗିରହିଥିବା ବେଳେ ଆଜି ଏକ ଫୋଟ ସୋସିଆଲମିଡିଆରେ ଭାଇରାଲ ହୋଇଛି । ନବନିର୍ବାଚିତ ଅଁଳାପାଲି ସମିତି ସଭ୍ୟ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଗଢାଯାଉଥିବାର ଜଣାପଡିଛି । ବୌଦ୍ଧ ବ୍ଲକ ୨୩ଟି ପଂଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଶ୍ରୀ ରଥଙ୍କ ସହିତ ବୌଦ୍ଧ ବ୍ଲକର ନବ ନିର୍ବାଚିତ ୧୨ ଜଣ ସମିତି ସଭ୍ୟଙ୍କ ସମର୍ଥନ ଥିବା ଏକ ଫୋଟ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଏହି ଫୋଟରେ ଶ୍ରୀ ରଥଙ୍କ ସହିତ ଆମ୍ବଝରୀ ସମିତି ସଭ୍ୟା ଛବିଳ ବାରିକ, ଗୁନ୍ଦୁଳିଆ ସମିତି ସଭ୍ୟ ବଳଦେବ କର୍ମୀ, ମୁଣ୍ଡାପଡା ସମିତି ସଭ୍ୟା ଜନନୀ ଝାଙ୍କର, ବଢିଗାଁ ସମିତି ସଭ୍ୟ ସନ୍ତୋଷ ଭୋଇ, ବାଉଁଶୁଣୀ ସମିତି ସଭ୍ୟ ପ୍ରମୋଦ ଦେହୁରୀ, ବହିରା ସମିତି ସଭ୍ୟା ପୁଷ୍ପାଜଂଳି ବାଦୀ, ତାଳସରଡା ସମିତି ସଭ୍ୟା ସତ୍ୟଭାମା ସେଠୀ, ତେଲିବନ୍ଧ ସମିତି ସଭ୍ୟ ସୁନିଲ ସେଠୀ,ରକ୍ସା ସମିତି ସଭ୍ୟ ଦଳଗଂଜନ ବେହେରା, ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ମନୁପାଲି ସମିତି ସଭ୍ୟ ପାନେଶ୍ୱର ଦେହୁରୀ ଅଛନ୍ତି । ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପଦବି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

Related Posts

Seo wordpress plugin by www.seowizard.org.