Odisha News

ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୧୧: କନ୍ଧମାଳ ଜିଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି।
ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ମିନତୀ କୁମାରି ମିଶ୍ର, ଶରତ କୁମାର ପୂଜାରୀ ମୋ ସେବା କେନ୍ଦ୍ରର ଜିଲା ପରିଚାଳକ ଗୋଲକ ବିହାରୀ ନାୟକଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତ ପାଆନ୍ତାରେ ପାଇପାରିବେ।
ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପେନସନ ଉପଭୋକ୍ତା ସାଧୁବାଦ ଜଣାଇଛନ୍ତି।
କନ୍ଧମାଳ କୁ ରେଳ ପ୍ରକଳ୍ପ ବାଦ୍ ପ୍ରତିବାଦରେ ୧୦ରେ ସମଗ୍ର କନ୍ଧମାଳ ଜିଲ୍ଲା ବନ୍ଦ ନିଷ୍ପତ୍ତି
କନ୍ଧମାଳ,୧/୧୧: କନ୍ଧମାଳ ଜିଲ୍ଲାର ଫୁଲବାଣୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ଆବାହନରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପଡିବା ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। କେନ୍ଦ୍ର ସରକାର ସଂସଦରେ ବଜେଟ୍ ଘୋଷଣା କରିଥିବା ସତ୍ବେ ରାଜ୍ୟ ସରକାରଙ୍କ ଅଧିନରେ ଦାୟିତ୍ଵରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ରଖି ଏହି ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଇଥିବା ନେଇ ଉପସ୍ଥିତ ନେତୃତ୍ୱ କ୍ଷୋଭ ପ୍ରକାଶ କରିଥିଲେ।
ପୂର୍ବରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଆଜିକୁ ମାସେରୁ ଅଧିକ ସମୟ ହେଲା ସରକାରଙ୍କ ପକ୍ଷରୁ କିମ୍ବା ଓରିଡିଲ୍ ସଂସ୍ଥା ପକ୍ଷରୁ କୌଣସି ପ୍ରକାରେ ଉତ୍ତର ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉପସ୍ଥିତ ସଦସ୍ୟ ମତ ପ୍ରକାଶ କରିଥିଲେ।
ଆଗାମୀ ଆଠ ଦିନ ଭିତରେ ରାଜ୍ୟ ସରକାର କିମ୍ବା ସର୍ଭେ ସଂସ୍ଥା ଓରିଡିଲ୍ ଯଦି ପୁନର୍ବିଚାର କରି ଏହି ପ୍ରକଳ୍ପରେ ଫୁଲବାଣୀକୁ ନ ଯୋଡ଼ନ୍ତି ତାହେଲେ ଚଳିତ ମାସ ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ ସମଗ୍ର କନ୍ଧମାଳ ଜିଲ୍ଲା ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ହେବ ବୋଲି ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଅଞ୍ଚଳର ନେତୃତ୍ୱ ତଥା ସମାଜସେବୀ ଭଗବାନ ମହାନ୍ତି, ଅବନେଶ୍ବର ପ୍ରଧାନ, ସହଦେବ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
କାଠ ପଟ୍ଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଚାଳକ ସୁରକ୍ଷିତ
ବାଲିଗୁଡା,୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଧିନସ୍ତ କଳିଙ୍ଗା ଠାରୁ ୫କି.ମି ଏକ ବୁଲାଣି ରାସ୍ତାରେ ଏକ କାଠ ପଟ୍ଟା ବୋଝେଇ ଟ୍ରକ ଟି ଆଗରେ ଥିବା ଆଉ ଏକ ଟ୍ରକକୁ ପଛ ଟ୍ରକକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଛି। ସୌଭାଗ୍ୟବଶତଃ ଉଭୟ ଟ୍ରକର ଚାଳକ ସୁରକ୍ଷିତ ଥିବା ଜଣାପଡିଛି।
ପ୍ରକାଶ ଯେ, ବୁଧବାର ଭୋର୍ ପ୍ରାୟ ୩ଟା ସମୟରେ ଗୁଜରାଟରୁ ବାଲିଶିରା ଆସୁଥିବା ଏକ କାଠ ପଟ୍ଟା ବୋଝେଇ ଟ୍ରକ ଯାଉଥିବା ବେଳେ ପଛପଟୁ ଆଉ ଏକ କାଠ ପଟ୍ଟା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା।
ଖବର ପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ପୁଲିସ ଓ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାଟି ମୁଜାଗଡ ବାନାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ସେଠିକାର ବନରକ୍ଷୀଙ୍କୁ ସୁଚନା ଦେଇଥିବା ପ୍ରକାଶ କରିଛନ୍ତି।
ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
କନ୍ଧମାଳ,୧/୧୧: ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀର ଟିମ୍ ଆସୋସିଏସନ୍ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷି ଅଧିକାରୀ ପ୍ରହଲ୍ଲାଦ କୁମାର ସେନାପତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ପ୍ରେସ କ୍ଲବ୍ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ଦୁର୍ଗାପ୍ରସାଦ ଭୁୟାଁ ଆସୋସିଏସନ ତରଫରୁ ଅଧିନାୟକତ୍ବ କରିଥିବା ବେଳେ, ରଞ୍ଜନ କୁମାର ଦାସ ମିଡିଆ ଏକାଦଶ ଦଳର ଅଧିନାୟକତ୍ଵରେ ଉଭୟ ଦଳ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଶେଷରେ ଟିମ୍ ଆସୋସିଏସନ୍ ବିଜେତା ହୋଇଥିବା ବେଳେ ମିଡିଆ ଏକାଦଶ ଉପବିଜେତା ହୋଇଥିଲା। ଉଭୟ ଦଳକୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା।

Related Posts

Seo wordpress plugin by www.seowizard.org.