Odisha News

ବିଦ୍ୟୁତ୍ ବିଭାଗର ନିଷ୍କ୍ରିୟତା : ଇଲେଭେନ୍ କେଭି ବିଦ୍ୟୁତ୍ ତାର ଛିଡି ପଡ଼ିଲା ପୋଖରୀ ଭିତରେ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୫/୭: ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନ ବିଦ୍ୟୁତ୍ ବିଭାଗର ନିଷ୍କ୍ରିୟତା ଯୋଗୁଁ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଏଲେଭେନ୍ କେ ଭି ବିଦ୍ୟୁତ୍ ତାର ଓହଳି ରହିଛି ତ ,କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଟ୍ରାନ ସ ଫର୍ମ ର ରହିଥିବା ଯୋଗୁଁ ଜନ ଜୀବନ ବିପଦ ଗ୍ରସ୍ତ ହେବାରେ ଲାଗିଛି।ଏପରିକି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କିଛି ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏଭଳି ପରିସ୍ଥିତି ଚାଲିଥିବା ବେଳେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖା ଲମଡ଼ା ଗ୍ରାମରେ ଥିବା ପୋଖରୀ ଉପର ଦେଇ ଯାଇଥିବା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଇଲେଭେନ କେ ଭି ବିଦ୍ୟୁତ୍ ତାର ଛିଡି ପୋଖରୀ ପାଣି ଭିତରେ ଛିଡି ପଡିଥିଲା । ବିଦ୍ୟୁତ୍ ତାର ଛିଡି ପୋଖରୀ ପାଣିରେ ପଡ଼ିବା ପରେ ,ପୋଖରୀ ନିକଟରେ ବାସ କରୁଥିବା ଲୋକମାନେ ଦେଖି ବିଦ୍ୟୁତ୍ ବିଭାଗ କୁ ଜଣାଇଥିଲେ।ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ବିଳମ୍ବରେ ଆସି ଛିଡି ଯାଇଥିବା ବିଦ୍ୟୁତ୍ ତାର ସଂଯୋଗ କରିଥିଲେ। ଯଦି କୌଣସି ବ୍ୟକ୍ତି ଉକ୍ତ ସମୟରେ ପୋଖରୀ ପାଣିରେ ପ୍ରବେଶ କରିଥାନ୍ତେ ତେବେ ତାଙ୍କର ପ୍ରାଣ ହାନି ଘଟିଥିଲେ , କଣ ବିଦ୍ୟୁତ୍ ବିଭାଗ ଦାୟୀ ରହିବ ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠିଛି।ବିଦ୍ୟୁତ୍ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି।ଏଭଳି ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ,ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।

Related Posts

Seo wordpress plugin by www.seowizard.org.