Odisha News

ବାଲିଗୁଡା : ମା ପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ ସଂଘ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ବ୍ଲକ ବୁଡୁରୁକିଆ ପଞ୍ଚାୟତ ମୁସୁକୁଲି ର ଦମଦେଇ ନାଳ ନିକଟରେ ଅନୁଷ୍ଠିତ ହୋଇଯାଇଛି ।
ଏଣିକି ଜିଲ୍ଲା ବାହାରର ଠିକାଦାର ମାନେ କୌଣସି ଟେଣ୍ଡର ପକାନ୍ତି ତାହାହେଲେ ସଂଘର ନିଷ୍ପତ୍ତି ଅନୁଯାୟୀ ସେହି ଠିକାଦାର ଟେଣ୍ଡରରେ ଭାଗ ନେଇପାରିବ ନାହିଁ ବୋଲି ଏହି ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି ।
ଏହି ବିଷୟ ବ୍ଲକ ର ସମସ୍ତ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ମୌଖିକ ଏବଂ ଲିଖିତ ଭାବରେ ଜଣାଇବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକ ରେ ଠିକାଦାର ସଂଘର ସଭାପତି ସ୍ଵପ୍ନେଶ୍ଵର ସାହୁ, ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧକ୍ଷ ଅଭୟ ପାତ୍ର, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଅନିଲ ଚୌଧୁରୀ, ରାମେଶ୍ବର ପାଣିଗ୍ରାହୀ, ଟୁନା ସାହୁ, ବିଶ୍ବଜିତ ପାତ୍ର, ପ୍ରମୋଦ ସାହୁ, ବୈକୁଣ୍ଠ ସାହୁ, ଉମାକାନ୍ତ ନାୟକ, ରଞ୍ଜିତ ଚୌଧୁରୀ, କେ.ଫକୀର ମୋହନ ଦୋରାଙ୍କ ସମେତ ବ୍ଲକର ସମସ୍ତ ଠିକାଦାର ଉପସ୍ଥିତ ଥିଲେ ।
ବାଲିଗୁଡା : ବିଶ୍ୱଶାନ୍ତି ଦିବସ ଉପଲକ୍ଷେ ସଚେତନତା ସଭା
ବାଲିଗୁଡା,୨୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଜରିଘାଟିର ଖ୍ରୀଷ୍ଟିଆନ ଚର୍ଚ୍ଚ ସମ୍ମୁଖରେ ସାମାଜିକ ସ୍ୱଛତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ସ୍ନେହ ପକ୍ଷରୁ ବିଶ୍ୱଶାନ୍ତି ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନ ର ସଂଯୋଜକ ପ୍ରଦୀପ କୁମାର ପାଲ ଙ୍କ ନେତୃତ୍ୱ ରେ ଜରିଘାଟି, ପବନ ଗାଁ, ମାଦାଗୁଡା ସମେତ ଆଖପାଖ ଗ୍ରାମର ଖ୍ରୀଷ୍ଟିୟ ଜନସାଧାରଣ ମାନେ ଏକତ୍ରିତ ହୋଇଥିଲେ ଜ୍ଝପ୍ରଥମେ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ସମିତି ସଭ୍ୟା ସସ୍ମିତା ନାୟକ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ଜ୍ଝଜିଲ୍ଲାପରିଷଦ ସଭ୍ୟ ଜିରିମିୟ ସୁନାମାଝୀ, ବିଜୟ ସାନସେଟ, ମାଦାଗୁଡା ସରପଞ୍ଚ ସୁନିତା ମଲିକ, ବେବିନିକା ପ୍ରଧାନ ଏକତା ପରିଷଦ ସଂଯୋଜକ, ସୁରେନ୍ଦ୍ର ମଲିକ, କବିରାଜ ନାୟକ, ଜୋହାନ ଗୁଣ୍ଡ୍ରାମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମଂଚାସୀନ ଅତିଥି ମାନେ କାର୍ଯ୍ୟକ୍ରମ ଜରିଆରେ କିଭଳି ସ୍ଥାନୀୟ ଅଂଚଳରେ ପରସ୍ପର ମଧ୍ୟରେ ସୁଖଶାନ୍ତି ବାର୍ତା ଆଦାନ ପ୍ରଦାନ ସହ ସୁସମ୍ପର୍କ ଓ ଭାଇଚାରା ସ୍ଥାପନ କରିବା ନେଇ ସଚେତନତା କରିଥିବା ଦେଖିବାକୁ ମିଳିଥିଲା । ଶେଷରେ ସ୍ଥାନୀୟ ଅଞ୍ଚଳ ର ଯୁବତୀ ମାନେ ଗୀତ ଓ ନାଚ ପରିବେଷଣ କରିଥିଲେ । କରୁଣାକର ବିଶିମାଝି ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ
ବାଲିଗୁଡା,୨୧/୯: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବାକୁ ଅଞ୍ଚଳରେ ବିଭିନ୍ନ ଲୋକ ସଂଗଠନ ଗୁଡିକ ଏକତ୍ରିତ ହେଉଛନ୍ତି।
ଏନେଇ କୁଇ ସମାଜର ପରାମର୍ଶଦାତା ଘନେଶ୍ୱର ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।
ସେ ଅଭିଯୋଗ କରି କହିଛନ୍ତି ଯେ, ଦାରିଙ୍ଗବାଡିଠାରୁ ସିମନବାଡି ମାତ୍ର ୧୨ କିମି ଦୂରତା ରହିଥିବା ବେଳେ ଯାତ୍ରୀଙ୍କଠାରୁ ଟିକେଟ ବାବଦରେ ୨୦ ଟଙ୍କା ନିଆଯାଉଥିବା ବେଳେ ସିମନବାଡିଠାରୁ ରାଇକିଆ ମାତ୍ର ୨୪ କିମି ରାସ୍ତାକୁ ୪୦ ଓ ସିମନବାଡିରୁ ବାଲିଗୁଡା ୩୭ କିମିକୁ ୫୦ ଟଙ୍କା ପର୍ଯ୍ୟନ୍ତ ବସ ମାଲିକ ମାନେ ଟିକେଟ ସଂଗ୍ରହ କରୁଛନ୍ତି। ଏପରି ପ୍ରତି ଅଞ୍ଚଳକୁ ମଧ୍ୟ ଅଧିକ ଟଙ୍କା ନେଉଛନ୍ତି ।
ବିଶେଷ କରି ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଭଳି ଦୂର ଦୁରାନ୍ତ କୁ ମଧ୍ୟ ଅଧିକ ନେଉଛନ୍ତି । ଏହାର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଅଞ୍ଚଳର ଶ୍ୟାମସେନ ଦିଗାଲ କହିଛନ୍ତି ଯେ, ଟିକେଟ ବାବଦକୁ ଅର୍ଥ ଅଧିକ ନେବା ସହ ଟିକେଟ ପ୍ରଦାନ କରୁନାହାନ୍ତି। ଫଳରେ ଆମେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି।
ଏନେଇ ସେମାନେ ଆନ୍ଦୋଳନ କରିବା ପୂର୍ବରୁ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କ ସହ ଫୋନରେ ଅଭିଯୋଗ କରିଥିବା କହିଛନ୍ତି।
ଏନେଇ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସିଛି। ସେ ଏନେଇ ବସ ମାଲିକ ସଙ୍ଘକୁ ଚିଠି କରିବା ସହ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.