Odisha News

ବାହା ହେବାକୁ ମନା କଲେ ଯୁବକ, ଏକାଥରେ ବିଷ ପିଇଦେଲେ ୬ ଯୁବତୀ

ଔରଙ୍ଗାବାଦ, ୯/୪: ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ବିଷ ପିଇଦେଲେ ପ୍ରେମିକ। ଜଣେ କି ଦୁଇ ଜଣ ନୁହେଁ, ୬ ଜଣ ଝିଅ ବିଷ ପିଇଦେଇଛନ୍ତି। ବିହାରର ଔରଙ୍ଗାବାଦରେ ଘଟିଛି ଏଭଳି ଘଟଣା। ଏଠାରେ ଜଣେ ଯୁବତୀଙ୍କୁ ଯୁବକଙ୍କ ସହ ପ୍ରେମ ହୋଇଗଲା। ସେ ତାଙ୍କୁ ବିବାହ ପାଇଁ ନିବେଦନ କଲେ।
ପ୍ରେମିକ ବିବାହ କରିବାକୁ ମନା କରିବା ପରେ ପ୍ରେମିକା ବିଷ ଖାଇଦେଲେ। ଯୁବତୀଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଦେଖିବାକୁ ଘରେ ପହଞ୍ଚିଥିଲେ। ୟୁବତୀଙ୍କ ଅବସ୍ଥା ଦେଖି ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ମଧ୍ୟ ବିଷ ପିଇଦେଲେ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଦ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଏନେଇ ପୋଲିସ କହିଛି ଯେ ୬ ଜଣ ଯୁବତୀ ବିଷ ପିଇଥିଲେ, ସେଥିମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ମଗଧ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ଅନୁଯାୟୀ ଏହି ତିନି ସାଙ୍ଗଙ୍କ ଅବସ୍ଥା ଗୁରୁତର ରହିଛି ।

Related Posts

Seo wordpress plugin by www.seowizard.org.