Odisha News

ବିବାହର ୧୫ ଦିନ ପରେ ସ୍ୱାମୀ ପର  କରିଦେଲେ, ବାପା ଦେଖାଇଲେ ଆଇଏଏସ୍ ହେବାର ସ୍ୱପ୍ନ

ନୂଆଦିଲ୍ଲୀ ୧୪/୩: ଯୁପିଏସ୍‌ସିରେ କୃତକାର‌୍ୟ୍ୟ ହେବା ଅନେକଙ୍କ ପାଇଁ ସ୍ୱପ୍ନ। ପ୍ରଶାସନିକ ସେବାରେ ଯୋଗଦେବାକୁ ଅନେକ କଠିନ ପରିଶ୍ରମ କରନ୍ତି। ଅନେକ ବାଧା ବିଘ୍ନ ଏବଂ ପରିଶ୍ରମ ପରେ ମିଳେ ଏଥିରେ ସଫଳତା। ସେମିତି ଜଣେ ମହିଳା ହେଲେ ଗିଜୁରାଟର କୋମଲ ଗନାତ୍ରା। କୋମଲ ତାଙ୍କ ବାପାଙ୍କ ସ୍ବପ୍ନ ପୂରଣ କରିବା ପାଇଁ ହୋଇଛନ୍ତି ଆଇଏଏସ୍ ଅଫିସର। ତାଙ୍କ ଜୀବନ କିନ୍ତୁ ବେଶ୍ ସଂଘର୍ଷମୟ। ବିବାହର ୧୫ ଦିନ ପରେ କୋମଲଙ୍କୁ ତାଙ୍କ ସ୍ୱାମୀ ପର  କରିଦେଲେ । ସ୍କୁଲ୍ରେ ୧ ହଜାର ଟଙ୍କାରେ ସେ କାମ କରିବା ଆରମ୍ଭ କଲେ। ତାପରେ ଯୁପିଏସ୍‌ସ ପାଇଁ ପ୍ରସ୍ତୁତି କଲେ ଏବଂ ଏଥିରେ ସଫଳ ହେଲେ। ୨୦୧୨ବ୍ୟାଚ୍ର ଆଇଏଏସ୍ ଅଫିସର କୋମଲ।

କୋମଲ ଏକ ସାକ୍ଷାତକାରରେ କହିଥିଲେ, ‘ମୋ ବାପା ମୋତେ ଯୁପିଏସ୍‌ସର ସ୍ୱପ୍ନ ଦେଖାଇଥିଲେ। ପିଲାଦିନୁ ସେ ଚାହୁଁଥିରେ ମୁଁ ବଡ ହୋଇ ଆଇଏଏସ୍ ଅଫିସର ହୁଏ। ବାପା ପରିବାରରେ ଭାଇ ଏବଂ ମୋ ମଧ୍ୟରେ କୌଣସି ପ୍ରଭେଦ କରିନାହାଁନ୍ତି। ସେଥିପାଇଁ ଯେତେବେଳେ ବି ମୁଁ ଯୁପିଏସ୍‌ସ ବିଷୟରେ ଚିନ୍ତା କରୁଥିଲି, ମୋ ବାପାଙ୍କ ସ୍ୱପ୍ନ ମୋ ମନକୁ ଆସୁଥିଲା। ଏହା ମୋତେ ବହୁତ ସାହସ ଦେଉଥିଲା। ଶେଷରେ ମୁଁ ମଧ୍ୟ ଏହି ପରୀକ୍ଷାରେ କୃତକାର‌୍ୟ୍ୟ ହେବାରେ ସଫଳ ହେଲି।

କୋମଲ ଗ୍ରାଜୁଏସନ୍ ପରେ ଜଣେ ଏନ୍‌ଆର୍‌ଆଇ ଙ୍କୁ ବିବାହ କଲେ । ସେ ତାଙ୍କୁ ୧୫ ଦିନ ପରେ ଛାଡି ନ୍ୟୁଜିଲ୍ୟାଣ୍ଡ ଚାଲିଗଲେ। ଏହା ପରେ ସେ ଆଉ ଫେରି ନଥିଲେ। କୋମଲା ଏହାପରେ ନ୍ୟୁଜିଲାଣ୍ଡ ଯିବାର ଚେଷ୍ଟା କଲେ। କିନ୍ତୁ ସେ ଏଥିରେ ସଫଳ ହେଲେନି। କୋମଲ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଲେ। ସରକାରଙ୍କ ପକ୍ଷରୁ କୋମଲଙ୍କୁ ଏହାର ଉତ୍ତର ମଧ୍ୟ ଆସିଲା। କୋମଲଙ୍କୁ ବିଶ୍ବାସ ଥିଲା ତାଙ୍କ ସ୍ୱାମୀ ଫେରିଆସିବେ। କିନ୍ତୁ ସେମିତି କିଛି ବି ହେଲାନି। ଏହା ପରେ ତାଙ୍କୁ ଏକ ସରକାରୀ ସ୍କୁଲ୍ରେ ଶିକ୍ଷକ ଚାକିରି ମିଳିଲା। ଏହି ସମୟରେ ସେ ଚାକିରି ସହ ୟୁପିଏସସି ପାଇଁ ପ୍ରସ୍ତୁତି କଲେ।

ଯୁପିଏସ୍‌ସକୁ ନେଇ କୋମଲଙ୍କୁ କୌଣସି ଧାରଣା ନଥିଲା। ସେ ଗାଁରୁ ଅହମ୍ମଦାବାଦ ଯାଇ ପରୀକ୍ଷା ପାଇଁ ପ୍ରସ୍ତୁତି କଲେ।  ୩ ଥର ବିଫଳ ହେବା ପରେ ସେ ଶେଷ ଉଦ୍ୟମରେ ଏଥିରେ ସଫଳ ହେଲେ। ଏହା ପରେ କୋମଲ ୨ୟ ବିବାହ କଲେ । ଏବେ ତାଙ୍କର ଝିଅଟେ ଅଛନ୍ତି।

Related Posts