Odisha News

ବାଲି ବୋଝେଇ ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା: ଶାଶୁ ମୃତ, ଜ୍ୱାଇଁ ଗୁରୁତର

କରଞ୍ଜିଆ,୧୯/୧୧: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର‌୍ୟ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ସହିତ ଟାଟାଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ୨ ଜଣ ଆହତ ହୋଇଛନ୍ତି।
ମୃତ ମହିଳା ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗାଁର ରାନୁ ମାରାଣ୍ଡି। ରାନୁଙ୍କ ଜ୍ୱାଇଁ ଗାନ୍ଧୀ ହେମ୍ବ୍ରମ ଓ ତାଙ୍କ ୨ବର୍ଷର ନାତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗ୍ଦ ଭଚ୍ଚ
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ବୋଝେଇ ହାଇୱାଟି ଆନନ୍ଦପୁରରୁ ଠାକୁରମୁଣ୍ଡା ଅଭିମୁଖେ ଆସୁଥିଲା। ଏହି ସମୟରେ ଚକୁଳିଆ ଗାଁରୁ ଟାଟା ଏସିରେ ରାନୁ ତାଙ୍କ ଜ୍ୱାଇଁ ଓ ୨ ବର୍ଷର ନାତି ପତ୍ରତୋଳା ଯାଉଥିବା ବେଳେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର‌୍ୟ୍ୟାଳୟ ନିକଟରେ ବାଲି ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟାଟାଏସିରେ ବସିଥିବା ୨ବର୍ଷର ଶିଶୁ ବାହାରକୁ ଛିଟିକି ପଡ଼ି ଥିବା ବେଳେ ଘଟଣାସ୍ଥଳରେ ରାନୁଙ୍କର ମୃତ୍ୟୁ ଘଟିଥିଲା। ରାନୁଙ୍କ ଜ୍ୱାଇଁ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।
ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଠାକୁରମୁଣ୍ଡା ଥାନା ପୁଲିସ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.