Odisha News

ବିଜେପି କର୍ମୀଙ୍କୁ କେଜ୍ରିୱାଲଙ୍କ ପରାମର୍ଶ: ଦଳ ଛାଡ଼ନି, ଆପ ପାଇଁ କାମ କର

ଅହମଦାବାଦ, ୩/୯: ଚଳିତ ବର୍ଷ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ସଭା ଆରମ୍ଭ ହୋଇଛି। ଏହା ସହିତ ଗୁଜରାଟକୁ ନେତାଙ୍କ ଗସ୍ତ ମଧ୍ୟ ଆରମ୍ଭ ହୋଇଯାଇଛି।
ଏହି କ୍ରମରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତ କରି ଭୋଟରଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି। ଶୁକ୍ରବାର ଗୁଜରାଟରେ କ୍ଷମତାକୁ ଆସିଲେ ଆପ୍ ସରକାର କେଉଁ ସବୁ ସୁବିଧା ଯୋଗାଇଦେବ ସେନେଇ ଘୋଷଣା କରିବା ପରେ ଆଜି ଆପ୍ ପାଇଁ ଭିତିରିଆ କାମ କରିବାକୁ ଗୁଜରାଟବାସୀଙ୍କୁ କହିଛନ୍ତି କେଜ୍ରିୱାଲ।
ଗୁଜୁରାଟ ଗସ୍ତର ଅନ୍ତିମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଜେପି କର୍ମୀଙ୍କୁ ଦଳ ନଛାଡି ଆପ୍ ପାଇଁ ଭିତିରିଆ କାମ କରିବାକୁ କହିଛନ୍ତି। ବିଜେପିଠାରୁ ଟଙ୍କା ନେଇ ବିଜେପି କର୍ମୀଙ୍କୁ ଆପ୍ ପାଇଁ କାମ କରିବା ଉଚିତ୍ ବୋଲି କହିଛନ୍ତି।
ତାଙ୍କ କହିବା ମୁତାବକ, ଆମେ ବିଜେପି ନେତା ଚାହୁଁନାହୁଁ। ବିଜେପି ନିଜର ନେତାମାନଙ୍କୁ ନିଜ ପାଖରେ ରଖିପାରିବ। ବିଜେପିର ‘ପନ୍ନା ପ୍ରମୂଖ’, ଗ୍ରାମ, ବୁଥ୍ ଏବଂ ତାଲୁକାରେ କାର‌୍ୟ୍ୟ କରୁଥିବା କର୍ମୀମାନେ ସଭାରେ ଆମ ସହ ଯୋଗ ଦେଉଛନ୍ତି।
ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଏତେ ବର୍ଷ ପରେ ମଧ୍ୟ ଦଳରେ ସେବା ବଦଳରେ ବିଜେପି ସେମାନଙ୍କୁ କଣ ଦେଇଛି? ଆପଣ ବିଜେପିରେ ରହି ଆପ୍ ପାଇଁ କାମ କରିପାରିବେ। ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଟଙ୍କା ମିଳୁଥିବ। ତାଙ୍କଠାରୁ ଟଙ୍କା ନେଇ ଆମ ପାଇଁ କାମ କର। କାରଣ ଆମ ପାଖରେ ଟଙ୍କା ନାହିଁ।

Related Posts

Seo wordpress plugin by www.seowizard.org.