Odisha News

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୬: ‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର।
ତେଣୁ ଯୋଗ କରି ନିରୋଗୀ ହେବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଏକ ଯୋଗ ଶିବିର ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ଏଥିରେ ଅତିଥି ଭାବେ ୧୨୭ ସିଆରପିଏଫ ର ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମକ୍ଷଡେଣ୍ଟ ବିପିନ କୁମାର ଓ ନିରୀକ୍ଷକ ମାନସ ସୁନ୍ଦରାୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାରଣା, ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ଜବାନଙ୍କ ଉପସ୍ଥିତ ରେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସିଆରପିଏଫ କ୍ୟାମ୍ପ ପରିସରରେ ପାଳିତ ହୋଇଯାଇଛି କ୍ଷ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଯୋଗର ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ।
ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଯୋଗର ଭୂମିକା ସମ୍ବନ୍ଧରେ ବୁଝାଇଥିଲେ। ଯୋଗର ଉତ୍ପତିସ୍ଥଳ ଏହି ଭାରତ ବର୍ଷ। ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ଭାରତରୁ ହିଁ ଉଦ୍ୟମ ଆରମ୍ଭ ହେଇଥିଲା, ବିଶ୍ୱକୁ ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଅବଦାନ ଯୋଗ ବୋଲି ଅତିଥି ମାନେ ମତବ୍ୟକ୍ତ କରି ଛାତ୍ର ଛାତ୍ରୀ ଓ ଜବାନ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।
ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ
ବାଲିଗୁଡା, ୨୧/୬: ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ”ଫ୍ରେଣ୍ଡସ ଗ୍ରୁପ” ତରଫରୁ ମା \’ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି କ୍ଷ ପ୍ରବଳ ଖରା ଓ ଗରମ ଯୋଗୁଁ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ଗ୍ରୁପ ତରଫରୁ ଏକ ଭିନ୍ନ ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।
ପ୍ରତ୍ୟେକ ପୂଜା ପାର୍ବଣ ରେ ଗ୍ରୁପର ଏଭଳି ସାମାଜିକ କାର‌୍ୟ୍ୟକ୍ରମ ସହ ୨୦୧୭ ମସିହା ଠାରୁ ଦୀର୍ଘ ୬ ବର୍ଷ ଧରି ନିରବଛିନ୍ନ ଭାବେ ସବୁଠାରୁ ନିଆରା ଭାବେ ଗଣେଷ ପୂଜା ପାଳନ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କ୍ଷ ଚଳିତ ବର୍ଷ ମଧ୍ୟ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି କ୍ଷ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରୁପର ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି.ଏଚ. ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ
ବାଲିଗୁଡା, ୨୧/୬: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା।
ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ କରାଯିବା ପରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀମଦନ ମୋହନଙ୍କର ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା।
ପରେ ଚିତାଲାଗି ଓ ବେଶଶେଷ ପରେ ଖଣ୍ଡିୟ ବନାଧିକାରୀ ବିଶ୍ୱ ରାଜ ପଣ୍ଡା ରଥରେ ଛେରା ପହଁରା କରିଥିଲେ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା କ୍ଷ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ କ୍ଷ ତେବେ ପ୍ରବଳ ଖରା ଓ ଗରମକୁ ଖାତିର ନକରି ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ। ସନ୍ଧ୍ୟା ରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।
ମନ୍ଦିର ପରିଚାଳନା ଟ୍ରଷ୍ଟ ର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ଲୋକନାଥ ପାଢ଼ୀ, ବିଧାୟକ ଚକ୍ର ମଣି କହଁର,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଏସଡିପିଓ, ଥାନା ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗ ର ବ୍ୟବସ୍ଥା କରାଯାଇଥିଲା କ୍ଷ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପାଟ୍ରୋଲିଙ୍ଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କ୍ଷ
ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ
ବାଲିଗୁଡା,୨୧/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚରେ ଗୁଞ୍ଜିଗାଁ ଦଳ ପୁରୁଣା ନୂଆଗାଁ ଦଳକୁ ୧୯ ରନ୍ ରେ ପରାସ୍ତ କରିଥିଲା।
ଟସ୍ ଜିତି ଗୁଞ୍ଜିଗାଁ ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୭ ଓ୍ବିକେଟ ହରାଇ ୭୮ ରନ୍ ସଂଗ୍ରହ କରିଥିଲା। ୭୯ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ପୁରୁଣା ନୂଆଗାଁ ଦଳ ୫୯ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ୧୯ ରନ୍ ରେ ଗୁଞ୍ଜିଗାଁ ଦଳ ବିଜୟୀ ଲାଭ କରିଥିଲା। ଗୁଞ୍ଜିଗାଁ ଦଳର ଆଲେଖ ପ୍ରଧାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ରୂପେ ପୁରସ୍କୃତ କରାଯାଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ଓ ବିଜେଡି ବ୍ଲକ ସଭାପତି ଭାଗ୍ୟବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଖେଳକୁ ମିନୁ ସାହାଣୀ ଓ ସୁରଜ ନାୟକ ଅମ୍ପାୟାର କରିଥିଲେ। ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ, ହାପି ନାୟକ ଙ୍କ ସମେତ ଏନ୍.ସି.ସି. କ୍ରିକେଟ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.