Odisha News

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୩:କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ସମିତି ପରିସରରେ ଥିବା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜିକା ରଞ୍ଜିତା କମ୍ପୋ ଓ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ ଦେଇଥିଲେ।
ଚଳିତ ବର୍ଷ ଜିଲ୍ଲା ଚାଇଲ୍ଡ ଲାଇନ ୪ଶହ ଟି ମାମଲା ହାତକୁ ନିଆଯାଇଥିବା ବେଳେ ୩୬ଟି ବାଲ୍ୟ ବିବାହ ରୋକାଯିବା ସହ ବିଭିନ୍ନ ମାମଲା ହାତକୁ ନେଇ ତାର ସମାଧାନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ।
ଶିଶୁ ମାନଙ୍କୁ ସହାୟତା ପାଇଁ ୧୦୯୮ ନମ୍ବର କୁ ଫୋନ କରିବା ପାଇଁ କନ୍ଧମାଳ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି।
ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ: କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା
ବାଲିଗୁଡା,୩୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇ ଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି।
ଏ ନେଇ ସମଗ୍ର ଅଞ୍ଚଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ଏହି ଉପଲକ୍ଷେ ସକାଳୁ ସକାଳୁ ବହୁ ଭକ୍ତ ମାନେ ମା\’ ପାଟଖଣ୍ଡା ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାମେଶ୍ୱର ମନ୍ଦିର ବିରୁପାକ୍ଷ ମନ୍ଦିର ଓ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ବେଳେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତ୍ତି ନିକଟରେ ସ୍ଥାନୀୟ ହନୁମାନ ଚାଳିଶା କମିଟି ତରଫରୁ ଘୃତଯଜ୍ଞ ସହ ଶ୍ରୀରାମ ଚାଳିଶା ଏବଂ ସନ୍ଧ୍ୟାରେ ଏକତ୍ରିତ ହୋଇ ଏକ ସୁ-ସଜ୍ଜିତ ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିଚାଲି ଏକ ବିରାଟ ଶୋଭାଯାତ୍ରାରେ କୁନିକୁନି ପିଲା ମାନଙ୍କୁ ନେଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭଳି ବିଭିନ୍ନ ବେଶ ଭୁଷାରେ ସଜ୍ଜିତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା ।
ସେହିପରି ସ୍ଥାନୀୟ ସିଆରପିଏଫ କ୍ୟାମ୍ପରେ ମଧ୍ୟ ଶ୍ରୀରାମ ନବମୀ ପାଳନ କରାଯାଇଛି । ଏତଦ ବ୍ୟତୀତ ଜେଲ ନିକଟରେ ଥିବା ହନୁମାନ ମନ୍ଦିରରେ ଏବଂ ରାମେଶ୍ୱର ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଶ୍ରୀ ରାମଚାଳିଶା,ରାମ ନାମ ଯଜ୍ଞ, ଦୀପଯଜ୍ଞ ସମାରୋହ ଆୟୋଜିତ କରିବା ପରେ ପ୍ରସାଦ ସେବନ କରିଥିଲେ । ପ୍ରତ୍ୟେକ ମନ୍ଦିରର ପରିଚାଳନା କମିଟି ଓ ସଦସ୍ୟଙ୍କ ସହଯୋଗ ରେ ସଫଳତାର ସହ ସମାପନ ହୋଇଥିଲା ।

Related Posts

Seo wordpress plugin by www.seowizard.org.