Odisha News

ବାଲିଗୁଡ଼ା: ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୪/୩:ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ ।
ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବୁଡାଗୁଡ଼ା ନିକଟରେ ପୋଲିସକୁ ଦେଖି ଏକ ପିକ୍ ଅପ୍ ଭ୍ୟାନ୍ ନଂ.ଓଡି-୦୨-ସିସି ୦୨୨୬ ଦୃତ ଗତିରେ ଯାଉଥିବା ବେଳେ ଭ୍ୟାନକୁ ପିଛା କରି ତିଲୋରୀ ନିକଟରେ ଭ୍ୟାନକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ ।
ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ବେଳେ ଜଣେ ନାବାଳକକୁ ପୋଲିସ୍ ନିଜ ହେପାଜତକୁ ନେବାସହ ଗାଡ଼ି ଯାଞ୍ଚ୍ କରିଥିଲେ ।
୮୧ କେଜି ୯୨୦ ଗ୍ରାମ ବେଆଇନ୍ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ -୬୯/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବା ସହ ଜବତ ଗଞ୍ଜେଇ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.