Odisha News

ବାଲିଗୁଡାରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହି ରେ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଚବିଶ ପ୍ରହର ନାମ ଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗାମୀ ଫଗୁଦଶମୀ ପୂର୍ବରୁ ମାଆ ବରାଳଦେବୀ ପୀଠ ରେ ମାଆ ଙ୍କ ମନ୍ଦିର ର ମୁଖଶାଳା ପ୍ରତିଷ୍ଠା ସହିତ ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲୁ ରହିବ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗ୍ରାମ୍ୟ କମିଟି ସଭାପତି ଲଳିତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ଉପ ସଭାପତି ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, ସହ ସମ୍ପାଦକ କଣ୍ଠେଶ୍ୱର ବାଗ, କୋଷାଧକ୍ଷ ଅଶୋକ କୁମାର ସାହୁ, ବରିଷ୍ଠ ପୁରୋହିତ ତଥା ପୂର୍ବତନ କୋଷାଧକ୍ଷ ବିରୁପାକ୍ଷ ଦାଶ, ପୂର୍ଵତନ ସମ୍ପାଦକ ଗୋପବନ୍ଧୁ ବିଶୋଇ, ପୂର୍ଵତନ ଉପ ସଭାପତି ବିସିକେଶନ ବିଶିମାଝୀ, ଉପଦେଷ୍ଠା ତଥା ବରିଷ୍ଠ ନାଗରିକ କୁଦ ପାତ୍ର, ବିଜୟ ଚନ୍ଦ୍ର ଖଣ୍ଡଗିରି ସେଲେସ ନାୟକ ଏବଂ ମାତୃ ମଣ୍ଡଳୀ, କାଉନସିଲର ବିଭୁତି ଭୂଷଣ ଲହରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ନୂଆସାହି ସଂକୀର୍ତ୍ତନ ମଣ୍ଡଳୀକୁ ଅଧିକ କ୍ରିୟାଶିଳ କରିବା ନିମନ୍ତେ ଅଧିକାରୀ ଭାବେ ପ୍ରମୋଦ କୁମାର ଦଣ୍ଡସେନା ଏବଂ ସହ ଅଧିକାରୀ ଭାବେ ଜଗନ୍ନାଥ ବିଶୋଇ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା କ୍ଷ ପରବର୍ତ୍ତୀ ବୈଠକ ରେ ଦିନ ତାରିଖ ଧାର‌୍ୟ୍ୟ ହେବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି ।
ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପ୍ରତିବାଦ ରେ ବିକ୍ଷୋଭ: ଆନ୍ଦୋଳନ ପାଇଁ ଚେତାବନୀ
ବାଲିଗୁଡ଼ା,୨୧/୧: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ପଞ୍ଚାୟତରେ ଆବାସ ଯୋଜନାରେ ୫୭ ଜଣ ଯୋଗ୍ୟ ହିତାଧିକାରୀ ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଏହାର ତଦନ୍ତ ସହ ପୁନର୍ବିଚାର କରାଯାଇ ୫୭ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ବିକ୍ଷୋଭ କରିଛନ୍ତି।
ପଞ୍ଚାୟତ କାର‌୍ୟ୍ୟାଳୟରେ ଏକ ବୈଠକ କରିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବାମୁଣୀଗାଁ ପଞ୍ଚାୟତ ଅଞ୍ଚଳ ପରିକ୍ରମା କରି ଧାରଣାସ୍ଥଳରେ ପହଞ୍ଚି ଧାରଣା ଦେଇଛନ୍ତି। ବିକ୍ଷୋଭ ବେଳେ ଆବାସ ଯୋଜନାରେ ଅନିୟମିତତା କରାଯାଇଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି।
ଶୀଘ୍ର ପୁନର୍ବିଚାର କରି ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ, ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜୋରଦାର କରିବାକୁ ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲିକଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂ, ଆବାସ ଯୋଜନାର ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ରାଜ୍ୟ ମାନବାଧିକାରର ଜିଲା ଯୁଗ୍ମ ଆବାହକ ବିକ୍ରମ ବାସ୍ତରାୟ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି।
କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଘାଟିତ
ବାଲିଗୁଡ଼ା,୨୧/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି।ତିନିଦିନ ଧରି ଆୟୋଜିତ ଉକ୍ତ ଉତ୍ସବର ପ୍ରଥମ ଦିନ ତଥା ଉଦଘାଟନ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର‌୍ୟ୍ୟ, କାର୍ଯ୍ୟକ୍ରମ ସଂଯୋଜକ ଦଣ୍ଡପାଣି ଭୂୟାଁ ପତାକା ଉତ୍ତୋଳନ ସହ ଶପଥ ପାଠ ଓ ରେଡକ୍ରସ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ତ୍ରିଦିବସୀୟ ତାଲିମ୍ କାର‌୍ୟ୍ୟକ୍ରମରେ ୨୨ ଟି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ୧୫୦ ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି।

Related Posts

Seo wordpress plugin by www.seowizard.org.