Odisha News

ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ

ଜଳେଶ୍ୱର, ୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତର ଆମ୍ବଳିଅଠା ଗାଁରେ। ମୃତ ଡ୍ରାଇଭର ଘର ଯାଜପୁର ଜାରକା ଅଞ୍ଚଳର ବୋଲି ଜଣାପଡ଼ିଛି। ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।
ଆଜି ଭୋର ପ୍ରାୟ ୩ଟା ସମୟରେ ଯାଜପୁର ଜାରକା ଅଞ୍ଚଳରୁ ଏକ ମିନି ଟ୍ରକ୍ରେ ଧାନକଟା ମେସିନଟି ଲଦି ଡ୍ରାଇଭର ଓ ହେଲପର ଆମ୍ବଳିଅଠା ଗାଁକୁ ଆଣୁଥିଲେ। ଆମ୍ବଳିଅଠା ଗାଁରେ ନିକଟରେ ଏକ ବିଦ୍ୟୁତ୍ ତାର ରାସ୍ତାରେ ଛିଡ଼ି ପଡ଼ିଥିଲା। ମିନି ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡ଼ିରୁ ଓହ୍ଲାଇ ସେହି ତାରକୁ ଆଡ଼େଇ ଦେଇ ଗାଡ଼ିକୁ ସେହି ବାଟରେ ନେଇ ଯିବାକୁ ଚେଷ୍ଟା କରୁଥିଲେ।
ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ସେ ବେହୋସ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ମିନିଟ୍ରକ୍ ହେଲପର ଗାଡ଼ି ନେଇ ଚମ୍ପଟ ମାରିଥିଲା।

Related Posts

Seo wordpress plugin by www.seowizard.org.