Odisha News

ବିଦାୟ ବାଇଶି! ସ୍ୱାଗତ ତେଇଶି

    ନିର୍ମଳା ଭୁତିଆ                     

ବାଇଶି ମସିହା ବାଇଶି ପାହାଚ ଶୀରିମନ୍ଦିରର ସ୍ଥିତି ।
ଓଡିଆ ମାଟିର ଓଡିଆ ଝିଅର ରାହିଗଲା ହୋଇ ସ୍ମୃତି । ।
ବାଇସିରେ କେତେ ଗୁପତ ଗୁମର ପେଡି ଯାଇଅଛି ଖୋଲି ।
ଇଂଲଣ୍ଡର ମହାରାଣୀଙ୍କ ମୁକୁଟେ ଶ୍ରୀହରିଙ୍କ ହିରା ବୋଲି । ।
ବାଇଶି ବରସି ଦେଇଛି ଆସିଶ ଭାରତ ରାଜନୀତିରେ ।
ମହିମା ମୟିସେ ଶକ୍ତି ସୂରୁପିଣୀ ଆଣିବେ ଶାନ୍ତି ଦେଶରେ । ।
ବାଇଶି ବତାଶେ ହଜିଯାଇଛନ୍ତି ଜଣା ଶୁଣା ଅଭିନେତା ।
ସଂଗ୍ରାମ କେଶରୀ ସାମ୍ବାଦିକ ସଙ୍ଗେ ବିଚାରକ ରାଜନେତା । ।
ଅକାଳ ବିୟୋଗ ବାଇସି ବରସେ ଅନୁତାପ ଦେଇ ଗଲା ।
ଦୁର୍ନୀତି ଅନୀତୀ କୂଟ ନୀତୀ ସବୁ ଦିନକୁ ଦିନ ବଢ଼ିଲା । ।
ବେକାରୀ ଶିକ୍ଷିତ ଯୁବକ ସମସ୍ୟା ନାରୀ ନିର୍ଜାତନା ଓଡ଼ିଶାର ବଡ଼ ଦୁଃଖ ।
ସବୁଠାରୁ ବଡ଼ ଦୁଃଖରେ ଅଛନ୍ତି ଇଂଜିନିୟର ପଢ଼ା ଛାତ୍ର । ।
କାରଖାନା ଠିକାଦାର ଙ୍କ ପାଖରେ ଖଟି ପେଟ ପୁରୁ ନାହିଁ ।
ଧୁଳି ଧୂଆଁ ଖାଇ ଅଧା ପେଟ ପୁରେ ଧନ୍ୟ ଏ ଓଡ଼ିଶା ଭୂଇଁ । ।
ଇଂଲଣ୍ଡର ରାଣୀ ଏଲିଜା ବେଥ୍ ଙ୍କ ଜୀବନୀର ଶେଷ ଯାତ୍ରା ।
ସମଗ୍ର ବିଶ୍ୱର ମହାନ ବ୍ୟକ୍ତିଙ୍କ ଛୁଟିଲା ଶୋକର ବାର୍ତା । ।
ବାଇଶି ମସିହା ତିରିଶି ସକାଳୁ ବିଦାୟ ମୋଦି ଙ୍କ ମାତା । ।
୍‌ଶହେ ବରଷର ମହିୟସିି ବୃଦ୍ଧା ମା’ ସେ ମୋଦି ଜି ଙ୍କର । ।
ଶହେ ବରଷରେ ବାର୍ଦ୍ଧକ୍ୟ ଜନ୍ତ୍ରଣା ହୀରାବେନ୍ ମା’ ମୁକ୍ତ ।
ଜନ୍ମ ଦାତ୍ରୀ ମାତା ହରାଇ ବିରହେ କାନ୍ଦେ ଏ ଅଭୁଜା ପୁତ୍ର । ।

ବାଇଶି ସରିବ ମାତ୍ର ଦୁଇ ଦିନ ତିଶିରି ଶୁକରବାର
ଶହେ ବରଷର ମହିୟସିି ବୃଦ୍ଧା ମା’ ସେ ମୋଦି ଜି ଙ୍କର । ।
ଚିର ଦିନ ପାଇଁ ଆଖ୍‌ô ବୁଜିଦେଲେ ଆଉ ଦେଖିବନି ମୁହଁ ।
ଜନ୍ମ ଦାତ୍ରୀ ମାତା ହରାଇ ବିରହେ କାନ୍ଦେ ଏ ଅଭୁଜା ପୁଅ । ।
ବାଇଶିର ଶୁଭ ସଞ୍ଜ ହୋଇଗଲା ତେଇଶି ଶୁଭ ସକାଳ ।
ବିଦାୟ ବାଇଶି ସଞ୍ଜ ଦୀପ ଜାଳୀ ତେଇଶିକୁ ଫୁଲ ମାଳ । ।
ତେଇଶି ତିଆରି କରିବକି ସତେ ଶାନ୍ତି ପୂର୍ଣ୍ଣ ରଂଗ ମଂଚ ।
ଚେତାଇ ଦେବକି ଚୈତନ୍ୟ ଚେତନା ସୁବିଚାର ରୋମାଂଚକ । ।
ଦ୍ୱାପରେ ଦୌପଦୀ ନ୍ୟାୟ ଧର୍ମ ପାଇଁ ମୁକୁଳା ରଖିଲେ କେଶ ।
କଳିର, କରାଳ, କଳଙ୍କ ,କବଳୁ ଶାନ୍ତି ଲଭିବକି ଦେଶ ! । ।
ତେଇସି ମସିହା କାହା ପାଇଁ ପ୍ରଭୂ କି ବୁହ୍ୟ ରଚନା ହେବ ।
ଅଭିମନ୍ୟୁ ହୋଇ ଚକ୍ର ବୁହେ ପଶି କି ଦଶା ଭୋଗ କରିବ । ।
ତେଇଶି ଭାରତେ ରଥର ସାରଥି କିଏ ସେ ଶ୍ରୀକୃଷ୍ଣ ହେବ ।
ମହାରଥି ହୋଇ ଭାରତ ସଂଗ୍ରାମେ ଅର୍ଜୁନ କିଏ ସାଜିବ । ।
ତେଇଶିର ଶୁଭ ସୁନେଲି କରିଣ ରବିବାର ସୁପ୍ରଭାତ ।
ସକଳ ଶକ୍ତିର ଆଧାର ହେ ସୁର୍ଯ୍ୟ ହୁଅ ପ୍ରଭୁ ଦିପ୍ତମନ୍ତ । ।
ନୂତନ ବର୍ଷର ଶୁଭ ଆଗମନ ଶାମ୍ବର ଦଶମୀ ଦିନ ।
ତ୍ରିଗୁଣାତ୍ମକ ହେ ସର୍ବଶକ୍ତି ମୟ ଆମ୍ଭ ଭକ୍ତି ଅର୍ଘ୍ୟ ଘେନ । ।
ତେଇଶିରେ ପ୍ରଭୂ ତିଆରି କର ହେ ଶାନ୍ତି ପୂର୍ଣ୍ଣ ଦରବାର ।
ଭାଇ ଭାଇ ଭାବ, ଭଉଣୀର ସ୍ନେହ ସମ୍ମାନ ରଖି ମାଆର । ।
ଜୟ ଜଗନ୍ନାଥ, ଜୟ ମୋ ଭାରତ ଜୟ ମସିହା ତେଇଶି ।
ସୁନ୍ଦର ପ୍ରଭାତେ ଜୟ ଜୟ ଶଦ୍ଦେ ନାଚ ହେ ଭାରତ ବାସୀ । ।
ସୁନ୍ଦର ପ୍ରଭାତେ ଜୟ ଜୟ ଶଦ୍ଦେ ନାଚ ହେ ଭାରତ ବାସୀ । ।

Related Posts

Seo wordpress plugin by www.seowizard.org.