Odisha News

ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବାହାଡ଼ଝୋଲା – ସୁନାମୁହିଁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୯/୭: ଚାକିରି ଛାଡ଼ି ଜନସାଧାରଣ ଙ୍କ ସେବା ,ଅଞ୍ଚଳର ଉନ୍ନତି ,ଲୋକମାନଙ୍କ ସମସ୍ୟା ଦୂରୀକରଣ ଲକ୍ଷ୍ୟ ନେଇ ରାଜନୀତି ରେ ପାଦ ରଖି ବିଜୟୀ ହୋଇଥିବା ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଙ୍କ ପ୍ରଚେଷ୍ଟା ଯୋଗୁଁ ବହୁବର୍ଷ ଧରି ଲାଗିରହିଥିବା ବାହାଡଝୋଲା- ସୁନା ମୁହିଁ ପୂର୍ତ୍ତ ବିଭାଗ ରାସ୍ତା ର ସମସ୍ୟା ଦୂରୀକରଣ ହୋଇଛି।
ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବାହାଡ଼ଝୋଲା – ସୁନା ମୁହିଁ ପୂର୍ତ୍ତବିଭାଗ ରାସ୍ତା ଟି ଗଞ୍ଜାମ ଜିଲ୍ଲାକୁ ସଂଯୋଗ ହୋଇଥିବା ବେଳେ ପୂର୍ବରୁ ଖାଲ ଖମା ରେ ଏହି ରାସ୍ତା ଟି ପରିପୂର୍ଣ୍ଣ ଥିଲା। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ଏହି ରାସ୍ତାର ଉନ୍ନତି କରଣ ପାଇଁ ଲୋକମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ରାସ୍ତା ର ଉନ୍ନତି କରଣ ହୋଇ ପାରୁନଥିଲା।ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଏହି ସମସ୍ୟା ଜାଣିବା ପରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ କନିଷ୍ଠ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ରାସ୍ତା ନିର୍ମାଣ ହୋଇଥିଲା।ବହୁ ବର୍ଷ ଧରି ଯାତାୟାତ ର ଯେଉଁ ଅସୁବିଧା ଉପୁଜିଥିଲା ତାହା ଦୂରୀକରଣ ହୋଇଥିବାରୁ ଅଞ୍ଚଳ ବାସୀ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.