Odisha News

ବାଲେଶ୍ଵରକୁ ତିନି ଦିନିଆ ତୁଫାନୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୨/ ୫: କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ଆଜି ଦିବା ୧୨.୧୫ ମିନିଟରେ ତେଜସ୍ ରାଜଧାନୀ ଏକ୍ସପ୍ରେସ ଯୋଗେ ବାଲେଶ୍ଵରରେ ପହଞ୍ଚିଛନ୍ତି।
ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ପ୍ରଭାରୀ ସୁଷମା ରାଣୀ ବିଶ୍ବାଳ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସଦର ସଂଯୋଜକ ପର୍ଶୁରାମ ବେହେରା, ମମତା ମହାପାତ୍ର, ବିଜୟ ସାହୁ, ଅଜିତ୍ ପାଢ଼ୀ, ସସ୍ମିତା ଚାନ୍ଦ, ମହୁଆ ପ୍ରଧାନ, ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନାରାୟଣ ମହନ୍ତ, ସ୍ବାଧିନ ପଣ୍ଡା, ସୁରଝଙ୍କାର ସେଠୀ, ଶଶିକାନ୍ତ ମିଶ୍ର, ଅରୂପ ଜେନା, ସୁଜିତ୍ ଦେବ୍, ଅନୀଲ ମହାନ୍ତି, ସୁବୋଧ ଚନ୍ଦ୍ର ପଣ୍ଡା, ବିକାଶ ପାଢୀ, ସସ୍ମିତା ଦାସ, ପ୍ରଶାନ୍ତି ପାଣ୍ଡା, ସଂଯୁକ୍ତା ମହାପାତ୍ର, ସୌଭାଗ୍ୟ, ବିପିନ୍ ମାରାଣ୍ଡି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ତାଙ୍କର ଏହି ତିନିଦିନିଆ ଗସ୍ତରେ ସେ ବାଲେଶ୍ଵର ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବିଧାନସଭା ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରିବେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ମୋଦିଜୀଙ୍କ ଓଡ଼ିଶା ପାଇଁ ଦେଇଥିବା ଗ୍ୟାରେଣ୍ଟି ବାର୍ତ୍ତା ନେଇ ଆସିଛନ୍ତି। ଦୁଇଟି ପଦ୍ମ ଦୁଇଗୁଣ ବିକାଶ ହେଉଛି ଓଡିଶାର ପ୍ରଗତିର ବାର୍ତ୍ତା।
ମୋଦିଜୀଙ୍କ ତୃତୀୟ ପାଳି ସରକାରରେ ବାଲେଶ୍ଵର ଲୋକସଭାକୁ ସାମିଲ କରିବା ପାଇଁ ସେ ଭୋଟରଙ୍କୁ ଆହ୍ବାନ କରିଥିଲେ। ବିଜେଡ଼ି ଶାସନରେ ଓଡ଼ିଶାରେ ବିକାଶ ପଛେଇ ଯାଇଛି। ଖଣିଜ ସମ୍ପଦରେ ପରିପୂର୍ଣ ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ କାହିଁକି ? ବିଜେପି ସରକାରକୁ ଆସିଲେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଏହାପରେ ଜିଲ୍ଲା ଯୁବମୋର୍ଚ୍ଚା ନେତୃତ୍ବରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ନୋସି ଅତିଥି ଗୃହକୁ ନିଆଯାଇଥିଲା

Related Posts

Seo wordpress plugin by www.seowizard.org.