Odisha News

ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର କ୍ଷମତା: ହେଲିକପ୍ଟରର ବ୍ୟବହାର ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର ୨୧/୮: ବାଲେଶ୍ବର ଓ ମୟୂରଭଞ୍ଜ ପାଇଁ ବନ୍ୟା ଆଶଙ୍କା ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଟ୍ବିଟ କରି ଦେଇଛନ୍ତି।
ବନ୍ୟା ସଂପର୍କିତ ଯେକୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ତାଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିସହିତ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କ ପାଇଁ ଏକ ହେଲିକପ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି।

Related Posts

Seo wordpress plugin by www.seowizard.org.