Odisha News

ବାଲେଶ୍ବରରେ ଏଆଇସିସି ଷ୍ଟାର୍ ପ୍ରଚାରକ ସଚିନ ପାଇଲଟ୍, ‘ସାରା ଦେଶରେ ପରିବର୍ତ୍ତନର ମାହୋଲ ଦେଖିବାକୁ ମିଳୁଛି’

ବାଲେଶ୍ୱର,୧୮/୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଚିନ ପାଇଲଟ ।
ପାଇଲଟ କହିଛନ୍ତି, ଓଡିଶାରେ ଭାଜପା ଓ ବିଜେଡି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ବାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ । ସେହିପରି ଭାଜପାକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ଏମପି ଶ୍ରୀକାନ୍ତ ଜେନା ଥିବା ସମୟରେ ଅଞ୍ଚଳରେ ବିକାଶ ହୋଇଥିଲା ।
କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ ହୋଇପଡିଛି । ତେଣୁ ଏଥର ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।

Related Posts

Seo wordpress plugin by www.seowizard.org.