Odisha News

ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୪: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି ।
ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା, ଡିଏସ୍ପି ଭିନୀତ ଅଗ୍ରୱାଲ୍, ଏସଡିପିଓ ଜିଆର ରେଡ୍ଡୀ , ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ ସିଡିପିଓ ଅନିତା ଦାସଙ୍କ ସମେତ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏଥିରେ ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ସମସ୍ୟା ସମ୍ପର୍କରେ ପ୍ରାୟ ୬୬ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି । ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁ ପ୍ରଥମ ଦିନରେ କମସଂଖ୍ୟକ ଲୋକ ଆସିଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.