Odisha News

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବାରୋଚିତ କାଣ୍ଡ ପାଇଁ ଦଳ ସୁପ୍ରିମୋ ତାଙ୍କୁ ନିଲମ୍ବିତ କରିଛନ୍ତି: ସସ୍ମିତ ପାତ୍ର

ଭୁବନେଶ୍ୱର,୧୩/୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶନିବାର ଦିନ ଦେଖାଇଥିବା ଦବଙ୍ଗଗିରିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଥିଲା ବିଜେଡି । ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ଡକ୍ଟର ସସ୍ମିତ ପାତ୍ର କହିଥିଲେ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ।
ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ। ଏଭଳି କାର୍ଯ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ।
ସେହିପରି ରବିବାର ଦିନ ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଗଣତନ୍ତ୍ରରେ ହିଂସା କେବେ ଗ୍ରହଣ ଯୋଗ୍ୟ ନୁହେଁ । ପୂର୍ବରୁ ବିଧାୟକଙ୍କ ଏପରି ଆଚରଣ ପାଇଁ ଦଳ ସୁପ୍ରିମୋ ତାଙ୍କୁ ନିଲମ୍ବିତ କରିଛନ୍ତି । ଦଳର ସମ୍ବିଧାନ ଅନୁଯାୟୀ ୩ ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି ତେବେ ତାଙ୍କୁ ଦଳରୁ ବହିଷ୍କାର ବୋଲି ଧରାଯାଏ । ପୂର୍ବରୁ ବିଜେପି ମଣ୍ଡଳ କର୍ମକର୍ତାଙ୍କୁ ଆକ୍ରମଣ କରି ସେପ୍ଟେମ୍ବର ୮ ତାରିଖରେ ଦଳରୁ ନିଲମ୍ବନ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ସେହିପରି ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ ଆମର ନେତାଙ୍କ ଯେଉଁ ନୀତି ଆଦର୍ଶ ରହିଛି ଆମେ ହିଂସାକୁ କେବେ ବରଦାସ୍ତ କରିବୁନି । ଯେଉଁମାନେ ଏପରି ଗଣ୍ଡଗୋଳ ମାରପିଟ କରିଛନ୍ତି ସେଇଟା ଠିକ ନୁହେଁ ।

Related Posts

Seo wordpress plugin by www.seowizard.org.