Odisha News

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପେ।ର୍ଟ
ବାଲିଗୁଡା,୨୧/୪: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପୁଟର ସେଣ୍ଟର ଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା । ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷାର ଆବଶ୍ୟକତା କୁ ଜଣାଇ ଓକେସିଏଲର ଏଭଳି କାର୍ଯ୍ୟକୁ ଶ୍ରୀ ମହାରଣା ସାଧୁବାଦ ଜଣାଇଥିଲେ । ଓଡିଶା ସରକାର ଇଲେକ୍ଟ୍ରୋନିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ମହାରାଷ୍ଟ୍ର ନଲେଜ କର୍ପୋରେସନରେ ମିଳିତ ଉଦ୍ୟମରେ ଓଡିଶା ନଲେଜ କର୍ପୋରେସନ ଦ୍ୱାରା ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ନିକଟରେ କିପରି କମ୍ପୁଟର ଶିକ୍ଷା ପହଞ୍ଚିପାରିବ ତାହାର ସୁବନ୍ଦୋବସ୍ତ କରିଛନ୍ତି ଏବଂ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର କମ୍ପୁଟର ପାଠ୍ୟକ୍ରମର ତାଲିମ ଦେଉଛନ୍ତି କ୍ଷ ଏହି ପାଠ୍ୟକ୍ରମରେ ସଫଳତାର ସହ ଉତୀର୍ଣ୍ଣ ହେଵା ପରେ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସଫଳତା ପ୍ରମାଣ ପତ୍ର ଦିଆଯାଉଛି ।
ଯେଉଁ ପ୍ରମାଣ ପତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା ଏବଂ ବିଭିନ୍ନ କର୍ମ ନିୟୋଜନ ସଂସ୍ଥାରେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ ।
ଜାଲ ସାର୍ଟିଫିକେଟ ଦେଉଥିବା ସଂସ୍ଥାଠାରୁ ଦୁରେଇ ରହିବାକୁ ସଚେତନ କରିବା ସହ ଓଡିଶା ସରକାରଙ୍କ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର ପାଠ୍ୟକ୍ରମ ପଢିବାକୁ ସ୍ଥାନୀୟ ୟୁଆଇସିଟି (UICT) କମ୍ପୁଟର ସେଣ୍ଟରର ପରିଚାଳକ ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ ।

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଲିଗୁଡା,୨୧/୪: କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମାପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ କ୍ଷଏଥି ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲାପାଳ ଙ୍କ କାର୍ଯ୍ୟଳୟ ସଭା ଘୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଉପସ୍ଥିତ ଥିଲେ । ଏହି ବୈଠକରେ ଠାକୁରାଣି ଯାତ୍ରାର ଆୟୋଜକ ତଥା ମା\’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକାନଥ ପାଢୀ ନିଜ ବକ୍ତବ୍ୟ ରେ ଏହି ଯାତ୍ରା ନିମନ୍ତେ ଗତ ୧୪ ତାରିଖ ସଂକ୍ରାନ୍ତି ଦିନ ଶୁଭଖଣ୍ଟି ସ୍ଥାପନ କରାଯାଇଛି ଓ ଚଳିତ ମାସ ୨୩ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ ।
ମା\’ଙ୍କ ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିର ରେ ହୋଇଛି ଓ ମା\’ ଅସ୍ଥାୟୀ ପୀଠରୁ ପ୍ରତିଦିନ ସବୁ ସାହିକୁ ପରିଭ୍ରମଣରେ ଯିବେ କ୍ଷ ଅସ୍ଥାୟୀ ପୀଠରେ ୨୪ ଓ ୨୭ ତାରିଖ ଦିନ ସାଂସ୍କୃତିକ କାର‌୍ୟ୍ୟକ୍ରମ ରହିଛି ଏବଂ ଆସନ୍ତା ମେ ୩ ତାରିଖରୁ ୧୨ ପର୍ଯ୍ୟନ୍ତ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି କ୍ଷ ତତ ସହିତ ମିନିଷ୍ଟାଡିୟମ ପରିସରରେ ଦୋକାନ ବଜାର ନିମନ୍ତେ ଷ୍ଟଲ କରାଯିବ, ଏହି ଦିନରେ ଅଧିକ ଜନଗହଳି ହେବ ଏବଂ ମା’ ଙ୍କ ପରିକ୍ରମା ସମୟରେ ଶହଶହ ଭକ୍ତଙ୍କ ସମାଗମ ହେବ କ୍ଷ ଏଣୁ ପୋଲିସ ପ୍ରଶାସନ ତରଫରୁ ସହଯୋଗର ଆବଶ୍ୟକତା ରହିଛି । ଯାତ୍ରା ଗହଳିକୁ ନଜର ରେ ରଖି ବିଭିନ୍ନ ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ଥା ମଧ୍ୟ କରାଯାଇଛି
ଏଥିରେ ଆମ ସ୍ୱେଛାସେବୀ ମାନେ ନିୟୋଜିତ ହେବେ । ତଥାପି ପୋଲିସ ପ୍ରଶାସନ ସହ ବିଦ୍ୟୁତ ବିଭାଗ, ପାନୀୟଜଳ ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ଓ ଏନଏସି ତରଫରୁ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି ଯେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଅରୁଣ କୁମାର ରାଉତ ନୋଡାଲ ଅଫିସର ଭାବେ ଦାୟିତ୍ୱରେ ରହିବେ ଏବଂ ଏନଏସି ତରଫରୁ କମ୍ଭୁପାଣି ପାଣିଗ୍ରାହୀ ନୋଡାଲ ଅଫିସର ଭାବେ ଦାୟିତ୍ୱ ରେ ରହିବେ ଏବଂ ପ୍ରଶାସନ ତରଫରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ସେହିଭଳି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା କହିଛନ୍ତି ଯେ, ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସହ ସବୁ ପ୍ରକାର ସହଯୋଗ କରାଯିବ ।
ଉପଖଣ୍ଡ କ୍ରୀଡା ସଂଘର ସମ୍ପାଦକ ଡ.ଶୁଶାନ୍ତ କୁମାର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଯାତ୍ରା ନିମନ୍ତେ କଣକଣ ଆବଶ୍ୟକ ରହିଛି ସେ ସମ୍ପର୍କରେ କହି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଉପଖଣ୍ଡ ସ୍ତରୀୟ ସମସ୍ତ ପ୍ରଶାସନ ଅଧିକାରୀ ଙ୍କ ସମେତ ଯାତ୍ରାର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.